ଭୁବନେଶ୍ଵର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍‌ଡ୍ସ ପ୍ରେସ ଇସ୍ତାହାର ସ୍କାଉଟ କ୍ୟା ମ୍ପୋରୀ ଉଦ୍‌ଘାଟିତ

Dec 19, 2025 - 16:42
 5
ଭୁବନେଶ୍ଵର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍‌ଡ୍ସ ପ୍ରେସ ଇସ୍ତାହାର ସ୍କାଉଟ କ୍ୟା ମ୍ପୋରୀ ଉଦ୍‌ଘାଟିତ

ଭୁବନେଶ୍ଵର: ତା. ୧୮ ।୧୨ ।୨୫: ସ୍ଥାନୀୟ ୟୁନିଟ୍-୩, କ୍ୟାପିଟାଲ୍ ହାଇସ୍କୁଲ ପରିସରରେ

ସତ୍ୟନା ଭୁବନେଶ୍ଵର ଜିଲ୍ଲା ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସର ୩୩ତମ ଜିଲ୍ଲା କ୍ୟାମ୍ପୋରୀ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମାନ୍ୟବର ଆଇନ, ପୂର୍ବ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ଉଦ ନ୍ଦନ ଉଦ୍‌ଘାଟନ କରିଥିଲେ ଲେ । ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧୂକାରୀ ତଥା ମୁଖ୍ୟ ଜିଲ୍ଲା କମିଶନର ଶ୍ରୀମତୀ ସୋନାମିକା ରାୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥ୍‌ ଭାବେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଓ ଗାଇଡ୍‌ର ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଓ ପ୍ରଶାସନିକ ଅଧୂକାରୀ, ଯୁଗ୍ମ ସମ୍ପାଦକ ତଥା ଇଡ୍‌ର ରାଜ୍ୟ ସାଙ୍ଗଠନିକ କମିଶନର୍ ଶ୍ରୀମତୀ ଅନାମିକା ଦାସ ଓ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ଵର ମଧ୍ୟର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସ୍କାଉଟ୍ କମିଶନର୍ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ଦାସ ସ୍ଵାଗତ ଭାଷଣ ଦେବା ସହିତ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଦାଶ। ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ (ଡ଼କ୍ଟର) ପ୍ରଜ୍ଞା ପରମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନେଶ୍ଵର ମହାନଗର ନିଗମ, ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ୬୪ଟି ବିଦ୍ୟାଳୟର ମୋଟ୍ ୧୪୬୫ ଜଣ ସ୍କାଉଟ୍, ଗାଇଡ୍, ସ୍କାଉଟ୍ ମାଷ୍ଟର୍ ଓ ଗାଇଡ୍ କ୍ୟାପ୍‌ଟେନ୍ ଉକ୍ତ କ୍ୟାମ୍ପୋରୀରେ ଯୋଗ ଦେଇଛନ୍ତି । ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କ୍ୟାମ୍ପୋରୀରେ ପ୍ରଦର୍ଶନୀ, ଗ୍ରାମ୍ୟମେଳା, ମାର୍ଚ୍ଚପାଷ୍ଟ, ଶିବିରାଗ୍ନି, ଲୋକକଳା ପ୍ରଦର୍ଶନୀ, ଲୋକଗୀତ, ଲୋକନୃତ୍ୟ, ହସ୍ତକଳା, କୁଇଜ୍, ପ୍ରାଥମିକ ଚିକିତ୍ସା, ଶିବିର ହସ୍ତକର୍ମ, ଦେଶାତ୍ମବୋଧକ ସଂଗୀତ, ନଟିଙ୍ଗ୍, ସର୍ବଧର୍ମ ପ୍ରାର୍ଥନା ସଭା, ଶାନ୍ତି ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସମ୍ପାଦକ ତଥା କ୍ୟାପିଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ବା ଜଣାଇଛନ୍ତି ।