ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପଦକ ପ୍ରଦାନ ଉତ୍ସବ-୨୦୨୬...
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃତୀ ଅଧିକାରୀ ଓ କର୍ମଚାରୀ ସମ୍ମାନିତ
ରାଜ୍ୟସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ-୨୦୨୬ ଅବସରରେ ରାଜ୍ୟ ଆରକ୍ଷୀ, ଅଗ୍ନିଶମ, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ସଂସ୍ଥାରେ ଉଲ୍ଲେଖନୀୟ ଓ ନିଷ୍ଠାପର ସେବା ପ୍ରଦାନ କରିଥିବା କୃତୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ ପ୍ରଦାନ ଉତ୍ସବ ଆନୁଷ୍ଠାନିକ ଭାବେ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି ଗୌରବମୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପୋଲିସ, ଅଗ୍ନିଶମ ଓ ଜେଲ୍ କର୍ମଚାରୀମାନଙ୍କୁ ସେମାନଙ୍କର ଅପ୍ରତିମ ସାହସିକତା ଓ ପ୍ରଶଂସନୀୟ ସେବା ନିମନ୍ତେ ପଦକ ଏବଂ ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି।
ସାହସିକତା ପଦକ (ପୋଲିସ ସେବା):
ଡିଏସପି ଅତୁଲ କୃଷ୍ଣ ଦାସ, ଏଏସଆଇ ପୂର୍ଣ୍ଣ ଚନ୍ଦ୍ର ପଧାନ, କନଷ୍ଟେବଳ ଘନଶ୍ୟାମ ସାହୁ ଏବଂ କନଷ୍ଟେବଳ ଥବିର ମାଝୀ ଙ୍କୁ ପୋଲିସ ସେବା ପାଇଁ ସାହାସିକତା ପଦକ ପ୍ରଦାନ କରାଯାଇଛି।
ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ (ପୋଲିସ ସେବା):
ପ୍ରତୀକ ମହାନ୍ତି(ଆଇପିଏସ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ) ଏବଂ ପ୍ରଫୁଲ୍ଲ କୁମାର ସିଂ (ଡିସିପି, ଆର୍ମଡ ଓଏସଏପି ୭ମ ବାଟାଲିୟନ) ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।
ପ୍ରଶଂସନୀୟ ସେବା ପଦକ :
ଡକ୍ଟର ସାର୍ଥକ ଷଡ଼ଙ୍ଗୀ(ଆଇପିଏସ), ଶ୍ରୀପ୍ରସାଦ ତମାଙ୍ଗ,ଦୁର୍ଗପତି,ଓ.ଏସ.ଏ.ପି. ୨ୟ ବାଟାଲିୟନ୍, ଝାରସୁଗୁଡ଼ା, ଅଶୋକ କୁମାର ମହାନ୍ତି,ଦୁର୍ଗପତି,ଓ.ଏସ.ଏ.ପି. ୩ୟ ବାଟାଲିୟନ୍,ଗଜପତି, ଶୁଭନାରାୟଣ ମୁଦୁଲି,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,କଟକ,ପ୍ରଣୀତା କୁମାରୀ ରାୟ,ଡିଏସପି,ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ,କଟକ, ପ୍ରଦୀପ କୁମାର ଆଇନ୍ଦ,ଡିଏସପି,ଦୁର୍ନୀତି ନିବାରଣ, କୋରାପୁଟ ଡିଭିଜନ,ଲକ୍ଷ୍ମୀ ନାରାୟଣ ମୁଦୁଲି,ଆରକ୍ଷୀ ନିରୀକ୍ଷକ,ଏସ.ଆଇ.ଡବ୍ଲୁ, ଭୁବନେଶ୍ୱର,ଅରୁଣ କୁମାର ନାୟକ,ଆରକ୍ଷୀ ନିରୀକ୍ଷକ,ଏସଟିଏଫ ,ଭୁବନେଶ୍ୱର,ମହମ୍ମଦ ହାଫିଜ,ଆରକ୍ଷୀ ନିରୀକ୍ଷକ,ଭଦ୍ରକ, ନିଗମାନନ୍ଦ ମହାପାତ୍ର ,ଏଏସଆଇ,କଟକଏବଂ ଲତା ନାଏକ,ଏପିଆର ହାବିଲଦାର, ବଲାଙ୍ଗୀର ଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି।
ଅଗ୍ନିଶମ ସେବା:
ବିଶିଷ୍ଟ ସେବା ପାଇଁ ଅର୍ଜୁନ ବେହେରା (ପୁରୀ ଜଗନ୍ନାଥ ମନ୍ଦିର ଫାୟାର ଷ୍ଟେସନ) ରାଷ୍ଟ୍ରପତି ପଦକ ପାଇଥିବା ବେଳେ ନରେନ୍ଦ୍ର କୁମାର ପିଙ୍ଗ,ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, କଣ୍ଟାମାଲ ଅଗ୍ନିଶମ କେନ୍ଦ୍ର,ଲକ୍ଷ୍ମଣ ମାଝୀ, ଲିଡିଂ ଫାୟାର ଫାଇଟର, ହିନ୍ଦୋଳ ଫାୟାର ଷ୍ଟେସନ, ଅଲେଖ ଚନ୍ଦ୍ର ରାଉତ, ଫାୟାର ଫାଇଟର, ଭୁବନ ଫାୟାର ଷ୍ଟେସନଙ୍କୁ ଅଗ୍ନିଶମ ସେବା ପାଇଁ ପ୍ରଶଂସନୀୟ ସେବା ପଦକ ମିଳିଛି।
ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା:
ରମେଶ ଚନ୍ଦ୍ର ମହାନ୍ତି,ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ,ଭଦ୍ରକଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ପ୍ରଭାତ କୁମାର ସାହୁ,ଗୃହରକ୍ଷୀ ଓ ରୋନିତା ବଡ଼ଜେନା,ବେସାମରିକ ପ୍ରତିରକ୍ଷା ସ୍ବେଛାସେବୀ ଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି।
କାରାଗାର ସେବା:
ସଦାଶିବ ପ୍ରଧାନ,କାରାରକ୍ଷୀ ,ସବ ଜେଲ, ସାଲେପୁର ଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିବାବେଳେ,ମନ୍ଦରଧର ପ୍ରଧାନ ,ମୁଖ୍ୟ କାରାରକ୍ଷୀ,ସର୍କଲ ଜେଲ, ସମ୍ବଲପୁର ଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି।
ଏହି ଗୌରବମୟ ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱା.ବି. ଖୁରାନିଆ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ଏବଂ କାରାଗାର ଓ ସୁଧାର ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ନାଥଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।