ମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ମୃତ

ବିହାର : ବିହାରର ଲାଖିସରାୟରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜ୍ଞାତ ଗାଡି ଅଟୋକୁ ଧକ୍କା ଫଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗାଡି ଓ ଅଟୋ ମୁହାଁ ମୁଁହି ଧକ୍କା ହୋଇଛି। ଫଳରେ ଆଠ ଜଣଙ୍କର ମୃତ୍ୟୁ ହେବ ସହିତ ଅଟୋଟି ସମ୍ପୂର୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ତେବେ ସଡ଼କ ଏହି ଦୁର୍ଘଟଣା ଲଖିସରାୟ-ସିକନ୍ଦ୍ରା ମୁଖ୍ୟ ରାସ୍ତାର ବିହାରୌରା ଗ୍ରାମ ନିକଟରେ ଘଟିଛି। ଏଠାରେ ୧୫ ଜଣ ଲୋକ ଏକ ଅଟୋରେ ଯାତ୍ରା କରୁଥିଲେ। ଯେତେବେଳେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା କାରଣରୁ ଅଧିକାଂଶ ଲୋକମାନେ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତେବେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

Feb 21, 2024 - 15:42
 2
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ମୃତ