ପୁରୀ ସହର ହେବ ନିଶା ମୁକ୍ତ ଅଞ୍ଚଳ
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ୧ କିମି ପରିଧୂ ଓ ବଡ଼ଦାଣ୍ଡରେ ରହିବନି ମଦ ଦୋକାନ। ଏହି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ହେବନାହିଁ। ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ। ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଲେ ହରିଚନ୍ଦନ ।