ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ

Dec 18, 2025 - 09:08
 6
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ

୨୦୨୫-୨୬ ଗଣ ଅଣ୍ଡାଦାନ ଋତୁକୁ ଦୃଷ୍ଟିରେ ରଖ୍ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଏକ ବୈଠକ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ କମିଟିର ସଦସ୍ୟ ଥ‌ିବା ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ପଦାଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ବୈଠକରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗତ ବର୍ଷ ନିଆଯାଇଥିବା ଓ ଆଗାମୀ ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଓଡ଼ିଶା ଉପକୂଳରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ଗତ ବିଭିନ୍ନ ୧୦ ବର୍ଷର ଗଣ ଅଣ୍ଡାଦାନ ଆକଳନ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବିଶେଷ କରି ଅଧୂକ ଗଣ ଅଣ୍ଡାଦାନ ହେଉଥ‌ିବା ଗହୀରମଥା ବନ୍ୟପ୍ରାଣୀ ସାମୁଦ୍ରିକ ଅଭୟାରଣ୍ୟ ଓ ଋଷିକୂଲ୍ୟା ନଦୀ ମୁହାଣ ଅଂଚଳରେ ଅଣ୍ଡାଦାନ ସଂପର୍କରେ ଆଲୋକପାତ କରାଯାଇଥିଲା । ଜଣାଯାଇଛି ଯେ, କେବଳ ଗହୀରମଥା ଓ ଋଷିକୂଲ୍ୟାରେ ୨୦୨୨-୨୦୨୩ ବର୍ଷରେ ମୋଟ ୧୧,୪୯ ଲକ୍ଷ କଇଁଛ ଗଣ ଅଣ୍ଡାଦାନ କରିଥିବା ବେଳେ ୨୦୨୩-୨୪ ରେ ମାତ୍ର କେବଳ ଋଷିକୂଲ୍ୟା ଉପକୂଳରେ ୩.୦୧ ଲକ୍ଷ କଇଁଛ ଅଣ୍ଡା ଦାନ କରିଥିଲେ । କିନ୍ତୁ ଆଶ୍ଚର୍ଯଜନକ ଭାବେ ୨୦୨୪-୨୦୨୫ ରେ ଗହ ୀରମଥାଠାରେ ୬.୦୭ ଲକ୍ଷ ଓ ଋଷିକୂଲ୍ୟାଠାରେ ୯.୦୪ ଲକ୍ଷ ଏହି ପରି ମୋଟ ୧୫.୧୧ ଲକ୍ଷ ସମୁଦ୍ର ିକ କଇଁଛ ଗଣ ଅଣ୍ଡାଦାନ

କରିଛନ୍ତି ଯାହା ରେକର୍ଡ ସଂଖ୍ୟକ ହୋଇଛି ।

ଏହାର କାରଣ ସଂପର୍କରେ ବିଶେଷ ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ବୈଶ୍ବିକ ପ୍ରକ୍ରିୟା ଏବଂ ଅନକୂଳ ପରିବେଶ ଜନିତ କାରଣରୁ ହୋଇଥାଇପାରେ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା । ବୈଠକରେ ଗତ ବର୍ଷ ଡ଼ିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ପୂର୍ବକ ୨୦୨୪-୨୫ ରେ ପ୍ରସ୍ତୁତି ପରିପ୍ରେକ୍ଷୀରେ କାର୍ଯ୍ୟନୁଷ୍ଠାନ ଓ ୨୦୨୫-୨୬ ବର୍ଷ ପାଇଁ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନଭେମ୍ବର ୧ ତାରିଖରୁ ଆଗାମୀ ମଇ ୩୧ ତାରିଖ ପର୍ଯ୍ୟନ୍ତ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁଭିଭିକ ପରିଚାଳନା ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ତଦାରଖ ପାଇଁ ହାଇସ୍ପିଡ ଡଙ୍ଗା, ଟ୍ରଲର, ସହାୟକ ଡଙ୍ଗା ନିୟୋଜିତ କରାଯାଇଛି । ସମସ୍ତ ଉପକୂଳ ଫରେଷ୍ଟ ଡିଭିଜନ ଅଂଚଳରେ ୬୭ ଟି ପାଟ୍ରୋଲିଂ ଶିବିର ଆନୁଷଙ୍ଗିକ ସୁବିଧା ପୁନଃ କାର୍ଯ୍ୟକ୍ଷମ ହେବ । ଏଥ୍ ପାଇଁ ପ୍ରତି ଡିଭିଜନ ସ୍ବରରେ ସମୁଦ୍ରରେ ଯୁଗ୍ମ ପାଟ୍ରୋଲିଂ ପାଇଁ ସମନ୍ବୟ ବୈଠକ କରାଯାଉଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କ ସ‌ହଯୋଗ ନିଆଯାଉଛି । ଆନ୍ତଃ ବିଭାଗୀୟ ସମନ୍ବୟ ଯୋଗୁଁ ଅଲିଭ ରିଡଲେ କଇଁଛ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ପ୍ରଶଂସନୀୟ ରହିଥ‌ିବା ବୈଠକରେ ଆଲୋଚନା କରାଯାଇଥିଲା ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ନଭେମ୍ବର ୧ରୁ ୩୧ ମେ ପର୍ଯ୍ୟନ୍ତ ଧାମରା ବନ୍ଦର, ଦେବୀ ନଦୀ ଓ ଋଷିକୂଲ୍ୟା ନଦୀ ମୁହାଣମାନଙ୍କରେ ଆଖପାଖ ୨୦ କି.ମି ପରିସର ମଧ୍ୟରେ ମୋଟର ଚାଳିତ ମାଛଧରା ଡଙ୍ଗା ବ୍ୟବହାର ସଂପର୍କରେ ଏକକାଳୀନ ନିଷେଧ ଲାଗୁ କରା‌ଯାଇଛି । ଗହୀରମଥା ଅଭୟାରଣ୍ୟ ଅଂଚଳରେ ଏହି କଟକଣା ବର୍ଷସାରା ରହିଛି । ଯେପରି ଏହି ବିରଳ କଇଁଛମାନଙ୍କ ପ୍ରତି ବିପଦ ସୃଷ୍ଟି ନହୁଏ, ସେଥିପାଇଁ ଆଇନ୍ ଅନୁପାଳନ ପୂର୍ବକ ଖୁଲାପକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ୟବସ୍ଥା ରହିଛି । ସମୂହ ଅଣ୍ଡାଦାନ ଋତୁରେ ମସ୍ୟଜୀବୀମାନେ ଆକ ଭାବେ ପ୍ରଭାବିତ ହେଉଥ‌ିବାରୁ ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଠିକ୍ ସମୟରେ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ ।

ଓଡ଼ିଶାର ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡା ଦାନ ଏକ ବିରଳ ଓ ଅନନ୍ୟ ପ୍ରକ୍ରିୟା । ସେମାନଙ୍କର ସୁରକ୍ଷା, ସୁରକ୍ଷିତ ଅଣ୍ଡାଦାନ ଓ ସଂରକ୍ଷଣକୁ ସୁବ୍ୟବସ୍ଥିତ କରିବାରେ ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କର ସେ ସହଯୋଗ କାମନା କରିବା ସହିତ ଏନେଇ ରହୁଥ‌ିବା ସମସ୍ୟାର ସମାଧାନ ଓ ଆବଶ୍ୟକତା ପୂରଣ ନେଇ ପାରସ୍ପରିକ ସମନ୍ବୟ ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ବ ଦେଇଛନ୍ତି ।