ରାଜ୍ୟରେ ଧାନକିଣା ନେଇ ମନ୍ତ୍ରୀଙ୍କ ସମୀକ୍ଷା...

Nov 30, 2025 - 13:17
 4
ରାଜ୍ୟରେ ଧାନକିଣା ନେଇ ମନ୍ତ୍ରୀଙ୍କ ସମୀକ୍ଷା...

ସମସ୍ତ ସହଯୋଗ ନେଇ ମିଲର୍ସ ଆସୋସିଏସନର ପ୍ରତିଶ୍ରୁତି 

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । 

ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ମଧ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । 

ଏତଦବ୍ୟତୀତ ମିଲର୍ସ ମାନେ ଏହି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇ ସହଯୋଗ ଜାରି ରଖିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । 

ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡିଶା ରାଇସ ମିଲର୍ସ ଆସୋସିଏସନ କର୍ମକର୍ତ୍ତା ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି ।  

ଧାନ ସଂଗ୍ରହରେ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ମିଲର୍ସ ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । 

ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । 

ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ଓଡିଶା ରାଇସ ମିଲର୍ସ ଆସୋସିଏସନ ସଭାପତି ଶ୍ରୀ ମହେଶ କୁମାର ବଂଶଲ, ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।