ଭୁବନେଶ୍ୱରର ଶୃଙ୍ଖଳା ଦାୟିତ୍ୱ ନେଲେ ନୂଆ DCP...

Sep 25, 2026 - 20:03
 5
ଭୁବନେଶ୍ୱରର ଶୃଙ୍ଖଳା ଦାୟିତ୍ୱ ନେଲେ ନୂଆ DCP...

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶର୍ବଣା ବିବେକ ଏମ୍। 

ଦାୟିତ୍ୱ ନେବା ପରେ ସେ କହିଲେ ଯେ, "ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ।" 

ସେ ପ୍ରକାଶ କରିଲେ ଯେ, "ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଏହା ଦ୍ୱାରା ବହୁ ଲୋକେ ଟଙ୍କା ହରାଉଛନ୍ତି। 

ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ।" 

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ଓ ଜନମୈତ୍ରୀ ପୋଲିସିଂ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂଆ ଡିସିପି।