ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗ ପ୍ରେସ୍ ନୋଟ୍

Sep 21, 2026 - 17:53
 3
ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗ ପ୍ରେସ୍ ନୋଟ୍

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା

ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗ

ଲୋକସେବା ଭବନ ପଛପଟେ, ୟୁନିଟ୍–V, ଭୁବନେଶ୍ୱର – ୭୫୧୦୦୧

ତାରିଖ: ୨୧.୦୯.୨୦୨୬

ପ୍ରେସ୍ ନୋଟ୍

            ଭାରତର ନିର୍ବାଚନ କମିଶନଙ୍କ ୧୪ ମେ ୨୦୨୬ ତାରିଖର ପତ୍ର ସଂଖ୍ୟା ୨୩/୨୦୨୫-ERS (Vol. II) ଏବଂ ୩୧ ଜୁଲାଇ ୨୦୨୬ ତାରିଖର ପତ୍ର ସଂଖ୍ୟା ୨୩/୨୦୨୫-ERS (Vol. II)ରେ ଦିଆଯାଇଥିବା ନିର୍ଦ୍ଦେଶାନୁଯାୟୀ, ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି କରି ଓଡ଼ିଶାରେ ୨୦୨୬ ମସିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପନ୍ନ ହୋଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆଜି, ୨୧.୦୯.୨୦୨୬ରେ ପ୍ରକାଶ କରାଯାଉଛି।

୧. ସ୍ୱତନ୍ତ୍ର ସଘନ ସଂଶୋଧନ ପୂର୍ବର ଭୋଟର ତାଲିକା

ଚିଠା ଭୋଟର ତାଲିକା ପ୍ରକାଶନର ଠିକ୍‌ ପୂର୍ବରୁ, ଅର୍ଥାତ୍ ୧୭.୦୫.୨୦୨୬ ସୁଦ୍ଧା ରାଜ୍ୟରେ ମୋଟ ମତଦାତାଙ୍କ ସଂଖ୍ୟା ୩,୩୩,୯୯,୫୯୧ ଥିଲା।

ପୁରୁଷ

ମହିଳା

ତୃତୀୟ ଲିଙ୍ଗ

ମୋଟ

୧,୬୮,୮୫,୨୮୩

୧,୬୫,୧୧,୨୨୩

୩,୦୮୫

୩,୩୩,୯୯,୫୯୧

୨. ପରିଗଣନା ଫର୍ମ ଏବଂ ଚିଠା ଭୋଟର ତାଲିକା – SIR – ପର୍ଯ୍ୟାୟ-୧ (୩୦.୦୫.୨୦୨୬ – ୨୮.୦୬.୨୦୨୬)

ତତ୍ କାଳିନ ସମସ୍ତ ନିର୍ବାଚକଙ୍କ ପାଇଁ ପରିଗଣନା ଫର୍ମ (EFs) ପ୍ରସ୍ତୁତ ଓ ମୁଦ୍ରଣ କରାଯାଇ ବୁଥ୍‌ ସ୍ତରୀୟ ଅଧିକାରୀ (BLO)ମାନଙ୍କ ମାଧ୍ୟମରେ ବଣ୍ଟନ କରାଯାଇଥିଲା। ମୋଟ ୩,୧୩,୮୭,୦୩୪ଟି EFs, ଯାହା ସମୁଦାୟ ନିର୍ବାଚକଙ୍କର ୯୩.୯୭% ଅଟେ, ନିର୍ବାଚକମାନଙ୍କ ଠାରୁ ପୁନଃପ୍ରାପ୍ତ ହୋଇଥିଲା। ଅବଶିଷ୍ଟ ୨୦,୧୨,୫୫୭ ଜଣ ନିର୍ବାଚକ (୬.୦୩%), ଯେଉଁମାନଙ୍କର ପରିଗଣନା ଫର୍ମ ପୁନଃପ୍ରାପ୍ତ ହୋଇନଥିଲା, ସେମାନଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ୍ ଦିଆଯାଇଥିଲା। ଏପରି ନିର୍ବାଚକମାନଙ୍କର ତାଲିକା ମଧ୍ୟ ପ୍ରକାଶ କରାଯାଇଥିଲା, ଯେଉଁଥିରେ ଫର୍ମ ପୁନଃ ପ୍ରାପ୍ତ ନହେବାର ସମ୍ଭାବ୍ୟ କାରଣ ଭାବେ ଅନୁପସ୍ଥିତି, ସ୍ଥାନାନ୍ତରଣ, ମୃତ୍ୟୁ, ଏକାଧିକ ନାମ ଥିବା ଏବଂ ଅନ୍ୟାନ୍ୟ କାରଣ ଉଲ୍ଲେଖ କରାଯାଇଥିଲା।   

ଅନୁପସ୍ଥିତ

ସ୍ଥାନାନ୍ତରିତ

ସ୍ଥାନାନ୍ତରିତ

ଏକାଧିକ ନାମ

ଅନ୍ୟାନ୍ୟ

୧,୯୯,୨୪୯

୮,୦୮,୨୦୫

୮,୩୨,୫୪୪

୧,୫୮,୧୧୮

୧୪,୪୪୧

୩. ଚିଠା ଭୋଟର ତାଲିକା ପ୍ରକାଶନ – ୦୫.୦୭.୨୦୨୬

୦୫.୦୭.୨୦୨୬ରେ ୩,୧୩,୮୭,୦୩୪ ଜଣ ନିର୍ବାଚକଙ୍କୁ ନେଇ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିଲା। 

ବିବରଣୀ

ମୋଟ

ପୁରୁଷ

ମହିଳା

ତୃତୀୟ ଲିଙ୍ଗ

ନିର୍ବାଚକ-ଜନସଂଖ୍ୟା ଅନୁପାତ

ଲିଙ୍ଗ ଅନୁପାତ

ଚିଠା ତାଲିକା

୩,୧୩,୮୭,୦୩୪

୧,୬୦,୧୯,୧୭୬

୧,୫୩,୬୫,୦୮୩

୨,୭୭୫

୬୬.୫୨

୯୫୯

     

    

      ୨୦୦୨ ଭୋଟର ତାଲିକା ସହିତ ମ୍ୟାପିଂ ସ୍ଥିତି

ଚିଠା ଭୋଟର ତାଲିକାରେ ଥିବା ୩,୧୩,୮୭,୦୩୪ ଜଣ ନିର୍ବାଚକଙ୍କ ମଧ୍ୟରୁ, ୩,୦୦,୮୮,୨୫୫ ଜଣ ନିର୍ବାଚକଙ୍କୁ ସ୍ୱୟଂ କିମ୍ବା ବଂଶଧର ଭାବରେ ମ୍ୟାପିଂ କରାଯାଇଥିବା ବେଳେ, ୧୨,୯୮,୭୭୯ ଜଣ ନିର୍ବାଚକଙ୍କର ମ୍ୟାପିଂ ହୋଇପାରି ନଥିଲା। 

ସ୍ୱୟଂ ଭାବେ ମ୍ୟାପିଂ କରାଯାଇଥିବା 

ନିର୍ବାଚକଙ୍କ ସଂଖ୍ୟା

ବଂଶଧର ଭାବେ ମ୍ୟାପିଂ କରାଯାଇଥିବା

ନିର୍ବାଚକଙ୍କ ସଂଖ୍ୟା

ମ୍ୟାପିଂ ହୋଇନଥିବା

ନିର୍ବାଚକଙ୍କ ସଂଖ୍ୟା

୧,୩୫,୬୪,୮୪୦

୧,୬୫,୨୩,୪୧୫

୧୨,୯୮,୭୭୯

୪. ନୋଟିସ୍ ପର୍ଯ୍ୟାୟ – ୦୫.୦୭.୨୦୨୬ – ୧୭.୦୯.୨୦୨୬

୦୫.୦୭.୨୦୨୬ ଠାରୁ ୧୭.୦୯.୨୦୨୬ ପର୍ଯ୍ୟନ୍ତ ନୋଟିସ୍ ପର୍ଯ୍ୟାୟରେ, ୧୨,୯୮,୭୭୯ ଜଣ ମ୍ୟାପିଂ ହୋଇନଥିବା ମତଦାତାଙ୍କୁ ଯାଞ୍ଚ ନିମନ୍ତେ ନୋଟିସ୍ ଜାରି କରାଯାଇଥିଲା। ଏଥିସହିତ, ୪୫,୩୭,୬୧୩ ଜଣ ଯୁକ୍ତିଗତ ଅସଙ୍ଗତି ଥିବା ନିର୍ବାଚକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଏହିପରି, ଯାଞ୍ଚ ପାଇଁ ମୋଟ ୫୮,୩୬,୩୯୨ଟି ନୋଟିସ୍ ଜାରି କରାଯାଇଥିଲା। 

     ଯାଞ୍ଚ ଏବଂ ନିଷ୍ପତ୍ତି

ସମ୍ପୃକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ମାନେ ଶୁଣାଣି କରିବା ସହିତ ନିର୍ବାଚକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦସ୍ତାବିଜଗୁଡ଼ିକର ଯାଞ୍ଚ କରିବା ପରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଯେଉଁ କ୍ଷେତ୍ରରେ ଦସ୍ତାବିଜଗୁଡ଼ିକ ଗ୍ରହଣଯୋଗ୍ୟ କିମ୍ବା ସନ୍ତୋଷଜନକ ନଥିଲା, କିମ୍ବା ଯାଞ୍ଚ ସମୟରେ ନିର୍ବାଚକ ଅନୁପସ୍ଥିତ, ମୃତ, ସ୍ଥାନାନ୍ତରିତ କିମ୍ବା ପୁନରାବୃତ୍ତି ଭାବେ ଚିହ୍ନଟ ହୋଇଥିଲେ, ସେହି ମାମଲାଗୁଡ଼ିକରେ ପ୍ରଯୁଜ୍ୟ କ୍ଷେତ୍ରରେ ସୁବିସ୍ତୃତ ଆଦେଶ (speaking orders) ପ୍ରଦାନ କରି ଏବଂ ସମ୍ପୃକ୍ତ ଏଣ୍ଟ୍ରିଗୁଡ଼ିକୁ ଅଯୋଗ୍ୟ ଭାବେ ଚିହ୍ନିତ କରି ସେହି ମାମଲାଗୁଡ଼ିକର ଫଇସଲା କରାଯାଇଥିଲା । 

୦୫.୦୭.୨୦୨୬ ଠାରୁ ୧୯.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧି ମଧ୍ୟରେ, ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୋଟ ୨,୫୫,୯୯୬ଟି ଦାବି ଓ ଆପତ୍ତି ଗ୍ରହଣ କରାଯାଇ ପ୍ରକ୍ରିୟାକରଣ କରାଯାଇଥିଲା। ଏଥିସହିତ, ୦୫.୦୭.୨୦୨୬ ପୂର୍ବରୁ ପ୍ରାପ୍ତ ସମସ୍ତ ଫର୍ମଗୁଡ଼ିକୁ ମଧ୍ୟ ଚୂଡ଼ାନ୍ତ ପ୍ରକାଶନ ପାଇଁ ପ୍ରକ୍ରିୟାକରଣ କରାଯାଇଥିଲା।  

ଶୁଣାଣି ପରେ ମୋଟ ୨୪,୦୭୦ ଜଣ ନିର୍ବାଚକ ଚୂଡ଼ାନ୍ତ ନିର୍ବାଚକ ତାଲିକା ପାଇଁ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଥିବାବେଳେ, ପ୍ରାପ୍ତ ଫର୍ମ-୭ ଆଧାରରେ ୨୦,୭୦୭ ଜଣ ନିର୍ବାଚକଙ୍କ ନାମ ବାଦ୍ ଦିଆଯାଥିଲା।

୫. ଚୂଡ଼ାନ୍ତ ଭୋଟର ତାଲିକା, ୨୦୨୬ – ୨୧.୦୯.୨୦୨୬

ଦାବି, ଆପତ୍ତି ଏବଂ ଅନ୍ୟାନ୍ୟ ଯୋଗ୍ୟ ଆବେଦନଗୁଡ଼ିକର ନିଷ୍ପତ୍ତି ପରେ, ୨,୯୦,୪୯୭ ଜଣ ମତଦାତାଙ୍କୁ ଚିଠା ଭୋଟର ତାଲିକାରେ ସାମିଲ କରାଯାଇଥିବା ବେଳେ, ୪୪,୭୭୭ ଜଣ ମତଦାତାଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ତଦନୁସାରେ, ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକାରେ ଓଡ଼ିଶାର ମୋଟ ମତଦାତାଙ୍କ ସଂଖ୍ୟା ୩,୧୬,୩୨,୭୫୪ ରହିଛି, ଯାହା ଚିଠା ଭୋଟର ତାଲିକା ତୁଳନାରେ ୨,୪୫,୭୨୦ ର ପ୍ରକୃତ ବୃଦ୍ଧିକୁ ସୂଚାଉଛି ।  

ମୋଟ

ପୁରୁଷ

ମହିଳା

ତୃତୀୟ ଲିଙ୍ଗ

ନିର୍ବାଚକ-ଜନସଂଖ୍ୟା ଅନୁପାତ

ଲିଙ୍ଗ ଅନୁପାତ

୩,୧୬,୩୨,୭୫୪

୧,୬୧,୩୦,୩୧୯

୧,୫୪,୯୯,୬୬୧

୨,୭୭୪

୬୭.୦୫

୯୬୧

ଚୂଡ଼ାନ୍ତ ମତଦାତା

୩,୧୬,୩୨,୭୫୪

କ୍ର. ସଂ.

ବିବରଣୀ

ମୋଟ

୦୫.୦୭.୨୦୨୬ ସୁଦ୍ଧା ମୋଟ ନିର୍ବାଚକ (ପରିଗଣନା ଫର୍ମ ଆଧାରିତ ଚିଠା ଭୋଟର ତାଲିକା)

୩,୧୩,୮୭,୦୩୪

ଫର୍ମ-୬ ମାଧ୍ୟମରେ ଯୋଗ

୨,୭୪,୨୪୫

ଫର୍ମ-୬କ ମାଧ୍ୟମରେ ଯୋଗ

୩୫

ଫର୍ମ-୮ ମାଧ୍ୟମରେ ଯୋଗ

୧୬,୨୧୭

ମୋଟ ଯୋଗ

୨,୯୦,୪୯୭

ଶୁଣାଣି ପରେ ଚୂଡ଼ାନ୍ତ ଭୋଟର ତାଲିକା ପାଇଁ ଅଯୋଗ୍ୟ ବୋଲି ଚିହ୍ନଟ

୨୪,୦୭୦

ଦାବି ଓ ଆପତ୍ତି ଅବଧି ଅର୍ଥାତ୍ ୦୫.୦୭.୨୦୨୬ ଠାରୁ ୧୯.୦୮.୨୦୨୬ ପର୍ଯ୍ୟନ୍ତ ଫର୍ମ-୭ ଆଧାରରେ ବାଦ୍ ଦିଆଯାଇଥିବା ନିର୍ବାଚକ

୨୦,୭୦୭

ମୋଟ ବାଦ୍

୪୪,୭୭୭

୨୧.୦୯.୨୦୨୬ ସୁଦ୍ଧା ମୋଟ ନିର୍ବାଚକ

୩,୧୬,୩୨,୭୫୪

ମତଦାନ କେନ୍ଦ୍ରଗୁଡିକର ପୁନର୍ବିନ୍ୟାସ ପରେ, ରାଜ୍ୟରେ ମୋଟ ୪୫,୨୫୦ଟି ମତଦାନ କେନ୍ଦ୍ର ରହିଛି।

୬. ମତଦାତାମାନଙ୍କ ପାଇଁ ସୁବିଧା

ମତଦାତାମାନଙ୍କୁ ଭୋଟର ତାଲିକାରେ ନିଜ ନାମ ଏବଂ ବିବରଣୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକତା ଅନୁଯାୟୀ, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ନାମ ସାମିଲ କରିବା ପାଇଁ (ଫର୍ମ-୬/୬କ), ବିବରଣୀ ସଂଶୋଧନ ପାଇଁ (ଫର୍ମ-୮), କିମ୍ବା ନାମ ବାଦ୍ ଦେବା ପାଇଁ (ଫର୍ମ-୭) ଅନଲାଇନ୍ କିମ୍ବା ଅଫଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଦାଖଲ କରାଯାଇପାରିବ। 

୭. ଅପିଲ୍‌ ପାଇଁ ବ୍ୟବସ୍ଥା

୧୯୫୦ ମସିହାର ଲୋକ ପ୍ରତିନିଧିତ୍ୱ ଆଇନର ଧାରା ୨୪(କ) ଅନୁଯାୟୀ, ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଅପିଲ୍‌ କରାଯାଇପାରିବ। ଧାରା ୨୪(ଖ) ଅନୁଯାୟୀ, ପ୍ରଥମ ଅପିଲ୍‌ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୁଦ୍ଧରେ ଦ୍ୱିତୀୟ ଅପିଲ୍‌ ମତଦାତା ପଞ୍ଜୀକରଣ ନିୟମାବଳୀ, ୧୯୬୦ର ନିୟମ ୨୭ ଅନୁସାରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରାଯାଇପାରିବ। 

୮. ସର୍ଭିସ୍ ଭୋଟର

୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଅଧୀନରେ ପ୍ରସ୍ତୁତ ସର୍ଭିସ୍ ଭୋଟରଙ୍କ ସମ୍ବନ୍ଧୀୟ ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ଆଜି, ୨୧.୦୯.୨୦୨୬ରେ ପ୍ରକାଶ କରାଯାଇଛି। ଚୂଡ଼ାନ୍ତ ତାଲିକାରେ ମୋଟ ୪୬,୮୧୬ ଜଣ ସର୍ଭିସ୍ ଭୋଟର ଅଛନ୍ତି।

୯. ଚୂଡ଼ାନ୍ତ ଭୋଟର ତାଲିକାର ଉପଲବ୍ଧତା

ସ୍ୱତନ୍ତ୍ର ସଘନ ସଂଶୋଧନ (SIR), ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚନୀ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚନୀ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in ମଧ୍ୟ ଉପଲବ୍ଧ ହେବ।

***