ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୧୮,୯୫୭ କୋଟି ଟଙ୍କାର ବଜେଟ୍: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ପ୍ରମୁଖ ପଦକ୍ଷେପଗୁଡ଼ିକର ଉପସ୍ଥାପନା...
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୧୮,୯୫୭ କୋଟି ଟଙ୍କାର ବଜେଟ୍: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ପ୍ରମୁଖ ପଦକ୍ଷେପଗୁଡ଼ିକର ଉପସ୍ଥାପନା...
ଗଣମାଧ୍ୟମକୁ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ (WCD) ଏବଂ ମିଶନ ଶକ୍ତି ବିଭାଗ ପାଇଁ ମୋଟ ୧୮,୯୫୭.୧୫ କୋଟି ଟଙ୍କାର ଏକ ବ୍ୟାପକ ବଜେଟ୍ ଘୋଷଣା କରିଛନ୍ତି।
ଏହି ବଜେଟ୍ ମୁଖ୍ୟତଃ ମହିଳା ସଶକ୍ତିକରଣ, ଶିଶୁ କଲ୍ୟାଣ, ପୁଷ୍ଟି ଏବଂ ଜୀବିକା ବିକାଶ ଉପରେ କେନ୍ଦ୍ରିତ।
ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ବାଲ, ମିଶନ ଶକ୍ତି ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ଚଳିତ ବର୍ଷ ଏହି ବ୍ୟୟବରାଦକୁ ବୃଦ୍ଧି କରାଯାଇ ୧୬,୧୫୨.୯୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି ।
ଏଥିମଧ୍ୟରୁ ଯୋଜନା ଖର୍ଚ୍ଚ ପାଇଁ ୧୬,୧୨୨.୯୩ କୋଟି ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ ୨୯.୯୯ କୋଟି ଟଙ୍କା ରଖାଯାଇଛି ।
????ରାଜ୍ୟର ନିଜସ୍ୱ ପାଣ୍ଠିରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସହ କେତେକ ସ୍ଥାନରେ 'କ୍ରେଚ୍' (ଶିଶୁ ଯତ୍ନ କେନ୍ଦ୍ର) ର ସୁବିଧା ରହିବ । ଏଥିପାଇଁ ୬୩୪.୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
????ଶିଶୁ ସୁରକ୍ଷାକୁ ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ଟି ସମନ୍ୱିତ ବାତ୍ସଲ୍ୟ ସଦନ ପ୍ରତିଷ୍ଠା କରାଯିବ, ଯେଉଁଠାରେ ଶିଶୁ ଗୃହ, ଶିଶୁ କଲ୍ୟାଣ କମିଟି ଓ କିଶୋର ନ୍ୟାୟ ବୋର୍ଡ ଏକାଠି କାର୍ଯ୍ୟ କରିବେ । ଏଥିପାଇଁ ୬୨.୨୮ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
????ଓଡିଶା ରାଜ୍ୟ କ୍ରେଚ୍ ପଲିସି-୨୦୨୫: ଛଅ ମାସରୁ ଛଅ ବର୍ଷ ବୟସର ଶିଶୁମାନଙ୍କ ଯତ୍ନ ଓ କାର୍ଯ୍ୟରତ ମାଆମାନଙ୍କୁ ସୁରକ୍ଷିତ ଡେ-କେୟାର ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ ।
????ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏକ ଆଲୋଚନା ମଞ୍ଚ 'ସୁଭଦ୍ରା ଶକ୍ତି ସମ୍ବାଦ' ଏବଂ ମହିଳାଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ 'ସୁଭଦ୍ରା ୱେଲନେସ୍ କେନ୍ଦ୍ର' ସ୍ଥାପନ କରାଯିବ ।
????ସାର୍ବଜନୀନ ସ୍ଥାନଗୁଡ଼ିକରେ ମାଆମାନଙ୍କ ପାଇଁ ଶିଶୁ ସ୍ତନ୍ୟପାନ କେନ୍ଦ୍ରମାନ ସ୍ଥାପନ କରାଯିବ ।
????ଆର୍ଥିକ ଦୁର୍ବଳ ଶ୍ରେଣୀର କନ୍ୟା ସନ୍ତାନଙ୍କ ପାଇଁ ଏହି ଯୋଜନା ଅଧୀନରେ ୨୦,୦୦୦ ଟଙ୍କା (ଭିନ୍ନକ୍ଷମଙ୍କ ପାଇଁ ଅତିରିକ୍ତ ୩,୦୦୦) ର ସଞ୍ଚୟ କରାଯିବ ଏବଂ ସ୍ନାତକ ପରେ ସୁଧ ସହ ୧,୦୦,୦୦୧ ଟଙ୍କା ପ୍ରଦାନ କରାଯିବ ।
????ପ୍ରାୟ ୧୪.୭୬ ଲକ୍ଷ ଶିଶୁଙ୍କ ପୋଷାକ, ଜୋତା ଓ ସ୍ୱେଟର ବାବଦକୁ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି । ଏଥିପାଇଁ ୧୧୦.୫୭ କୋଟି ଟଙ୍କାର ବରାଦ ହୋଇଛ
????୨୦୨୬-୨୭ ବର୍ଷରେ ପ୍ରାୟ ୧ କୋଟିରୁ ଅଧିକ ମହିଳାଙ୍କୁ ସହାୟତା ପାଇଁ ସର୍ବାଧିକ ୧୦,୧୪୫.୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି
????ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କ ପାଇଁ ପୁତ୍ର ସନ୍ତାନ ଜନ୍ମରେ ୧୦,୦୦୦ ଏବଂ କନ୍ୟା ସନ୍ତାନ କ୍ଷେତ୍ରରେ ୧୨,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ଏଥିପାଇଁ ୫୦୦ କୋଟି ଟଙ୍କାର ବରାଦ ହୋଇଛି ।
????ବାଲ୍ୟ ବିବାହ ରୋକିବା ଓ ବିଧବା ପୁନଃ ବିବାହକୁ ପ୍ରୋତ୍ସାହନ ପାଇଁ ୧୧.୮୩ କୋଟି ଟଙ୍କା ରଖାଯାଇଛି ।
????୩ ରୁ ୬ ବର୍ଷ ବୟସର ଶିଶୁ ମାନଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷାର ସୁଦୃଢୀକରଣ କରିବା ସଙ୍ଗେସଙ୍ଗେ ଭବିଷ୍ୟତ ଶିକ୍ଷା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୧ ଗୋଟି ଆଦିବାସୀ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ୧୯.୨୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି
????ମହିଳା, କିଶୋର ଓ ଶିଶୁମାନଙ୍କ ମଧ୍ୟରେ ପୋଷଣ ସ୍ଥିତିର ସୁଧାର ଆଣିବା ନିମିତ୍ତ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
????ସକ୍ଷମ ଅଙ୍ଗନବାଡ଼ି, ପୋଷଣ ୨.୦ ଏବଂ ମିଶନ ବାତ୍ସଲ୍ୟ ପାଇଁ ସର୍ବମୋଟ ୨୬୩୮.୩୬ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।
????ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ଵାବଲମ୍ବୀ ଓ ସଶକ୍ତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୮୦୪.୨୩ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି ।
????୨୦୨୬-୨୭ ପାଇଁ ମୋଟ ୨୮୦୪.୨୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ଯୋଜନା ଖର୍ଚ୍ଚ ବାବଦକୁ ୨୮୦୦ କୋଟି ଏବଂ ପ୍ରଶାସନିକ ବ୍ୟୟ ପାଇଁ ୪.୨୩ କୋଟି ଟଙ୍କା ରହିଛି ।
????ରାଜ୍ୟସ୍ତରୀୟ ଯୋଜନା ପାଇଁ ୧୩୦୦ କୋଟି ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
????ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଋଣର ନିୟମିତ ପରିଶୋଧ ଉପରେ ୦(ଶୁନ)% ସୁଧହାର ଧାର୍ଯ୍ୟ କରାଯାଇଛି ।
୨୦୨୬-୨୭ ଆର୍ଥିକ ବର୍ଷରେ ୫୭୫ କୋଟି ଟଙ୍କା ସୁଧ ଫେରସ୍ତ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
????୨୦୨୬-୨୭ ଆର୍ଥିକ ବର୍ଷରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ଜୀବନ ଜୀବିକା ଏବଂ ଦକ୍ଷତା ବିକାଶ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୨୬୩.୮୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
????ଗୃହ ନିର୍ମାଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ଫେଡେରେସନ୍ ପାଇଁ ଆର୍ଥିକ ସହାୟତା
????ଚଳିତ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭିତ୍ତିଭୂମି ନିମନ୍ତେ ୮୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘଙ୍କ ନିମନ୍ତେ ୨୫୩.୪୪ କୋଟି ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି
????ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକା ଓ କୃଷି ଭିତ୍ତିକ ଉଦ୍ୟୋଗିତା ବୃଦ୍ଧି ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଇଛି ।
????ଏହି କାର୍ଯ୍ୟକ୍ରମ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୪୫.୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ମାନବ ସମ୍ବଳ, ନିରୀକ୍ଷଣ ଏବଂ ମୂଲ୍ୟାୟନ, Information, Education and Communication (IEC) କାର୍ଯ୍ୟକଳାପ, ଆପାତଃକାଳୀନ ପ୍ରଶାସନିକ ଖର୍ଚ୍ଚ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ଆର୍ଥିକ ବର୍ଷ ୨୦୨୬-୨୭ ରେ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ଜାତୀୟ ଗ୍ରାମୀଣ ଜୀବିକା ମିଶନ (National Rural Livelihood Mission -NRLM) :*
????୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୧୩୩୨.୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ଆର୍ଥିକ ବର୍ଷ ୨୦୨୪-୨୫ ରେ ସମଗ୍ର ରାଜ୍ୟରେ ୧୬.୪୨ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରାଯାଇଅଛନ୍ତି ।
????୨୦୨୫–୨୬ ଆର୍ଥିକ ବର୍ଷରେ ଆୟବୃଦ୍ଧି କରାଯାଇ “ଲକ୍ଷପତି ଦିଦି”ରେ ପରିଣତ କରିବା ଉଦ୍ଦେଶ୍ୟରେ ୧୦.୮୦ ଲକ୍ଷ “ସମ୍ଭାବ୍ୟ ଲକ୍ଷପତି ଦିଦି (PLD)” ଚିହ୍ନଟ କରାଯାଇଛନ୍ତି ।
????ଷ୍ଟାର୍ଟ ଅପ୍ ଗ୍ରାମ୍ୟ ଉଦ୍ୟୋଗୀ କାର୍ଯ୍ୟକ୍ରମ (Start-up Village Entrepreneurship Program-SVEP):*
????୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୬୨.୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ମହିଳା କୃଷକ ସଶକ୍ତିକରଣ ପ୍ରକଳ୍ପ (Mahila Kisan Sashaktikaran Pariyojana-MKSP)*
????୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
????ଗ୍ରାମୀଣ ସ୍ୱୟଂ ନିଯୁକ୍ତି ତାଲିମ୍ ପ୍ରତିଷ୍ଠାନ (Rural Self Employment Training Institutes-RSETIs):*
????୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୩୨.୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।