ଭୁଲ୍‌‌ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ

ଟିଟିଲାଗଡ଼ : ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭୁଲ୍‌‌ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିହିନୀ ଗ୍ରାମର ବିମଲ ଛତରଙ୍କ ପତ୍ନୀ ବିନୋଦିନୀ ଛତର (୨୪) ବୋଲି ଜଣାପଡିଛି। ମହିଳା ଜଣକ ଗତ ୨ ତାରିଖରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ। ତାଙ୍କ ଗର୍ଭରୁ ମୃତ ଶିଶୁକୁ ସ୍ଵଭାବିକ ଭାବରେ କଢ଼ାଯାଇଥିଲା। ଆଜି ତାଙ୍କୁ ଡ଼ିସଚାର୍ଜ କରିବାକୁ ଡାକ୍ତର କହିଥିଲେ । ତେବେ ଜୈନିକ ନର୍ସ ସକାଳ ୭ଟାରେ ତାଙ୍କୁ ଇଂଜେକ୍ସନ ଦେବା କ୍ଷଣି ସେ ଗୁରୁତର ହୋଇ ପଡି କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ। ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ଯୋଗୁଁ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଚନ୍ଦ୍ରପ୍ରକାଶ ଦେହୁରୀ, ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭୀର, ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ଆଲୋଚନା କରୁଛନ୍ତି।

Feb 8, 2024 - 17:26
 2
ଭୁଲ୍‌‌ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ