ମଦ ନିଶାରେ ଯୁବକ ବ୍ଲେଡ୍‌ରେ କାଟିଲେ ନିଜ ବେକ

ବରଗଡ଼: ନିଶାସକ୍ତ ଯୁବକଙ୍କ ବର୍ବର କାଣ୍ଡ, ହାତରେ ବ୍ଲେଡ୍‌ ଧରି ନିଜ ତଣ୍ଟିକୁ ନିଜେ କାଣ୍ଟିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ସହରର ଭଟଲି ଛକଠାରେ। ଜଣେ ନିଶାସକ୍ତ ଯୁବକ ଦିନ ଦ୍ବିପ୍ରହର ସ୍ପଷ୍ଟ ଦିବାଲୋକରେ ନିଜ ‌ତଣ୍ଟି ନିଜେ କାଟିବା ଘଟଣା ସହରସାରା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯୁବକ ଜଣକ ଭଟଲି ଥାନା ଅନ୍ତର୍ଗତ ମେଣ୍ଡପାଲି ଗ୍ରାମର ବୋଲି ଜଣାପଡ଼ିଛି। ପରିଚୟ ଜଣାପଡ଼ି ନଥିବା ବେଳେ ବରଗଡ଼ ଟାଉନ୍‌ ଥାନା ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯୁବକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବକ ଜଣକ ମାନସିକ ଅନଗ୍ରସର ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି।

Feb 16, 2024 - 17:54
 4
ମଦ ନିଶାରେ ଯୁବକ ବ୍ଲେଡ୍‌ରେ କାଟିଲେ ନିଜ ବେକ