ମକର ସଂକ୍ରାନ୍ତିର ଲକ୍ଷ୍ୟ ଓ ଉଦେଶ୍ୟ...

Jan 14, 2026 - 14:35
Jan 14, 2026 - 14:36
 7
ମକର ସଂକ୍ରାନ୍ତିର ଲକ୍ଷ୍ୟ ଓ ଉଦେଶ୍ୟ...

।। ଶ୍ରୀମନ୍ଦିରରେ ମକରଚୌରାଶି ଭୋଗ ।।

????ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ବିଶେଷ ଭୋଗ ନୈବେଦ୍ୟ ଲାଗି ହୋଇଥାଏ। ????ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । 

????ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବା ମକରଚୌରାଶୀ ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ । 

????ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ 

????ସମସ୍ତ ପ୍ରାଣୀର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଏହାକୁ ମକର ଚଉରାଶି କୁହାଯାଏ