ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ସୋମବାର ଜୟଦେବ ଭବନଠାରେ "ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ରଙ୍ଗ" ଶୀର୍ଷକ ଏକ ସୁମଧୁର ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।

Aug 19, 2026 - 08:16
Aug 19, 2026 - 08:17
 28
ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ସୋମବାର ଜୟଦେବ ଭବନଠାରେ "ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ରଙ୍ଗ" ଶୀର୍ଷକ ଏକ ସୁମଧୁର ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।

ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସୌନ୍ଦର୍ଯ୍ୟ ଓ ପରମ୍ପରାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଙ୍ଗୀତପ୍ରେମୀ ଉପସ୍ଥିତ ରହି ଉଚ୍ଚକୋଟୀର ପରିବେଷଣର ଆନନ୍ଦ ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଟ ବାଦକଶ୍ରୀ ଆଶିଷ କୁମାର ପେରେଇ ଓ ଶ୍ରୀ ଶତ୍ରୁଘ୍ନ ବେଉରାଙ୍କ ଯୁଗଳ ଭାଓଲୀନପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେମାନଙ୍କୁ ତବଲାରେଶ୍ରୀ ବିଶ୍ୱରଞ୍ଜନ ନନ୍ଦସୁନ୍ଦର ସଙ୍ଗତ ପ୍ରଦାନ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଶିଳ୍ପମୁଦ୍ରା ନିଜର ସୁମଧୁର କଣ୍ଠରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କର ପ୍ରଶଂସା ସାଉଁଟିଥିଲେ। 

ତାଙ୍କୁ ତବଲାରେଶ୍ରୀ ରାକେଶ ବେହେରା, ଭାଓଲୀନରେଡ଼. ଶାରଦା ପ୍ରସନ୍ନ ଦାସ ଏବଂ ତାନପୁରାରେ ଡ଼. ସନ୍ଦୀପନା ପତି ସଙ୍ଗତ ପ୍ରଦାନ କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସଦସ୍ୟମାନେ ଭାରତୀୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସଂରକ୍ଷଣ, ପ୍ରସାର ଓ ନବପିଢ଼ୀ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଁ ସଂସ୍ଥାର ନିରନ୍ତର ପ୍ରୟାସ ଜାରି ରହିବ ବୋଲି କହିଥିଲେ। 

ଶେଷରେ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶ୍ରୋତାମାନେ ଏଭଳି ଉଚ୍ଚକୋଟୀର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ପ୍ରଶଂସା କରିଥିଲେ।