ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ତରଫରୁ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ...

Jul 15, 2026 - 21:41
 6
ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ତରଫରୁ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ...

ରାଜ୍ୟ କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ “ଛାତ୍ରେଂ କି ଗୁଞ୍ଜ” କାର୍ଯ୍ୟକ୍ରମ

ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଉପସ୍ଥିତ ରହି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଅଧୁନା ଭାରତବର୍ଷରେ ଯୁବ ଓ ଛାତ୍ର ସମାଜ କିପରି ଭାବେ ସରକାରଙ୍କ ଦ୍ୱାରା ପ୍ରତାରିତ ହେଉଛନ୍ତି ସେ ଦିଗ ଉପରେ ଆଲୋକପାତ କରିଥିଲେ । 

ଶ୍ରୀଯୁକ୍ତ ଦାସ ଭାରତ ସରକାରଙ୍କୁ ଯୁବ ଛାତ୍ର ବିରୋଧି ସରକାର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାତ୍ର ସମାଜର ଶତୃ ଭାବେ ଅଭିହିତ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ସଂଯୋଜକ ତଥା ଭାରତୀୟ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆଇନଜୀବି ମଲ୍ଲିକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ଓ କେନ୍ଦ୍ର ତଥା ରାଜ୍ୟ ସରକାର ଆଗାମୀ ଦିନ ମାନଙ୍କରେ ତୃଟିମୁକ୍ତ ପରୀକ୍ଷା ପ୍ରଣାଳୀ ଅନୁସରଣ କରିବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ । 

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବାପରେ ସମସ୍ତ ଡାକ୍ତର ଆଶାୟୀ ପ୍ରାର୍ଥୀମାନେ ହତାଶ ହୋଇଥିଲେ ଓ ପ୍ରାୟ ୧୧ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । 

ଏକ ପରିସଂଖ୍ୟାନ କୁହେଯେ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପ୍ରଘଟ ହେବାରୁ ପ୍ରାୟ ୯୧ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । 

ସେଥିପାଇଁ ଭାରତ ବର୍ଷର ବିରୋଧି ଦଳ ନେତା ତଥା ଜନନାୟକ ରାହୁଲ ଗାନ୍ଧୀ ରାଜସ୍ଥାନର କୋଟା ସହର ଠାରୁ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ଆଲୋଚନା କରିଆସୁଛନ୍ତି । 

ସେହି ମର୍ମରେ ଆସନ୍ତା ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱର ସହର ଠାରେ ମଧ୍ୟ ଶ୍ରୀ ଗାନ୍ଧୀଙ୍କର ଏକ କାର୍ଯ୍ୟକ୍ରମ ରହିଅଛି । 

ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ପୂର୍ବତନ ପଛୁଆବର୍ଗ ଜାତୀୟ ସଂଯୋଜକ ରାଜକିଶୋର ବାରିକ, ଦେବାଶିଷ ମିଶ୍ର, ବିଭାଗର ଉପାଧ୍ୟକ୍ଷ ଶ୍ରୀ ତାପସ ସେଠୀ, ସାଧାରଣ ସମ୍ପାଦକ ଶ୍ରୀ ଆଶିଷ ମଲ୍ଲିକ, ସଂକୁନା କହଁର, ସୁରେନ୍ଦ୍ର ଦାସ, ରଞ୍ଜନ ଭୋଇ, ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ରାଜକିଶୋର ନାୟକ, ବରଗଡ଼ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅଭିଷେକ ସେଠ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ ।