ରାଜ୍ୟରେ ୧୩ ଡିଗ୍ରୀ ତଳେ ୧୨ ସହର ରହିଛି
ଭୁବନେଶ୍ୱର : ହାଡଭଙ୍ଗା ଶୀତର ଲହରୀ ଜାରି ରହିଛି । ଏଥିପାଇଁ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ । ତେବେ ରାଜ୍ୟର ଅନ୍ୟ ଅଂଚଳ ମାନଙ୍କ ମଧ୍ୟରୁ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଜି ଉଦୟଗିରିରେ ତାପମାତ୍ରା ୬° ରହିଛି । ଯାହାଫଳରେ ଶୀତୁଆ ସକାଳରେ ପାର୍କ ଏବଂ ଚା ଦୋକାନରେ ଭିଡ଼ ଜୁମଛି। ସ୍ଥାନେ ସ୍ଥାନେ କିଛି ଲୋକେ ମର୍ନିଙ୍ଗ ୱାର୍କ କରୁଛନ୍ତି ତ ଆଉ କିଛି ଲୋକ ନିଆଁ ଜାଳି ବସୁଛନ୍ତି । ରାଜ୍ୟରେ ୧୩ ଡିଗ୍ରୀ ତଳେ ୧୨ ସହର ରହିଛି ।
