ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

କୁଜଙ୍ଗ : କୁଜଙ୍ଗ ଥାନା ବରିହା ଗାଁରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୮ ବଖରା ଘର। ଏହି ଅଗ୍ନିକାଣ୍ଡରେ ପରିମାଣ ଏତେ ଅଧିକ ଥିଲା ଯେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏପରିକି ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏପରିକି ପୋଲିସ ମଧ୍ୟ ଏହି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।

Mar 12, 2024 - 16:00
 5
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର