ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା...

Jun 20, 2026 - 22:33
 15
ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା...

ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା...

ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ ଓ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ POS ମେସିନ୍ ମାଧ୍ୟମରେ କ୍ୟାଶଲେସ୍ କାରବାର ବ୍ୟବସ୍ଥା ଲାଗୁ ହେବ

ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ଵଚ୍ଛ, ସରଳ, ସୁରକ୍ଷିତ ଏବଂ ନାଗରିଟ-କୈନ୍ଦ୍ରିକ କରିବା ନିମନ୍ତେ ରାଜସ୍ୱ ସଚିବଙ୍କ ଗୁରୁତ୍ୱାରୋପ 

ଭୁବନେଶ୍ୱର, ଜୁନ୍ ୨୦ : 

ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 

ଏହି ସମ୍ପର୍କରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

                

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାଜ୍ୟର ସମସ୍ତ SR ଓ DSR କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ୩୫୦ଟି PoS (Point of Sale) ମେସିନ୍ ସ୍ଥାପନ କରାଯିବ। 

ଏହି ମେସିନ୍‌ଗୁଡ଼ିକ ଭାରତୀୟ ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ ଏବଂ ପଞ୍ଜୀକରଣ କାର୍ଯ୍ୟର ପରିମାଣକୁ ଆଧାର କରି ସେଗୁଡ଼ିକର ବଣ୍ଟନ କରାଯିବ। PoS ମେସିନ୍ କ୍ରୟ ପାଇଁ ଆବଶ୍ୟକ ଅର୍ଥ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରର ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। 

PoS ମେସିନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ପାଇଁ ପାଞ୍ଚ ବର୍ଷ ଅବଧିର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି (AMC) କରାଯିବ।

ବୈଠକରେ ଆହୁରି ନିଷ୍ପତ୍ତି ନିଆଯାଇଛି ଯେ, ସରକାରଙ୍କ ଅନୁମୋଦନ ପରେ ଏହି ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ପ୍ରସ୍ତୁତ କରାଯିବ ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ l 

ନାଗରିକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ଦେୟ ପ୍ରଦାନକୁ ଉତ୍ସାହିତ କରିବା ସହ ପଞ୍ଜୀକରଣ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସୁବିଧା ଓ ଦକ୍ଷତା ଆଣିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। 

ଅତ୍ୟନ୍ତ ଜରୁରୀ ଏବଂ ଅପରିହାର୍ଯ୍ୟ ପରିସ୍ଥିତି ବ୍ୟତୀତ ନଗଦ କାରବାରକୁ ନିରୁତ୍ସାହିତ କରାଯିବ ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା।

ବୈଠକରେ ଆଭାସୀ ମାଧ୍ୟମରେ ପଞ୍ଜୀକରଣ ମହାନିରୀକ୍ଷକ (IGR) ଯୋଗ ଦେଇଥିଲାବେଳେ ଅର୍ଥ ବିଭାଗର ଯୁଗ୍ମ ସଚିବ, ଡିଟି ଆଣ୍ଡ ଆଇର ଅଧିକାରୀଗଣ, ସାଇବର ଟ୍ରେଜେରୀର ପ୍ରତିନିଧି ଓ ଟ୍ରାକିସ୍ ଟେକ୍ନୋଲୋଜିଜ୍ ଲିମିଟେଡ୍‌ର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ