ଭୁବନେଶ୍ବରର ଭସାଣି ଉତ୍ସବ ୪ଟି ଜୋନ ମଧ୍ଯରେ ହେବ, ପୋଲିସ ର ଗାଇଡ଼ ଲାଇନ ଅନୁଯାୟୀ...
ଭୁବନେଶ୍ବର: ଭୁବନେଶ୍ବର ରେ ଦୁର୍ଗାପୂଜା ଭସାଣି
ପାଇଁ ପୋଲିସର ମାର୍ଗଦର୍ଶିକା ଜାରି ହୋଇଛି।
୪ଟି ରାସ୍ତାରେ ୪ଟି ଭସାଣି କମିଟି ପକ୍ଷରୁ
ଭସାଣି ଉତ୍ସବ ପାଳନ କରାଯିବ। ସହିଦ ନଗର,
ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି,
ନୟାପଲ୍ଲୀ ଉତ୍ତର ଭୁବନେଶ୍ବର ଭସାଣି କମିଟି,
ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ କମିଟି
ପକ୍ଷରୁ ଭସାଣି ଉତ୍ସବ ପାଳନ ହେବ । ଭସାଣି
ବେଳେ ଯାନବାହନ ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ
ସ୍ଥାନରେ ବାରଣ କରାଯାଇଛି । ଅକ୍ଟୋବର ୨
ତାରିଖ ଅପରାହ୍ନ ୨ଟାରୁ ରାତି ୧ଟା ଯାଏଁ
କଟକଣା ଲାଗୁ ରହିବ।