ସଡ଼କ ଦୁର୍ଘଟଣା : ୧ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରୂପସା ଥାନା ହଳଦିପଦା ନିକଟରେ ପିକଅପ୍ ଭ୍ୟାନକୁ ପିଟିଲା ଟ୍ରକ। ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ସୋର ଅଞ୍ଚଳର ସରଜୁ ସାହା ବୋଲି ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ପୋଲିସ ଦୁର୍ଘଟଣା ଘଟିଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଘଟଣାର ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ସଡ଼କ ଦୁର୍ଘଟଣା : ୧ ମୃତ