ନୃସଂଶ ସ୍ୱାମୀର ବର୍ବର କାଣ୍ଡ
କନ୍ଧମାଳ : ସ୍ତ୍ରୀର ତଣ୍ଟି ଚିପି ମାରି ଦେଲା ନୃସଂଶ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବି. ଡକେବାଡି ଅଞ୍ଚଳରେ। ପୁଲିସ ସ୍ୱାମୀ ମିତୁ ପ୍ରଧାନକୁ ଅଟକ ରଖି ପଚରା ଉଚରା କରୁଛି। ସୂଚନା ଅନୁଯାୟୀ ଉଭୟ ପତି ପତ୍ନୀ ଭଲ ପାଇ୯ ବର୍ଷ ତଳେ ବିବାହ କରିଥିଲେ। ଏବେ ସେମାନଙ୍କର ୭ବର୍ଷର ଗୋଟିଏ ପୁଅଟିଏ ଅଛି। ମଙ୍ଗଳବାର ଦିନ ଠାରୁ ପତ୍ନୀ ଶାନ୍ତନା ନିଖୋଜ ଥିବା ନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ଆଉ ଆଜି ପରିବାର ଲୋକେ ଘର ନିକଟ ପାହାଡ଼ରେ ତାଙ୍କର ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ରକ୍ତାକ୍ତ ମର ଶରୀର ଦେଖି ପରିବାର ଲୋକେ ଏହା ହତ୍ୟା କରାଯାଇ ଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସ୍ୱାମୀ ମିତୁକୁ ଥାନାକୁ ନେଇ ପଚରା ଉଚରା କରିଥିଲା। ଏହାପରେ ସ୍ୱାମୀ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ପାଖରେ ସ୍ୱାକାର କରିଛି। କାହିଁକି ନିଜ ପତ୍ନୀକୁ ସ୍ୱାମୀ ମିତୁ ହତ୍ୟା କଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏନେଇ ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ସାହାଯ୍ୟରେ ଦାରିଂବାଡ଼ି ପୁଲିସ ଅଧିକ ତଦନ୍ତ ଚଳାଇଛି।