ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ ଏବଂ ରାଜ୍ୟର ପ୍ରଥମ ମହିଳା...

Oct 11, 2026 - 08:36
 8
ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ ଏବଂ ରାଜ୍ୟର ପ୍ରଥମ ମହିଳା...

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଶନିବାର ଦିନ ମହାଳୟା ଅବସରରେ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ରାଜ୍ୟର ଜନସାଧାରଣଙ୍କ ସମୃଦ୍ଧି, ସୁଖ ଓ ମଙ୍ଗଳ କାମନା କରିଛନ୍ତି।

ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କୁ ପବିତ୍ର ଧବଳମୁଖୀ ବେଶରେ ସୁସଜ୍ଜିତ କରାଯାଇଥାଏ। ଏହି ବିଶେଷ ବେଶରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। 

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ଭାବେ ପରିଚିତ ଏହି ମନ୍ଦିରରେ ମହାଳୟା ଅବସରରେ ବିଶେଷ ଧାର୍ମିକ ଉତ୍ସାହ ପରିଲକ୍ଷିତ ହୋଇଥାଏ।

ଏହା ପୂର୍ବରୁ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ମଧ୍ୟ ପରିଦର୍ଶନ କରି ମହାନଦୀ ଉପରେ ନିର୍ମିତ ଏହି ବିଶାଳ ଜଳବନ୍ଧ ଏବଂ ଏହାର ବିସ୍ତୃତ ଜଳଭଣ୍ଡାରକୁ ପରିଦର୍ଶନ କରିଥିଲେ।