ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ

ନୂଆଦିଲ୍ଲୀ : ରାଜସ୍ଥାନର ଜାଲୋର ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପିଡୀତଙ୍କ ସୂଚନା ଅନୁଯାୟୀ ,‘ମୁଁ ସ୍କୁଲ ଯାଇଥିଲି। ଏହି ସମୟରେ କାମ ଥିବା କହି ସ୍କୁଲ ପ୍ରଧାନଶିକ୍ଷକ ମୋତେ ତାଙ୍କ ରୁମକୁ ଡାକିଥିଲେ। କିଛି ସମୟ କଥା ହେବାପରେ ସେ ମୋ ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ବିଷୟ‌ରେ କାହାକୁ କିଛି ନକହିବାକୁ ପ୍ରଧାନଶିକ୍ଷକ ମୋତେ ଧମକ ଦେଇଥିଲେ।’ ଝିଅ ଠାରୁ ଆମେ ଏଭଳି କଥା ଶୁଣି ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିଲୁ।’ ପୀଡ଼ିତା ପରିବାରଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ପ୍ରଧାନଶିକ୍ଷକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ନାମ ଈଶ୍ବରଲାଲ ମେଘବାଲ ଭାବେ ହୋଇଛି। ପୀଡିତାଙ୍କ ଡାକ୍ତରି ପରୀକ୍ଷା କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

Feb 21, 2024 - 15:43
 3
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ