ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥର କଣ୍ଠଳିଆ ଛକ ନିକଟରେ । ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଯାଇଥିବାବେଳେ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୋଗରାଇ ବ୍ଲକ ନହରା ଗ୍ରାମର ଖଗେନ୍ଦ୍ର ଭୂଇଁୟା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖଗେନ୍ଦ୍ର ଭୂଇଁୟା ସକାଳ ସମୟରେ ଘରକୁ ଫେରୁଥୁବା ବେଳେ ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନ ବୃଦ୍ଧ ଖଗେନ୍ଦ୍ରଙ୍କୁ କଣ୍ଠଳିଆ ଛକ ନିକଟରେ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଶ୍ରମିକଙ୍କୁ ନେଇ ଯାଉଥିବା ଏହି ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଥିଲେ । ଖବର ପାଇ କମର୍ଦା ପୋଲିସ ଘଟଣା ସ୍ଥଳରେ ପହଁଚି ୫ ଜଣକୁ ଶ୍ରମିକଙ୍କୁ ଅଟକ ରଖି ପଚାର ଉଚରା କରୁଛି । ଅନ୍ୟପଟେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ କ୍ଷତି ପୂରଣ ଓ ହମ୍ପସ୍ ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ।
