ଭାରତର ଶ୍ରେଷ୍ଠ ଧନୀ ଗଣେଶ ପୂଜା ମୁମ୍ବାଇରେ ହୁଏ |

Aug 28, 2025 - 14:53
 16
ଭାରତର ଶ୍ରେଷ୍ଠ ଧନୀ ଗଣେଶ ପୂଜା ମୁମ୍ବାଇରେ ହୁଏ |

ସାରା ଭାରତ ବର୍ଷରେ ମହାରାଷ୍ଟ୍ର, ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି | ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ ଖୁବ ଧୂମଧାମରେ ପାଳନ କରାଯାଏ । ଖୁବ ସୁନ୍ଦର ସୁନ୍ଦର ଓ ବିରାଟକାୟ ଗଣେଶଙ୍କ ପ୍ରତିମା, ପେଣ୍ଡାଲ୍‌ ଦେଶ ଦୁନିଆରେ ଖୁବ୍‌ ପ୍ରସିଦ୍ଧ ମଧ୍ୟ । ଚଳିତ ବର୍ଷ ମୁମ୍ବାଇର ମାଟୁଙ୍ଗାର କିଙ୍ଗସ୍‌ ସର୍କଲରେ ସ୍ଥିତ ଜିଏସବି ସେବା ମଣ୍ଡଳଙ୍କ ଗଣେଶ ପ୍ରଭୁଙ୍କ ମୂର୍ତ୍ତିକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ପ୍ରତିମାଙ୍କୁ ଦେଶର ସବୁଠାରୁ ଧନୀ ଗଣପତି ବୋଲି କୁହାଯାଏ । କାରଣ ଏଠାରେ ପ୍ରଭୁଙ୍କ ମୂର୍ତ୍ତି ର ସାଜସଜ୍ଜା କିଲୋ କିଲୋ ସୁନା-ଚାନ୍ଦିରେ କରାଯାଏ । ସେବା ମଣ୍ଡଳ ଚଳିତ ବର୍ଷ ୨୦୨୫ରେ ଗଣେଶ ଉତ୍ସବ ପାଇଁ ୪୫୦ କୋଟିରୁ ଅଧିକର ବୀମା କରାଇଛି । ମାତ୍ର ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି ।

ମୁମ୍ବାଇର ମାଟୁଙ୍ଗାରେ ଜିଏସବି ସେବା ମଣ୍ଡଳ ଦ୍ୱାରା ପ୍ରଭୁଙ୍କୁ ପ୍ରାୟ ୬୭ କିଲୋ ସୁନା ଆଭୂଷଣରେ ସଜା ଯାଇଛି । ଏହାସହ ପ୍ରଭୁ ଯେଉଁ ସିଂହାସନ ଉପରେ ବିରାଜମାନ ରହିଛନ୍ତି, ତାହା ୩୫୦ କିଲୋ ରୁପାରେ ତିଆରି ହୋଇଛି । ମଣ୍ଡଳ ଯେଉଁ ବୀମା ରହିଛି, ଏଥିରେ ସୁନା-ଚାନ୍ଦି ଗହଣା, ମଣ୍ଡଳର ସ୍ୱୟଂସେବାକୁ, ପୂଜାରୀ, ରୋଷେୟା, ସୁରକ୍ଷାକର୍ମୀ ଆଦିଙ୍କର ଦୁର୍ଘଟଣା ବୀମା, ଜୀବନବୀମା, କୌଣସି ଅଘଟଣରେ ହୋଇଥିବା କ୍ଷୟକ୍ଷତିକୁ ନେଇ ମଧ୍ୟ ବୀମା ରହିଛି ।

ଜିଏସବି ସେବା ମଣ୍ଡଳ ଏହି ସମୟରେ ସବୁଠାରୁ ଧନୀ ଗଣପତିଙ୍କ ପାଇଁ ଚର୍ଚ୍ଚାରେ ରହିଛି । ଏହାସହ ଏଥିରେ ପ୍ରାକୃତିକ ରଙ୍ଗ ମଧ୍ୟ ବ୍ୟବହାର ହୋଇଛି ।

ମାଟୁଙ୍ଗାର ପ୍ରଭୁଙ୍କୁ ମୂର୍ତ୍ତିକୁ ନେଇ ମାନ୍ୟତା ରହିଛି ଯେ, ଏହାକୁ ଥରେ ମାତ୍ର ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ୧୦ ଦିନିଆ ଏହି ଗଣେଶ ଉତ୍ସବ ସମୟରେ ଏଠାକୁ ନିୟମିତ ଭଗବାନଙ୍କ ପୂଜା ପରେ ପେଣ୍ଡାଲରେ ନଡିଆ ଭାଙ୍ଗିବାର ପରମ୍ପରା ରହିଛି। ଏହି ନଡିଆକୁ ଭକ୍ତଙ୍କ ମଧ୍ୟରେ ଭୋଗ ଭାବରେ ମଧ୍ୟ ବଣ୍ଟାଯାଏ ।