2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

Jan 30, 2026 - 16:55
 5
2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

ଅଭିବୃଦ୍ଧି ହାର ଖର୍ଚ୍ଚ ଏବଂ ନିବେଶର ଡବଲ୍‌ ଇଞ୍ଜିନ ଦ୍ବାରା ପରିଚାଳିତ ହେଉଛି

♦ ଆର୍ଥକ ବର୍ଷ 2026-27 ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି 6.8-7.2 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି

ଆର୍ଥକ ବର୍ଷ 2025-26ରେ ଘରୋଇ ଅନ୍ତିମ ଉପଯୋଗ ଖର୍ଚ୍ଚ 61.5 ପ୍ରତିଶତକୁ ବୃଦ୍ଧି

ଆର୍ଥକ ବର୍ଷ 2025-26ରେ କୃଷି ଏବଂ ଆନୁସଙ୍ଗିକ ସେବାଗୁଡିକ 3.1 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି

ଆର୍ଥକ ବର୍ଷ 2025-26ରେ ପ୍ରଥମାର୍ଦ୍ଧରେ ଉତ୍ପାଦନ 8.4 ପ୍ରତିଶତ ବୃଦ୍ଧି ସହିତ ଶିଳ୍ପ କ୍ଷେତ୍ର ଦୃଢ଼ତାର ସଙ୍କେତ ଦେଇଛି

♦ ଆର୍ଥକ ବର୍ଷ 2025-26ରେ ପ୍ରଥମାର୍ଦ୍ଧରେ ସେବା କ୍ଷେତ୍ରରେ ମୋଟ ମୂଲ୍ୟ 9.3 ପ୍ରତିଶତ ବୃଦ୍ଧି ପାଇଛି

♦ ସମଗ୍ର ଅଚଳ ସମ୍ପତ୍ତା ଅନୁପାତ ବହୁ ପରିମାଣରେ ହ୍ରାସ ପାଇ 2.2 ପ୍ରତିଶତ ତଳକୁ ଖସିଛି

ଭାରତର ମୋଟ ରପ୍ତାନି (ପଣ୍ୟଦ୍ରବ୍ୟ ଏବଂ ସେବା) ଆର୍ଥକ ବର୍ଷ 2024-25ରେ 825.3 ବିଲିୟନ ଡଲାରରେ ପହଞ୍ଚିଛି

♦ ତିନି ବର୍ଷ ଧରି ଆଲୋଚନା ପରେ ଭାରତ ୟୁରୋପୀୟ ସଂଘ ସହିତ ମୁକୁ ବାଣିଜ୍ୟ ରାଜିନାମାରେ ସ୍ବାକ୍ଷର କରିଛି

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥକ ସର୍ବେକ୍ଷଣ ରିପୋର୍ଟ 2025-26 ଉପସ୍ଥାପନ କରିଛନ୍ତି । 2025-26 ଆର୍ଥକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର 7.4 ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକ

ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଆର୍ଥକ ବର୍ଷ 2025-26ରେ କୃଷି ଏବଂ ଆନୁସଙ୍ଗିକ ସେବା ଆନୁମାନିକ 3.1 ପ୍ରତିଶତ ହାରରେ ବୃଦ୍ଧି ପାଇବ। ମୌସୁମୀ ଅନୁକୂଳ ରହିବା କାରଣରୁ ଆର୍ଥକ ବର୍ଷ 2025-26ର ପ୍ରଥମାଦ୍ଧରେ କୃଷି କାର୍ଯ୍ୟକଳାପ ଭଲ ରହିଥିଲା । କୃଷି ଜିଭିଏ 3.6 ପ୍ରତିଶତ ବୃଦ୍ଧି ପାଇଛି, ଯାହା ଆର୍ଥକ ବର୍ଷ 2024-25ର ପ୍ରଥମାର୍ଦ୍ଧରେ ରେକର୍ଡ କରାଯାଇଥିବା 2.7 ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଅଧୂକ, କିନ୍ତୁ ଏହା ଦୀର୍ଘକାଳୀନ ହାରାହାରି 4.5 ପ୍ରତିଶତ ଠାରୁ ତଳେ ରହିଛି। ଆନୁସଙ୍ଗିକ କାର୍ଯ୍ୟକଳାପ, ବିଶେଷକରି ପ୍ରାଣୀପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ର ପ୍ରାୟ 5-6 ପ୍ରତିଶତର ତୁଳନାତ୍ମକ ସ୍ଥିର ହାରରେ ଅଭିବୃଦ୍ଧି ହ୍ରାସ କରିଛି।

କରାଯାଇଛି । ଏହା ଉପଭୋଗ ଏବଂ ନିବେଶର ଡବଲ ଇଞ୍ଜିନ ଦ୍ବାରା ପରିଚାଳିତ। ଆର୍ଥକ ସର୍ବେକ୍ଷଣ ରିପୋର୍ଟରେ ଲଗାତାର ଚତୁର୍ଥ ବର୍ଷ ପାଇଁ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇ ରହିବ ବୋଲି ଦୃଢ଼ ଭାବେ ଦର୍ଶାଯାଇଛି ।

ଆର୍ଥକ ବର୍ଷ 2026-27ରେ ପ୍ରକୃତ ଜିଡିପି ଅଭିବୃଦ୍ଧି 6.8-7.2 ପ୍ରତିଶତ ହେବ ବୋଲି ସର୍ବେକ୍ଷଣରେ ଆକଳନ କରାଯାଇଛି । ଅନ୍ୟପକ୍ଷରେ ଭାରତର ସମ୍ଭାବ୍ୟ ଅଭିବୃଦ୍ଧି ପ୍ରାୟ 7 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ସର୍ଭେରେ ଦର୍ଶାଯାଇଛି ଯେ ଆର୍ଥକ ବର୍ଷ 2025-26ରେ ଘରୋଇ ଚାହିଦା ଆର୍ଥକ

ଅଭିବୃଦ୍ଧିକୁ ଆଗେଇ ନେଇଇଚି । ପ୍ରଥମ ଅଗ୍ରୀମ ଆକଳନ ଅନୁଯାୟୀ, ଆର୍ଥକ ବର୍ଷ 2025-

26ରେ ଜିଡିପିରେ ଅନ୍ତିମ ଘରୋଇ ବ୍ୟବହାର ଖର୍ଚ୍ଚ (ପିଏଫସିଇ)ର ଅଂଶ 61.5 ପ୍ରତିଶତକୁ

ବୃଦ୍ଧି ପାଇଛି। ବ୍ୟବହାରରେ ଏହି ଦୃଢ଼ତା ଏକ ସହାୟକ ସାମଗ୍ରିକ ଆର୍ଥକ ପରିବେଶକୁ

ପ୍ରତିଫଳିତ କରିଥାଏ। ନିମ୍ନ ମୁଦ୍ରାସ୍କୃତି, ସ୍ଥିର ନିଯୁକ୍ତି ପରିସ୍ଥିତି ଏବଂ ବୃଦ୍ଧି ପାଉଥିବା ପ୍ରକୃତ

କ୍ରୟ ଶକ୍ତି କାରଣରୁ ଏଭଳି ଆର୍ଥକ ପରିସ୍ଥିତରେ ସୁଧାର ଆସିଛି । ଅଧୂକନ୍ତୁ, ଦୃଢ଼ କୃଷି

କାର୍ଯ୍ୟଦକ୍ଷତା ଫଳରେ ଗ୍ରାମୀଣ ବ୍ୟବହାରରେ ସ୍ଥିରତା ଓ ଦୃଢ଼ତା ଆସିଛି । ସେହିପରି

ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସକୁ ଯୁକ୍ତିସଂଗତ କରାଯିବା ଫଳରେ ସହରାଞ୍ଚଳ ବ୍ୟବହାରଟେ

ଧୀରେ ଧୀରେ ଉନ୍ନତି, ଆସିଛି । ବ୍ୟବହାର ଚାହିଦାରେ ଏହି ପ୍ରଗତିଶୀଳ ଧାରା ବ୍ୟାପକ

ବୋଲି ଏଥୁରୁ ସ୍ପଷ୍ଟ ସୂଚନା ମିଳିଥାଏ।

ବ୍ୟବହାର ସହିତ, ନିବେଶ ମଧ୍ୟ ଆର୍ଥକ ବର୍ଷ 2025-26ରେ ଅଭିବୃଦ୍ଧି ହାରକୁ ଜାରି ର ରଖୁଛି, ମୋଟ ସ୍ଥିର ପୁଞ୍ଜି ଢାଞ୍ଚା (ଜିଏଫସିଏଫ) ର ଅଂଶ 30.0 ପ୍ରତିଶତ ଆକଳନ କରାଯାଇଛି। ବର୍ଷର ପ୍ରଥମାର୍ଦ୍ଧରେ ନିବେଶ କାର୍ଯ୍ୟକଳାପ ମଜବୁତ ହୋଇଛି । ଜିଏଫସିଏଫ 7.6 ପ୍ରତିଶତ ବୃଦ୍ଧି ପାଇଛି । ଏହା ଗତ ବର୍ଷ ସମାନ ଅବଧୂରେ ରେକର୍ଡ ହୋଇଥ‌ିବା ଗତିକୁ ଅତିକ୍ରମ କରିଛି ଏବଂ ମହାମାରୀ ପୂର୍ବରୁ ଥୂବା ହାର 7.1 ପ୍ରତିଶତ ଠାରୁ ଅଧୂକ ରହିଛି।