ଭାରତୀୟ ଗଣତନ୍ତ୍ରର ଶ୍ରେଷ୍ଠ ନାୟକ

ଵୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ 9 ଜୁନ ରବିବାର ସଂଧ୍ୟା 7.15 ରେ ନେଲେ ଶପଥ । ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ଏନଡିଏ ସଂସଦୀୟ ଦଳର ନେତା ଭାବେ ମୋଦି ଙ୍କୁ ଚୟନ କରାଯାଇଥିଲା । ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଉପସ୍ଥିତିରେ ରାଜନାଥ ସିଂହ ସଂସଦୀୟ ନେତା ଭାବେ ପ୍ରସ୍ତାବ ଦେଇଥିଲେ । ଏବେ ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ଇନିଂସ୍ । ଗଠିତ ହୋଇଛି ୭୨ ଜଣିଆ ମନ୍ତ୍ରିମଣ୍ଡଳ । ୭୨ ଏକ ପୂର୍ଣ୍ଣବ୍ରହ୍ମ ସଂଖ୍ୟା । କାରଣ 7+2=9 । ଶପଥପାଠ ତାରିଖ ମଧ୍ୟ 9 ଜୁନ୍। 9 ପୂର୍ଣ୍ଣ ବ୍ରହ୍ମ । ନବଗ୍ରହଙ୍କ ସଂକେତ ଅଟେ । ନବଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟ ଶ୍ରେଷ୍ଠ । ସୂର୍ଯ୍ୟ ଙ୍କ ବାର ରବିବାର ରେ ଶପଥ ନେଲେ ମୋଦି ସରକାର । ଇତିହାସ ହେଲା ସୃଷ୍ଟି । କ୍ରମାଗତ 3 ଥର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କଲେ ମୋଦୀ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ 1952,1957,1962 ଲୋକସଭା ନିର୍ବାଚନ ଜିତି କ୍ରମାଗତ 3ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ନେହେରୁ ଙ୍କ ପରେ ଭାରତର କୌଣସି ନେତା ହ୍ୟାଟ୍ରିକ ରେକର୍ଡ ସୃଷ୍ଟି କରି ନଥିଲେ । ଏବେ ନରେନ୍ଦ୍ର ମୋଦି ଏହି ହ୍ୟାଟ୍ରିକ ରେକର୍ଡ କରି 1962 ପରେ କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ହେବାର ଶ୍ରେଷ୍ଠ ସୌଭାଗ୍ୟ ଅର୍ଜନ କରିଛନ୍ତି । ନେହେରୁଙ୍କ ରେକର୍ଡ ସମକକ୍ଷ ହେବାର ଗୌରବ ହାସଲ କରିଛନ୍ତି । ନେହେରୁଙ୍କ ପରି ମୋଦୀ 2014,2019,2024ଲୋକସଭା ନିର୍ବାଚନ ଜିତିଛନ୍ତି । ରବିବାର ଶପଥପାଠ ପୂର୍ବରୁ ମୋଦୀ ମାହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଙ୍କ ସମାଧିସ୍ଥଳ ସଦୈଵ ଅଟଳ ଓ ଜାତୀୟ ଯୁଦ୍ଧ ସ୍ମାରକୀ ରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ମୋଦିଙ୍କ ବିକଶିତ ଭାରତ 3.0 ରେ 30ଜଣ କ୍ୟାବିନେଟ ମନ୍ତ୍ରୀ, 5 ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ 36 ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । 33 ନବାଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ମନ୍ତ୍ରିମଣ୍ଡଳରେ 27 ପଛୁଆ ବର୍ଗର 10 ଏସସି ବର୍ଗର ,5 ଏସଟି ବର୍ଗର ଓ 8 ସଂଖ୍ୟାଲଘୁ ବର୍ଗର ସାମିଲ ହୋଇଛନ୍ତି । ଓଡ଼ିଶାରୁ 3 କ୍ୟାବିନେଟ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ, ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ଓ ଅଶ୍ୱିନୀ ବୈଷ୍ଣବ ଙ୍କୁ ରେଳ , ସୂଚନା ପ୍ରସାରଣ ଇଲେଟ୍ରୋନିକ୍ସ ଏବଂ ସୂଚନା ପ୍ରଯ୍ଯୁକ୍ତି ମନ୍ତ୍ରଣାଳୟ ମିଳିଛି । ନରେନ୍ଦ୍ର ମୋଦି ସରକାରଙ୍କ ପ୍ରତି ଆସିଛି ଅନେକ ଅଭିନନ୍ଦନ । ଓଡ଼ିଶାର 3 କ୍ୟବିନେଟ ମନ୍ତ୍ରୀଙ୍କୁ ଶୂଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ନଵୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।