ଓଡିଶା ଏଆଇ AI (କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫, 19 ଓ 20 ଦୁଇ ଦିନ ଧରି ହେବ...
ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ଵ ଦେଇଆସିଛନ୍ତି ।
ନିରନ୍ତର ପ୍ରୟାସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ବାବଧାନରେ ଏଥର ଓଡିଶାରେ ଏଆଇ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହେବ ବୋଲି ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମ କୁ ସମ୍ବୋଧନ କରି କହିଛନ୍ତି |
ମନ୍ତ୍ରୀ ଏଆଇର ମୂଳ ସିଦ୍ଧାନ୍ତ ତିନୋଟି ସୂତ୍ର ଏବଂ ସାତଟି ଚକ୍ର ବିଷୟରେ ସମ୍ବୋଧିତ କରି କହିଥିଲେ ଯେ ଫେବୃଆରୀ ମାସରେ ଭାରତ ଇମ୍ପାକ୍ଟ ଏଆଇ ସମ୍ମିଳନୀ ହେବା ପୂର୍ବରୁ ୮ ଟି ରାଜ୍ୟରେ ଆଞ୍ଚଳିକ ଇମ୍ପାକ୍ଟ ଏଆଇ ସମ୍ମିଳନୀ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ , କେରଳ , ଗୁଜୁରାଟ , ରାଜସ୍ଥାନ , ମେଘାଳୟ , ଉତ୍ତର ପ୍ରଦେଶ , ତେଲେଙ୍ଗାନା ସହ ଓଡିଶାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।
ତେଣୁ ଓଡିଶାକୁ ଭାରତରେ କୁତ୍ରିମ ବୁଦ୍ଧିମତ୍ତା ହବ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭିଜନରେ ଗୁରୁତ୍ଵ ଦେଇଛନ୍ତି ।
ଓଡିଶା ଓଡିଆ ଅସ୍ମିତାକୁ ପ୍ରାଧ୍ୟାନ୍ୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵ ରେ କୁତ୍ରିମ ବୁଦ୍ଧିମତ୍ତାରେ ଭାଷା ଦାନ କାର୍ଯ୍ୟକ୍ରମ କରାଯିବ ଯେଉଁଥିରେ ଓଡିଆ ଲେଖାକୁ ସରଳ ଭାବରେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ ।
ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଶା ଆଗାମୀ ଭବିଷ୍ୟତ ନିମନ୍ତେ ପ୍ରଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଆଭିମୁଖ୍ୟ ଗ୍ରହଣ କରୁଛି
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଆଇ ନୀତି ୨୦୨୫ ସହିତ, ଫିନଟେକ୍, ଗ୍ଲୋବାଲ କାପାବିଲିଟି ସେଣ୍ଟର ଏବଂ ଉନ୍ନତ ଇଲେକ୍ଟ୍ରୋନିକ୍ସ ପାଇଁ ପ୍ରଗତିଶୀଳ ନୀତି ସହିତ ଜନସଂଖ୍ୟା ପରିମାପ ଏଆଇ ଗ୍ରହଣ ପାଇଁ ଏକ ସ୍ପଷ୍ଟ, ଦାୟିତ୍ୱବାନ ଏବଂ ନିବେଶକ-ଅନୁକୂଳ ଢାଞ୍ଚା ନିର୍ମାଣ କରାଯାଉଛି ।
ସେହିପରି ଏଆଇ ନିମନ୍ତେ
କୋଡିଏ କୋଟି ଟଙ୍କାର ବଜେଟ ପ୍ରାବଧାନ ମଧ୍ୟ ରାଜ୍ୟ ତରଫରୁ କରାଯାଇଛି |
ଏଆଇ ଦ୍ୱାରା ଉତ୍କର୍ଷ ଓଡିଶା 2036 ଏବଂ ବିକଶିତ ଭାରତ 2047 ର ସ୍ବପ୍ନ ସଫଳ ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ଉଦବୋଧନ ଦେଇଛନ୍ତି |
ଲୋକସଭା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆଗାମୀ ୧୯ ରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ଓଡିଶା ଏଆଇ (କୁତ୍ରିମ ବୁଦ୍ଧିମତ୍ତା) ସମ୍ମିଳନୀ ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ଏହି ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡ. ମୁକେଶ ମହାଲିଙ୍ଗ , ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ ।