ଯୋଗ ହିଁ ଜୀବନ....
ଗୋଟିଏ ଘଣ୍ଟା ଶାନ୍ତ ହୋଇ ବସିଯିବା ଅତି ସହଜ; କିନ୍ତୁ ସେହି ସମାନ ଶାନ୍ତି କ’ଣ ସାରାଦିନ ଆପଣଙ୍କ ସହିତ ଚାଲେ କି?
ଯେତେବେଳେ ଟ୍ରାଫିକ୍ରେ ଫସିଯାଆନ୍ତି...
ଯେତେବେଳେ କେହି କଠୋର ଶବ୍ଦ କହିଦିଏ...
ଯେତେବେଳେ ପରିସ୍ଥିତି ନିଜ ଇଛା ମୁତାବକ ଚାଲେନାହିଁ...
ଗୋଟିଏ ମୁହୂର୍ତ୍ତ ଅଟକି ଯାଆନ୍ତୁ।
ନିଜକୁ ମନେ ପକାଇ ଦିଅନ୍ତୁ–
ମୁଁ ଏକ ଶାନ୍ତ ଆତ୍ମା।
ବାସ୍, ଏହି ଗୋଟିଏ ସ୍ମୃତି ଭିତରର ଶାନ୍ତିକୁ ପୁଣି ଥରେ ଜାଗ୍ରତ କରିଦିଏ।
ଯୋଗ କେବଳ ଧ୍ୟାନ ସମୟ ପାଇଁ ନୁହେଁ।
ଯୋଗର ଉଦ୍ଦେଶ୍ୟ ହେଉଛି, ସେହି ଶାନ୍ତି ଯେପରି ଆପଣଙ୍କର ପ୍ରତ୍ୟେକ ବିଚାର, ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ କର୍ମ ଏବଂ ପ୍ରତ୍ୟେକ ସମ୍ପର୍କରେ ଦେଖାଯାଏ।
ଯେତେବେଳେ ପରିସ୍ଥିତି ବଦଳିଯାଏ, କିନ୍ତୁ ଆପଣଙ୍କର ସ୍ଥିତି ବଦଳେ ନାହିଁ–
ତେବେ ଯାଇ ଯୋଗ 'ଜୀବନ' ପାଲଟିଯାଏ।