ମାନବିକ ଅଧିକାର ଦିବସ ପାଳନ ରେ କଣ ରହିଛି ଆମମାନଙ୍କ ପାଇଁ...
ମାନବାଧିକାରର ସାର୍ବଜନୀନ ଘୋଷଣାନାମା (UDHR), ଯାହା ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ଲୋକଙ୍କ ପାଇଁ 30ଟି ମୌଳିକ ଅଧିକାର ଏବଂ ସ୍ୱାଧୀନତା ସ୍ଥାପନ କରିଛି।
ଏହି ଅଧିକାରଗୁଡ଼ିକରେ ଭେଦଭାବରୁ ମୁକ୍ତି, ଜୀବନ ଏବଂ ସ୍ୱାଧୀନତାର ଅଧିକାର ଏବଂ ଜୀବନଧାରଣର ଉପଯୁକ୍ତ ମାନଦଣ୍ଡ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ଅଧିକାର ଅନ୍ତର୍ଭୁକ୍ତ।
ଏହି ପ୍ରବନ୍ଧଗୁଡ଼ିକ ଆନ୍ତର୍ଜାତୀୟ ମାନବାଧିକାର ଆଇନର ଆଧାର ଭାବରେ କାର୍ଯ୍ୟ କରେ ଏବଂ ମିଳିତ ଜାତିସଂଘ (UN) ଓ ଆମନେଷ୍ଟି ଇଣ୍ଟରନ୍ୟାସନାଲ୍ ଭଳି ସଂଗଠନ ଦ୍ୱାରା ପ୍ରୋତ୍ସାହିତ କରାଯାଇଛି।
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣାନାମା :
ମାନବ ସମାଜର ସମସ୍ତ ବ୍ୟକ୍ତିଙ୍କର ଅନ୍ତର୍ନିହିତ ଗରିମା ଓ ସମ୍ମାନ ଏବଂ ଅରୋପ୍ୟ ଅଧିକାରକୁ ସ୍ୱୀକାର କରିବା ଅର୍ଥ ପୃଥିବୀରେ ମୁକ୍ତ, ନ୍ୟାୟ ଓ ଶାନ୍ତିର ମୂଳଦୁଆ ପକାଇବା !
ମାନବିକ ଅଧିକାର ପ୍ରତି ବିରାଗ ଓ ଅବଜ୍ଞା ପ୍ରଦର୍ଶନ କରାଯିବା ଯୋଗୁଁ ନୃଶଂସ କାର୍ଯ୍ୟ ସଂଘଟିତ ହୋଇ ପରିଣାମରେ ମନୁଷ୍ୟଜାତିର ବିବେକ ଜଳିପୋଡ଼ି ଯାଇଅଛି ଏବଂ ଯେଉଁ ପୃଥିବୀରେ ମନୁଷ୍ୟମାନେ ମତପ୍ରକାଶର ସ୍ୱାଧୀନତା, ଧର୍ମପାଳନର ସ୍ୱାଧୀନତା ପାଇବେ, ଭୟ ଓ ଅଭାବରୁ ମୁକ୍ତି ପାବେ, ସେହିପରି ପୃଥିବୀ ଗଢ଼ିବା ସାଧାରଣ ଲୋକଙ୍କର ଉଚ୍ଚତମ ଆକାଙ୍କ୍ଷା ବୋଲି ଘୋଷିତ ହୋଇଅଛି !
ଏହା ପ୍ରୟୋଜନୀୟ ଯେ (ଯଦି ମନୁଷ୍ୟ ଶେଷ ଅବଲମ୍ବନ ସ୍ୱରୂପ ଅତ୍ୟାଚାର ଓ ଅନାଚାର ବିରୁଦ୍ଧରେ ବିଦ୍ରୋହ କରିବାକୁ ବାଧ୍ୟ ନ ହୁଏ) ମାନବିକ ଅଧିକାର ଋକ୍ଷ ହେବା ଉଚିତ !
ବିଭିନ୍ନ ଜାତିମାନଙ୍କ ଭିତରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାର ବ୍ୟବସ୍ଥା ହେବା ଦରକାର !
ମିଳିତ ଜାତି ଅନୁଷ୍ଠାନ ଅନ୍ତର୍ଭୁକ୍ତ ଦେଶମାନଙ୍କର ଚାର୍ଟର ବା ଘୋଷଣାପତ୍ରରେ ମନୁଷ୍ୟର ମୌଳିକ ଅଧିକାର ପ୍ରତି, ମନୁଷ୍ୟର ମର୍ଯ୍ୟାଦା ଓ ଯୋଗ୍ୟତା ପ୍ରତି ଏବଂ ନରନାରୀଙ୍କର ସମାନ ଅଧିକାର ପ୍ରତି ସେମାନଙ୍କର ବିଶ୍ୱାସ କରୁଅଛି ବୋଲି ଦୃଢ଼ ଭାବରେ ସମର୍ଥନ କରୁଅଛନ୍ତି ଏବଂ ବୃହତ୍ତର ସ୍ୱାଧୀନତାରେ ସାମାଜିକ ପ୍ରଗତି ଓ ଉନ୍ନତତର ଜୀବନଯାପନ ପ୍ରଣାଳୀର ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଅଛନ୍ତି !
ଉକ୍ତ ଅନୁଷ୍ଠାନର ସଭ୍ୟ ବିଭିନ୍ନ ଦେଶରେ ମିଳିତ ଜାତି ଅନୁଷ୍ଠାନର ସହଯୋଗରେ ମାନବିକ ଅଧିକାର ଓ ମୌଳିକ ସ୍ୱାଧିନତା ନିମନ୍ତେ ବିଶ୍ୱଜନୀନ ସମ୍ମାନ ବୃଦ୍ଧି ପାଇଁ ଏବଂ ମାନବିକ ଅଧିକାର ଓ ମୌଳିକ ସ୍ୱାଧୀନତା ପାଳନ ପାଇଁ ଶପଥ ଗ୍ରହଣ କରିଅଛନ୍ତି !
ଏହି ଶପଥକୁ ପୂର୍ଣ୍ଣରୂପରେ କାର୍ଯ୍ୟରେ ପରିଣତ କରିବା ସକାଶେ ସମସ୍ତଙ୍କ ପକ୍ଷରେ ଏହିସବୁ ଅଧିକାର ଓ ସ୍ୱାଧୀନତାର ଅବରୋଧ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ !
ମାନବାଧିକାରର ସାର୍ବଜନୀନ ଘୋଷଣାନାମା (UDHR)ର ଧାରା ନମ୍ବର 1:
"ସମସ୍ତ ମଣିଷ ସ୍ୱାଧୀନ ଭାବରେ ଜନ୍ମଗ୍ରହଣ କରନ୍ତି ଏବଂ ମର୍ଯ୍ୟାଦା ଓ ଅଧିକାରରେ ସମସ୍ତେ ସମାନ" !
ସମସ୍ତେ ଯୁକ୍ତି ଓ ବିବେକ ସହିତ ସମ୍ପନ୍ନ ଏବଂ ପରସ୍ପର ପ୍ରତି ଭାଇଚାରାର ମନୋଭାବରେ କାର୍ଯ୍ୟ କରିବା ଉଚିତ।
ଏହି ମୌଳିକ ଧାରା ଅନ୍ତର୍ନିହିତ ସମାନତାର ନୀତି ଏବଂ ଅନ୍ୟ ସମସ୍ତ ମାନବାଧିକାରର ମୂଳଦୁଆ ସ୍ଥାପନ କରେ।
ସମସ୍ତେ ପରସ୍ପର ସହିତ ଭାଇଚାରା ଓ ସହଭାଗିତାର ମନୋଭାବ ସହିତ ବ୍ୟବହାର କରିବା ଉଚିତ।