ଭୁବନେଶ୍ୱର ସାମିଲ ହେଲା "catch the rain" ଅଭିଯାନ ରେ...

Jul 26, 2026 - 17:07
 5
ଭୁବନେଶ୍ୱର ସାମିଲ ହେଲା "catch the rain" ଅଭିଯାନ ରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭୁବନେଶ୍ୱର ‘କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହୋଇଛି। 

ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବର୍ଷା ଜଳ ସଂରକ୍ଷଣ ଯୋଜନାରେ ଦେଶର ଅନେକ ପ୍ରମୁଖ ସହର ସାମିଲ ହୋଇଛନ୍ତି। 

କୂଅ ଓ ପୋଖରୀର ପୁନରୁଦ୍ଧାର ସହିତ ବର୍ଷା ଜଳ ସଂରକ୍ଷଣକୁ ଏଥିରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। 

ଭାରତର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-୧’ର ସଫଳ ଉତକ୍ଷେପଣକୁ ଐତିହାସିକ ସଫଳତା କହିଲେ ପ୍ରଧାନମନ୍ତ୍ରୀ। 

INS ମହେନ୍ଦ୍ରଗିରିର ୭୫% ଯନ୍ତ୍ରାଂଶ ଦେଶରେ ନିର୍ମିତ ହୋଇଛି । 

ସ୍ୱଦେଶୀ ବ୍ରହ୍ମୋସ ମିସାଇଲର ରପ୍ତାନୀ ମଧ୍ୟ ଆରମ୍ଭ ହୋଇଛି। ଏହା ମେକ୍ ଇନ୍ ଇଣ୍ଡିଆକୁ ଆହୁରି ମଜବୁତ କରିବ। 

ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ଦେଶର ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି।