ରାଜ୍ୟର ୯୭,୧୯୧ ଜଣ ଆଶାୟୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି।

Jun 18, 2026 - 20:35
 10
ରାଜ୍ୟର ୯୭,୧୯୧ ଜଣ ଆଶାୟୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି।

ରାଜ୍ୟର ୯୭,୧୯୧ ଜଣ ଆଶାୟୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। 

ତନ୍ମଧ୍ୟରୁ ୮୪,୬୨୫ଜଣ ନବାଗତ ଛାତ୍ରଛାତ୍ରୀ ରହିଥିବା ବେଳେ ୧୩,୫୪୪ ଜଣ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। 

ପରୀକ୍ଷା ନିମନ୍ତେ ମୋଟ ୩୧୧ଟି ସେଣ୍ଟରର ବ୍ୟବସ୍ଥା କରାଯାଇଛି। 

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖାଯାଇ ପରୀକ୍ଷାକୁ ଦୁଇଟି ସିଟିଂରେ କରାଯିବ। 

ସକାଳ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ 

ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ।

ଏଥିଲାଗି ନିଜ ଜିଲାରେ ଆଶାୟୀମାନେ ଯେପରି ପରୀକ୍ଷା ଦେଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି ।

୧୬ ତାରିଖ ରାତି ୧୨ଟା ପରେ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ କରିପାରିବେ । 

ବୋର୍ଡ ୱେବ୍‌ସାଇଟ୍‌ (www.bseodisha.nic.in,www.bseoexams.org/otet2026) କୁ ଫର୍ମପୂରଣ ସମୟରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ଜରିଆରେ ଓଟିପି ଦେଇ ସେମାନେ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ କରିପାରିବେ। 

ଯଦି ପାସ୍‌ୱର୍ଡ ମନେ ନଥିବ ସେମାନେ ଫରଗେଟ୍‌ ପାସୱର୍ଡ ମାରି ନୂତନ ପାସୱର୍ଡ ଦେଇ ପାରିବେ। 

????ଯଦି କୌଣସି ପ୍ରକାର ସମସ୍ୟା ଉପୁଜେ ବୋର୍ଡ କଣ୍ଟ୍ରୋଲ ରୁମ୍‌ (୦୬୭୧-୨୪୧୨୦୫୯, ୮୦୯୩୨୩୩୫୪୪) ଯୋଗେ ଯୋଗାଯୋଗ କରି ପାରିବେ 

???? ଏଥିନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।