ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

Mar 21, 2026 - 10:00
 7
ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

ପ୍ରେସ୍ ସେବା ପୋର୍ଟାଲର ଉପଯୋଗ ଏବଂ ପିଆରପି ଆଇନର ସୁଗମ କାର୍ଯ୍ୟକାରିତା ନେଇ ଆଲୋଚନା

ଭୁବନେଶ୍ବର, ୨୦ ମାର୍ଚ୍ଚ ୨୦୨୬

ଓଡ଼ିଶାର ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ମୁଦ୍ରାକର, ପ୍ରକାଶକ, ସମ୍ପାଦକ ଓ ପରିଚାଳକମାନଙ୍କୁ ନେଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍ (ପିଆରଜିଆଇ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆଜି ଭୁବନେଶ୍ବର ପିଆଇବି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଆରଜିଆଇ ପ୍ରେସ୍ ସେବା ପୋର୍ଟାଲର ଉପଯୋଗ ଏବଂ ପ୍ରେସ୍ ଓ ପତ୍ରିକା ପଞ୍ଜିକରଣ (ପିଆରପି) ଆଇନ, ୨୦୨୩ର ବିଭିନ୍ନ ନୂତନ ନିୟମାବଳୀକୁ ନେଇ ଆଲୋଚନା ହୋଇଛି।

ପିଆରଜିଆଇ, ନୂଆଦିଲ୍ଲୀର ଅତିରିକୁ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ସନ୍ତୋଷ କୁମାର ଏବଂ ଏନଆଇସି, ନୂଆଦିଲ୍ଲୀର ସହାୟକ ନିର୍ଦ୍ଦେଶକ ଗୌରବ ଶର୍ମା ଏହି ମତବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବାଦପତ୍ର ଓ ପତ୍ରପତ୍ରିକାର ନିୟମିତ ପ୍ରକାଶନ, ପିଆରଜିଆଇ (ପୂର୍ବରୁ ଆରଏନଆଇ)ର ବିଭିନ୍ନ ସଂଶୋଧୂତ ନିୟମାବଳୀ, ପତ୍ରପତ୍ରିକାର ପଞ୍ଜୀକରଣ, ପ୍ରକାଶନ, ନ୍ୟୁଜ୍ ପ୍ରିଣ୍ଟ, ପ୍ରକାଶନ ସଂଖ୍ୟା ଯାଞ୍ଚ ସମେତ ବିଭିନ୍ନ ପ୍ରକାରର ବ୍ୟବସ୍ଥା, ପ୍ରକ୍ରିୟା ଓ ନିୟମାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶନ ଯାଞ୍ଚ ଅଡିଟ୍‌କୁ ପାରଦର୍ଶୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ପ୍ରେସ୍ ସେବା ପୋର୍ଟାଲର ବ୍ୟବହାରକୁ ନେଇ ରହିଥ‌ିବା ସମସ୍ୟା ଏବଂ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାମାନେ ସମ୍ମୁଖୂନ ହେଉଥିବା ବିଭିନ୍ନ ପ୍ରକାର ବୈଷୟିକ ତ୍ରୁଟି ସମ୍ପର୍କରେ ସେମାନେ ପ୍ରକାଶକ ଓ ମୁଦ୍ରାକରମାନଙ୍କ ଠାରୁ ମତାମତ ନେଇଥିଲେ। ଆଜିର ଆଲୋଚନାରୁ ବାହାରିଥିବା ନିଷ୍କର୍ସ ପିଆରପି ଆଇନ, ୨୦୨୩କୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ ବୋଲି ଶ୍ରୀ ସନ୍ତୋଷ କୁମାର ମତ ରଖୁଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓଡ଼ିଶାର ଅତିରିକୁ ମହାନିର୍ଦ୍ଦେଶକ (ଏଡିଜି) ଅଖୂଳ କୁମାର ମିଶ୍ର ଏଭଳି ମତବିନିମୟ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। ସେ କହିଥୁଲେ, ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ମୁଦ୍ରିତ ଗଣମାଧ୍ଯମ ସଂସ୍ଥାଗୁଡ଼ିକ ପାଇଁ ପିଆରପି ଆଇନର କାର୍ଯ୍ୟକାରିତା ସୁଗମ ହେବ ଏବଂ ଏହା

ସମ୍ବାଦପତ୍ର ଓ ପତ୍ରିକାର ପ୍ରକାଶନରେ ଅଧୂକ ଦକ୍ଷତା ଆଣିବ। ଏହି କାର୍ଯ୍ୟ ଇare of