ଭୁଲ ଟୀକାକରଣ ପାଇଁ ଚାଲିଗଲା ୫ ମାସର ଶିଶୁର ଜୀବନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ ଘଟିଛି ଅଭାବନୀୟ ଘଟଣା । ଭୁଲ ଟୀକାକରଣ ପାଇଁ ପାଞ୍ଚ ମାସର ଶିଶୁର ମୃତ୍ୟୁ ଘଟିଛି। ଯାହାଫଳରେ ମେଡିକାଲ ପରିସରରେ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ଶିଶୁଟିକୁ ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ମେଡିକାଲକୁ ଅଣାଯାଇଥିଲା। ଏହାପରେ ରାତିରେ ମେଡିକାଲ ପକ୍ଷରୁ ଶିଶୁଟିକୁ ମୃତ ଘୋଷଣା କରାଯାଇଥିଲା । ତେବେ ଭୂଲ ଟୀକା ପ୍ରଦାନ ହେତୁ ମୃତ୍ୟୁ ବରଣ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାପରେ ବୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁଲ ଟୀକାକରଣ ପାଇଁ ଚାଲିଗଲା ୫ ମାସର ଶିଶୁର ଜୀବନ