ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ କଲେ ଦର୍ଶନ...

Oct 2, 2025 - 08:49
 13
ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ କଲେ ଦର୍ଶନ...

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବାହ୍ନରେ କଟକର ମଣ୍ଡପ ରେ ମା ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । 

ଅପରାହ୍ନରେ ପୁଣି ମୁଖ୍ୟମନ୍ତ୍ରୀ ଚୌଧୁରୀ ବଜ଼ାର, ପିଠାପୁର, ଝୋଲସାହି ଚାନ୍ଦିନୀ ଚୌକ ଓ ମାର୍କଟନଗର ଅଂଚଳ ରେ ଥିବା ପୂଜା ମଣ୍ଡପ ରେ ମାଙ୍କୁ ଦର୍ଶନ କରିଥିଲେ ।

ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ସାମ୍ବାଦିକମାନଙ୍କ ସହିତ କଟକ ସହର ର ପୂଜା ବିଷୟରେ ଆଲୋଚନା କରିଥିଲେ । 

ଐତିହାସିକ ବାଲିଯାତ୍ରା ବିଷୟରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି ଐତିହ କୁ ପ୍ରଧାନ୍ୟ ଦେଇ ବାଲିଯାତ୍ରା ହେବକହିଲେ ମୁଖ୍ୟମନ୍ତ୍ରୀ |

ଓଡିଶା ହାଇକୋର୍ଟ ଙ୍କ ଠାରୁ ଅନୁମତି ନେଇ ଉପର ଓ ତଳ ପଡ଼ିଆରେ ବଲିଯାତ୍ରା ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଉପର ପଡ଼ିଆ ରେ ପାରମ୍ପରିକ ସାମଗ୍ରୀ ଷ୍ଟଲ ମଧ୍ୟ କରାଯିବ |

ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।