ଭୁବନେଶ୍ବର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ

Oct 23, 2025 - 09:15
 13
ଭୁବନେଶ୍ବର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆହ୍ବାନ

ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ

ଭୁବନେଶ୍ବର, 22 ଅକ୍ଟୋବର:

2026-27 ଶିକ୍ଷା ବର୍ଷ ଲାଗି ଭୁବନେଶ୍ବର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି 10 ଅକ୍ଟୋବର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ 30 ଅକ୍ଟୋବର ଧାର୍ଯ୍ୟ କରାଯାଇଥିବା ବେଳେ 2 ନଭେମ୍ବରରୁ 4 ନଭେମ୍ବର ମଧ୍ୟରେ ଆବେଦନ ସଂଶୋଧନ କରାଯାଇପାରିବ। ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଶୁକ୍ଳ ଆସନା 31 ଅକ୍ଟୋବର ସୁଦ୍ଧା ଜମା କରାଯିବା ଆବଶ୍ୟକ। ସାଧାରଣ, ଓବିସି, ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ 850 ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାଜି ପିଲାଙ୍କ ନିମନ୍ତେ 700 ଟଙ୍କା ପରୀକ୍ଷା ଶୁକ୍ଳ ଧାର୍ଯ୍ୟ କରାଯାଇଛି ।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦ୍ବାରା ଆସନ୍ତା ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପରୀକ୍ଷାର ତାରିଖ ଓ ଆଡମିଟ କାର୍ଡ ଡାଉନଲୋଡ୍ ସମ୍ପର୍କରେ ଏନଟିଏ ୱେବସାଇଟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ। ଭାଷା, ଗଣିତ, ବୌଦ୍ଧିକ ଜ୍ଞାନ, ସାଧାରଣ ଜ୍ଞାନ ଆଦି ଚାରୋଟି ବିଷୟକୁ ନେଇ ମୋଟ୍ 300 ନମ୍ବରର ପରୀକ୍ଷା ହେବ। ଓଡ଼ିଶାର ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ 80 ଜଣ ପୁଅ ଏବଂ 10 ଜଣ ଝିଅଙ୍କୁ ମିଶାଇ ମୋଟ୍ ୨୦ଟି ଆସନରେ ନାମଲେଖା ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଓ ଅଭିଭାବକମାନେ ଏନଟିଏ เด:https://exams.nta.nic.in/sainik-school-society/https://nta.ac.in/ ଆବେଦନ କରିପାରିବେ।

ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିବାକୁ ଚାହୁଁଥ‌ିବା ଛାତ୍ରଛାତ୍ରୀଙ୍କ ବୟସ 10ରୁ 12 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ 1 ଏପ୍ରିଲ 2014ରୁ 31 ମାର୍ଚ୍ଚ 2016 ମଧ୍ୟରେ ଜନ୍ମ ନେଇଥ‌ିବା ଉଚିତ୍। ଏଠି ଏଠାରେ ପାଠପଢ଼ାର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଭାରତ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ଏନଡିଏ ଏବଂ ଆଇଏନଏରେ ଯୋଗ ଦେଉଥ‌ିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ 2

ଲକ୍ଷ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ମିଳିବ। ଭୁବନେଶ୍ବର ସୈନିକ ସ୍କୁଲରେ ପାଠ ପଢ଼ିଥ‌ିବା 300ରୁ ଅଧିକ ଛାତ୍ରଛାତ୍ରୀ ଏବେ ସୁଦ୍ଧା ସେନାବାହିନୀରେ ଯୋଗ ଦେଇସାରିଛନ୍ତି।