ମୁକ୍ତେଶ୍ଵର ମନ୍ଦିରକୁ ଅଣଦେଖା କରନ୍ତୁ ନାହିଁ .
ମୁକ୍ତେଶ୍ଵର ମନ୍ଦିରକୁ ଅଣଦେଖା କରନ୍ତୁ ନାହିଁ .
କେଦାରଗୌରୀ ନିକଟ ମୁକ୍ତେଶ୍ଵର ମନ୍ଦିର। ମୁକ୍ତେଶ୍ଵର ମନ୍ଦିର ତୋରଣର କାରୁକାର୍ଯ୍ୟ ବିଶ୍ଵ ପ୍ରସିଦ୍ଧ। ପ୍ରତିବର୍ଷ ଋକୁଣା ରଥ ପ୍ରତିଷ୍ଠା ବେଳେ ମୁକ୍ତେଶ୍ଵର ମନ୍ଦିର ନିକଟରେ ଥିବା ମରୀଚି କୁଣ୍ଡ ପାଣି ବ୍ୟବହୃତ କରାଯାଏ। ଏହି କୁଣ୍ଡ ବର୍ଷ ତମାମ ବନ୍ଦ ହୋଇ ରହିଥାଏ। ଋକୁଣା ରଥ ଯାତ୍ରାର ପୂର୍ବ ଦିନ ରଥ ପ୍ରତିଷ୍ଠା କରିବା ସହିତ ନିଃସନ୍ତାନ ଥିବା ଦମ୍ପତି ଏହି ମରୀଚି କୁଣ୍ଡ ପାଣିରେ ସ୍ନାନ କରିଲେ ସେମାନଙ୍କର ସନ୍ତାନ ଲାଭ ହୁଏ ବୋଲି ପୈ।ରାଣିକ ମତରେ ଲୋକଙ୍କ ବିଶ୍ୱାସ ରହିଛି। ସେଥି ନିମନ୍ତେ ଜଳ ଘଡା ନିଲାମ କରାଯାଏ। କିନ୍ତୁ ଦୁଃଖର ବିଷୟ, archeological ବିଭାଗ ଏହାକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରୁନାହାନ୍ତି। ଯାତ୍ରୀମାନେ ତଥା ପ୍ରାତଃ ଭ୍ରମଣକାରୀ ଅଗାଧୁଆରେ ଚପଲ ନେଇ ଭିତରେ ପ୍ରବେଶ କରୁଛନ୍ତି। କୁକୁରମାନେ ସେଠିକାର ବିଭିନ୍ନ ସ୍ଥାନରେ ମଳ ତ୍ୟାଗ କରୁଛନ୍ତି। ନିକଟରେ ମୁକ୍ତେଶ୍ଵର ମନ୍ଦିରରୁ earthen ର ତମ୍ବା ପଟା ଚୋରୀ ହୋଇଥିଲେ ମଧ୍ୟ ତା'ର ପ୍ରତିକାର ଏଯାବତ୍ କରାଯାଇନାହିଁ।ଏଥି ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ମୁକ୍ତେଶ୍ଵର ମନ୍ଦିର ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ। ଏଥିରେ ସୀତା ରାଉତ, ହୃଷିକେଶ ବେହେରା,ସୈ।ଦାମିନୀ ସାମଲ, ପତିତପାବନ ପଣ୍ଡା, ଗିରିଜା ଶଙ୍କର ମହାପାତ୍ର, ନୃସିଂହ ଚରଣ ମହାପାତ୍ର, ଦାମୋଦର ସାମନ୍ତରାୟ, ପୀୟୂଷ ମହାନ୍ତି,କୋକିଳ ସାହୁ, ଡକ୍ଟର ଶାନ୍ତିଲତା ଦେବୀ, ବର୍ଣ୍ଣମାଳା ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।ତା'ସହିତ ରାଜାରାଣୀ ମନ୍ଦିରକୁ archeological ବିଭାଗ କଡା ଦୃଷ୍ଟି ଦେଉଥିଲେ ମଧ୍ୟ ମୁକ୍ତେଶ୍ଵର ମନ୍ଦିରକୁ ଦୃଷ୍ଟି ନଦେବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି ଓ ଏହାର ପ୍ରତିକାର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।