ଭାଷା ଷାଗତ ବିବିଧତା ଜ୍ଞାନର ସେତୁ ସାଜିଳେ ଭବିଷ୍ୟତ ଶକ୍ତିଶାଳୀ ହେବ – ଧର୍ମେନ୍ଦ୍ର ପ୍ରଧାନ
ଭାଷା ଷାଗତ ବିବିଧତା ଜ୍ଞାନର ସେତୁ ସାଜିଳେ ଭବିଷ୍ୟତ ଶକ୍ତିଶାଳୀ ହେବ – ଧର୍ମେନ୍ଦ୍ର ପ୍ରଧାନ
ନାଶୀ ତାମିଲ ସଙ୍ଗମମ୍ ‘ଏକ ଭାରତ-ଶ୍ରେଷ୍ଠ ଭାରତ'ର ଭାବ ବନାକୁ ସୁଦୃଢ଼ କରିଛି
ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷ ନୀତିର ମୂଳ ଲକ୍ଷ୍ୟ
ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସ ସହ ଭାରତର ପ୍ରାଚୀନ ଜ୍ଞାନର ଦ୍ବାର ଖୋଲିଛି
ଆମ ଗୌରବମୟ ସଭ୍ୟତାର ବାହକ ହେବାକୁ ଯୁବପିଢ଼ିଙ୍କୁ କ କଲେ ଆହ୍ବାନ
ତାମିଲନାଡୁ ସ୍ଥିତ ଡ.ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କଲେ
ରାମେଶ୍ବରମ/ତାମିଲନାଡୁ, ଡିସେମ୍ବର ୩୦ - ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭାରତର ଭବିଷ୍ୟତ ଶକ୍ତିଶାଳୀ ହେବ ବୋଲି ମଙ୍ଗଳବ ବାର ତାମିଲନାଡୁର ରାମେଶ୍ବରମ ଠାରେ ‘କାଶୀ ତାମିଲ ସଙ୍ଗମମ୍ ୪.୦'ର ସମାପନ ସମାରୋହରେ ଯୋଗଦେ ଦେବା ବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ରାରୁ ଆରମ୍ଭ ହୋଇଥିବା ଏହି ସଙ୍ଗମମ୍ ଆମର ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସେଲିବ୍ରେଟ୍ କରିବା ସହ ଜାତୀୟ ସଂହତିକୁ ଅଧିକ ସୁଦୃଢ଼ କରିଛି । କାଶୀର ଗଙ୍ଗା କୂଳରୁ ଆରମ୍ଭ ହୋଇ ରାମେଶ୍ବରମର ସମୁଦ୍ର କୂଳରେ ପହଞ୍ଚିଥିବା ଏହି କାର୍ଯ୍ୟକ୍ରମ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ନୂତନ ଶକ୍ତି ପ୍ରଦାନ କରିବା ସହ ଉଭୟ ଅଞ୍ଚଳର ଶତାବ୍ଦୀ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିଛି ।
ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କୁ ସାମିଲ କରିବା এর° ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ । ଯେତେବେଳେ ଆମେ ବିବିଧତାକୁ ସମ୍ମାନ ଦେଉ ଏବଂ ଭାଷାଗତ ବୈଚିତ୍ରକୁ ଜ୍ଞାନର ସେତୁ ଭାବେ ଗ୍ରହଣ କରୁ, ସେତେବେଳେ ଭାରତର ଭବିଷ୍ୟତ ଆହୁରି ଶକ୍ତିଶାଳୀ ହୁଏ ବୋଲି ସେ କହିଛନ୍ତି |
ତାମିଲ ସଭ୍ୟତା କେବଳ ଏକ ଆଞ୍ଚଳିକ ପରିଚୟ ନୁହେଁ, ବରଂ ଏହା ଭାରତର ସାଭ୍ୟତିକ ଯାତ୍ରାର ମୂଳଦୁଆ । ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍' କେବଳ ତା ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ଭାରତର ପ୍ରାଚୀନ ଜ୍ଞାନର ଦ୍ବାର ଖୋଲିଛି । କାଶୀ ତାମିଲ ସଙ୍ଗମମ୍ ଆଗାମ ଗାମୀ ଦିନରେ ଭାରତର ଯୁବପିଢ଼ିଙ୍କୁ ଆମର ଗୌରବମୟ ସଭ୍ୟତାର ଗର୍ବିତ ବ ବାହକ ହେବା ପାଇଁ ଅନୁପ୍ରାଣି ପ୍ରାଣିତ କରିବ ବୋଲି ସେ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କରିଥିଲେ ।