ଭୁବନେଶ୍ବରରେ ବ୍ଲାକ୍ ସ୍ବାନ୍ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

Feb 7, 2026 - 10:38
 4
ଭୁବନେଶ୍ବରରେ ବ୍ଲାକ୍ ସ୍ବାନ୍ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

ଭୁବନେଶ୍ବରରେ ବ୍ଲାକ୍ ସ୍ବାନ୍ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

ଭାରତର ଫିନଟେକ୍ କାହାଣୀକୁ କେବଳ ପ୍ରଯୁକ୍ତିବିଦ୍ୟା ନୁହେଁ ବରଂ ଲିଙ୍ଗଗତ ନ୍ୟାୟର ଗାଥା ଭାବରେ ମଧ୍ଯ ମନେ ରଖାଯିବା ଉଚିତ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଯୁକ୍ତିବିଦ୍ୟା ସାମାଜିକ ନ୍ୟାୟ ଏବଂ ଅନୁର୍ଭୂକ୍ତିକରଣ ପାଇଁ ଉପକରଣ ହେବା ଆବଶ୍ୟକ: ଉଦ୍ୟୋଗୀ ଏବଂ ଉଦ୍ଭାବକମାନଙ୍କୁ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର 6 ଫେବୃଆରୀ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (6 ଫେବୃଆରୀ, 2026) ଭୁବନେଶ୍ବରଠାରେ ଗ୍ଲୋବାଲ ଫାଇ‌ନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଏବଂ ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ବ୍ଲାକ ସ୍ବାନ ସମ୍ମିଳନୀ, ଭାରତରେ ଯୋଗ ଦେଇଛନ୍ତି।

ଶୀଳତା ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆମେ ଏପରି ଏକ ସମୟରେ ବଞ୍ଚୁଛୁ ଯେତେବେଳେ ପ୍ରଯୁକ୍ତିବିଦ୍ୟା ଅଭୂତପୂର୍ବ ଗତିରେ ବିକଶିତ ହେଉଛି। ନୂତନ ଉଦ୍ଭାବନ ଏତେ ଦ୍ରୁତ ଗତିରେ ହେଉଛି ଯେ ଆମର ବ୍ୟବସ୍ଥା, ଦକ୍ଷତା ଏବଂ ବ୍ୟବସାୟିକ ମଡେଲଗୁଡ଼ିକ ପ୍ରାୟତଃ ଏହା ସହ ତାଳ ଦେବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ, ଏପରି ଦ୍ରୁତ ପ୍ରଗତିଗୁଡ଼ିକ ସାଇବର ସୁରକ୍ଷା ବିପଦ, ଡିପ୍ ଫେକ୍, ଭୁଲ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବର୍ଷିତ ନିର୍ଭରଶୀଳ ସମେତ ଗମ୍ଭୀର ଆହ୍ବାନ ମଧ୍ଯ ନେଇ ଆସୁଛି। ତଥାପି, ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ନବସୃଜନ ଏବଂ ଅଭିବୃଦ୍ଧି ଉପରେ ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇଥାଏ। ଏଭଳି ସ୍ଥିତିରେ ରେ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, ନିଜ କ୍ଷମତାକୁ ଆହୁରି ବୃଦ୍ଧି କରିବା ଲାଗି ଦ ଦକ୍ଷତାକୁ ଉପଯୋଗ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଡିଜିଟାଲ୍ ଓ ଆର୍ଥିକ ପରିବର୍ତ୍ତନକୁ ତ୍ବରାନ୍ବିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ନିମନ୍ତେ ଅଭିନବ ପଦ୍ଧତିଗୁଡ଼ିକୁ ଅନୁସନ୍ଧା କରାଯାଇପାରିବ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ, ଗତ ଦଶନ୍ଧିରେ ଭାରତ ଆର୍ଥିକ ବ୍ୟବସ୍ଥାରେ ଏକ ପ୍ରଭାବଶାଳୀ ବିପ୍ଳବ ଦେଖିବାକୁ ମିଳିଛି। ବ୍ୟାଙ୍କ ଆକାଉଣ୍ଡରେ ପ୍ରତ୍ୟକ୍ଷ ଲାଭ ହସ୍ତାନର ଏବଂ ଡିଜିଟାଲ ଅର୍ଥ ନେଣଦେଣ ଚାଷୀ, ଛୋଟ ଦୋକାନୀ ଏବଂ ମହିଳାମାନଙ୍କ ପାଇଁ ବହୁତ ସାଧାରଣ ହୋଇଯାଇଛି। ସେମାନଙ୍କ ପାଇଁ ‘ଫିନଟେକ୍' ଏକ ବୈଷୟିକ ଶବ୍ଦ ନୁହେଁ, ଏହା ସେମାନଙ୍କର

ଜୀବନରେଖା ପାଲଟିଛି।

ରାଷ୍ଟ୍ରପତି କହିଥିଲେ, ଭାରତର ଫିନଟେକ୍ କାହାଣୀକୁ କେବଳ ପ୍ରଯୁକ୍ତିବିଦ୍ୟାର ନୁହେଁ ବରଂ ଲିଙ୍ଗଗତ ନ୍ୟାୟର ଗାଥା ଭାବରେ ମଧ୍ଯ ମନେ ରଖାଯିବା ଉଚିତ। ମହିଳାମାନେ ଏକ ଗୁରୁତ୍ବପୂର୍ଣ ଅଂଶବିଶେଷ ଯେଉଁମାନଙ୍କ ପାଇଁ ଫିନଟେକର ପ୍ରୋତ୍ସାହନ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଫିନଟେକ୍ ଇକୋସିଷ୍ଟମ ସେମାନଙ୍କୁ କେବଳ ଶେଷ ଉପଭୋକ୍ତା ଭାବରେ ନୁହେଁ ବରଂ ନେ ପେସାଦାର ଏବଂ ଉଦ୍ୟୋଗୀ ଭାବରେ ଦେଖୁବା ଉଚିତ। ମହିଳାମାନଙ୍କୁ ଡିଜିଟାଲ ଏବଂ ଏବଂ ଆର୍ଥକ ଇକୋସିଷ୍ଟମରେ ସକ୍ରିୟ ଭାଗିଦାର କରାଯାଉଛି କି ନାହିଁ ତାହା ପ୍ରତ୍ୟେକ ନୂଆ ପ୍ଲାଟଫର୍ମ, ଉତ୍ପାଦ ଏବଂ ନୀତିର ମୂଲ୍ୟାଙ୍କନ ସମୟରେ ଧ୍ୟାନ ଦେବା ଆବଶ୍ୟକ। ନେତା, ।

ରାଷ୍ଟ୍ରପତି କହିଥିଲେ, ଫିନଟେକ୍ କେବଳ ଅନୁର୍ଭୁକ୍ତିକରଣର ଗ୍ୟାରେଣ୍ଡି ଦିଏ ନାହିଁ। ବିଶେଷକରି ଦୂରଦୂରାନ୍ତ, ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଅନେକ ନାଗରିକ ଅଛନ୍ତି ଯେଉଁମାନେ ଡିଜିଟାଲ୍ ଉପକରଣ ସହିତ ପରିଚିତ ନୁହଁନ୍ତି। ବିକାଶ ଯାତ୍ରାରେ ସହଭାଗୀ ହେବା ପାଇଁ ସେମାନଙ୍କୁ ଦକ୍ଷତା ଯୋଗାଇ ଦେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ତା'ପରେ ଯାଇ ଫିନଟେକ୍ ଅନ୍ତର୍ଭୁକ୍ତିକରଣ, ନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବାର ଏକ ଇଞ୍ଜିନ୍ ହୋଇପାରିବ। ପ୍ରଯୁକ୍ତିବିଦ୍ୟା କିପରି ସାମାଜିକ ନ୍ୟାୟ ଏବଂ ଅନୁର୍ଭୂକ୍ତିକରଣ ପାଇଁ ଉପକରଣ ହୋଇପାରିବ ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ଉଦ୍ୟୋଗୀ ଏବଂ ନବସୃଜନକାରୀଙ୍କୁ ରାଷ୍ଟ୍ରପତି ଆହ୍ବାନ କରିଥିଲେ।

ସଚେତନତା ୩ରେ । ଣାଳୀ ରାଷ୍ଟ୍ରପତି କହିଥିଲେ, ଅର୍ଥନୀତିର ସମସ୍ତ କ୍ଷେତ୍ର ଏବଂ ସମାଜର ସମସ୍ତ ବର୍ଗ ଉପ ପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରଯୁକ୍ତିବିଦ୍ୟା ନିକଟରେ ଏକ ବିଶାଳ ସମ୍ଭାବନ ବନା ଅଛି। ତଥାପି, କେତେକ ସମୟରେ ଆର୍ଥକ ଠକେଇ ପାଇଁ ଏହାର ଅପବ୍ୟବହାର ହୋଇପା ଏପରି ଠକେଇକୁ ରୋକିବା ପାଇଁ ସଜାଗ ଏବଂ ସତର୍କ ରହିବା ଲାଗି ଲୋକମାନଙ୍କ ମଧ୍ଯରେ ତନତା ବୃଦ୍ଧି କରିବା ପ୍ରାସଙ୍ଗିକ । ଭାରତ ସରକାର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର, ନାଗରିକଙ୍କ ଆର୍ଥକ ସାଇବର ଠକେଇ ସଂକ୍ରାନ୍ତି ଅଭିଯୋଗ ଓ ପରିଚାଳନା ପ୍ରଣା ৩০° ସାଇବର ଠକେଇ ପ୍ରଶମନ କେନ୍ଦ୍ର ସ୍ଥାପନ ସମେତ ଅନଲ ଲାଇନ ଆର୍ଥକ ଠକେଇକୁ ରୋକି କିବା ଓ ଏ ସମ୍ପର୍କରେ ଅଭିଯୋଗ ଦାଖଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ହଣ କରିଛନ୍ତି। ତେବେ ଅନଲାଇନ୍ ଆର୍ଥିକ ଠକେଇକୁ ରୋକିବା ପାଇଁ ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏହାକୁ ସ୍କୁଲ ପାଠ୍ୟକ୍ରମର ର ଏକ ଅଂଶବିଶେଷ କରାଯିବା ଆବଶ୍ଯକ ଯାହା ଦ୍ବାରା କମ୍ ବୟସରେ ସରେ ପ୍ରଯୁକ୍ତିର୍ବିଦ୍ୟାର ସୁ ସୁବିଧା ଏବଂ ଅସୁବିଧା ବୁଝିହେବ।

ରାଷ୍ଟ୍ରପତି କହିଛନ୍ତି, ଦକ୍ଷତା ବିକାଶକୁ ଆଗକୁ ବଢାଇବା, ବିଶ୍ବ ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ଏବଂ ଏବଂ ନବସୃଜନ କ୍ଷମତା ବୃଦ୍ଧି କରିବା ହେଉଛି ମାନବ ପୁଞ୍ଜିରେ ନିବେଶ। ଡିଜିଟାଲ୍, ଆର୍ଥିକ ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତି କର୍ମଶକ୍ତି ଏବଂ ନବସୃଜନ ଇକୋସିଷ୍ଟମ ଗଠନ ପାଇଁ ଓଡ଼ିଶା ସରକାର ଭାରତନେତ୍ର ପ୍ରୟାସ ପ୍ରୟାସ ଆରମ୍ଭ କରିଥିବାରୁ ସେ ଖୁସି ହୋଇଥିଲେ। ଭାର ରତନେତ୍ର ପ୍ରୟାସର ଅଂଶବିଶେଷ ଭାବରେ ବ୍ଲାକ୍ ସ୍ବାନ୍ ଶିଖର ସମ୍ମିଳନୀକୁ ସହ-ଆୟୋଜନ କରିବା ପାଇଁ ସେ ସେ ଓଡ଼ିଶା ସରକାର ଏବଂ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ଲୋଜି ନେଟୱର୍କକୁ ପ୍ରଶଂସା କରିଥିଲେ। ଏହି ଶିଖର ସମ୍ମିଳନୀରେ ହୋଇଥୂବା

ଆଲୋଚନା ଏବଂ ସହଯୋଗ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଭାରତ ଏବଂ ବିଶ୍ବ ଲାଗି ପରିବର୍ତ୍ତନକାରୀ ପ୍ରଭାବ ପକାଇବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।