"ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ରେ ଅନାଦର୍ଶ ଶିକ୍ଷକ"

Sep 23, 2025 - 08:54
 15
"ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ରେ ଅନାଦର୍ଶ ଶିକ୍ଷକ"

ସ୍କୁଲକୁ ଆସିଥିବା ଅନୁଦାନ ଅର୍ଥରେ ଅନଲାଇନ ଜୁଆ ଖେଳି ଗିରଫ ହୋଇଛନ୍ତି ପୂର୍ବତନ ଅଧ୍ୟକ୍ଷ। 

ସୁବର୍ଣ୍ଣପୁର ଜିଲା ବିନିକା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ କ୍ଷେତିଙ୍କୁ ସୋମବାର ଗିରଫ କରିଛି ଭିଜିଲାନ୍ସ। 

ବିଭିନ୍ନ କାର୍ଯ୍ୟ ପାଇଁ ସ୍କୁଲକୁ ଆସିଥିବା ପ୍ରାୟ ୫୫ ଲକ୍ଷ ଟଙ୍କାକୁ କ୍ଷେତି ଆତ୍ମସାତ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରି ତାଙ୍କୁ ଗିରଫ କରାଯାଇଛି।

୨୦୨୧ ସେପ୍ଟେମ୍ବର ୨୯ରେ କ୍ଷେତିଙ୍କୁ ବିନିକା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। 

୨୦୨୧ରୁ ୨୦୨୫ ମଧ୍ୟରେ ସ୍କୁଲର ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଏବଂ ଛାତ୍ରୀନିବାସ ପାଣ୍ଠିକୁ ୫୫ ଲକ୍ଷ ୨୬୧୦ ଟଙ୍କା ଆସିଥିଲା। ତନ୍ମଧ୍ୟରୁ ପ୍ରାୟ ୧୧ ଲକ୍ଷ ଟଙ୍କା ସେ ତୀନ ପତି ଅନଲାଇନ ବେଟିଂ ଆପରେ ବିନିଯୋଗ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଏ ନେଇ ଏକ ମାମଲା (୧୯/୨୦୨୫) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।