ରାସ୍ତା କଡ଼ ଉଠା ଦୋକାନୀ ଏବଂ ସେମାନଙ୍କ ପରିବାର ପାଇଁ ସାମାଜିକ - ଆର୍ଥକ ବିକାଶ ଯୋଜନା

Aug 28, 2025 - 10:50
 23
ରାସ୍ତା କଡ଼ ଉଠା ଦୋକାନୀ ଏବଂ ସେମାନଙ୍କ ପରିବାର ପାଇଁ ସାମାଜିକ - ଆର୍ଥକ ବିକାଶ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧୂ (ପିଏମ ସ୍ବନିଧ) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧୂକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ୍ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ଅଟେ। ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧୂକାରୀଙ୍କ ସମେତ ୧.୧୫ କୋଟି ହିତାଧୂକାରୀଙ୍କୁ ଲାଭପହଞ୍ଚାଇବା।

ଏହି ଯେ ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଥକ ସେବା ବିଭାଗ (ଡିଏଫଏସ) ଉପରେ ମିଳିତ ଭାବ ବରେ ନ୍ୟସ୍ତ ରହିବ। ଡିଏଫଏସର ଭୂମିକା ହେବ ବ୍ୟାଙ୍କ/ଆର୍ଥକ ପ୍ରତିଷ୍ଠାନ ଏବଂ ସେଗୁଡ଼ିକର ତୃଣମୂଳ ସ୍ତରୀୟ ଅଧିକାରୀଙ୍କ ମାଧ୍ଯମରେ ଋଣ/କ୍ରେଡିଟ୍ କାର୍ଡ ଉପଲବ୍ଧତାକୁ ସହଜ କରିବା।

ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ କିସ୍ତିରେ ଋଣ ପରିମାଣ ବୃଦ୍ଧି, ଦ୍ବିତୀୟ ଋଣ ପରିଶୋଧ କରୁଥିବା ହିତାଧୂକାରୀଙ୍କ ପାଇଁ ୟୁପିଆଇ-ସଂଲଗ୍ନ ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାର ପାଇଁ ଡିଜିଟାଲ୍ କ୍ୟାସବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। ଏହି ଯୋଜନାର ପରିସର ପର୍ଯ୍ୟାୟକ୍ରମେ ଜନଗଣନା ସହର ଏବଂ ଅଦ୍ଧ-ସହରାଞ୍ଚଳ ଇତ୍ୟାଦିକୁ ବିସ୍ତାର କରାଯାଉଛି।

ଉନ୍ନତ ଋଣ ଢାଞ୍ଚାରେ ପ୍ରଥମ କିସ୍ତି ଋଣକୁ ୧୫,୦୦୦ ଟଙ୍କା (୧୦,୦୦୦ ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ବିତୀୟ କିସ୍ତି ଋଣକୁ ୨୫,୦୦୦ ଟଙ୍କା (୨୦,୦୦୦ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥ‌ିବା ବେଳେ ତୃତୀୟ କିସ୍ତିକୁ ପୂର୍ବ ଭଳି ୫୦ ହଜାର ଟଙ୍କା ରଖାଯାଇଛି ।

ୟୁପିଆଇ ସଂଯୁକ୍ତ ରୂପେ କ୍ରେଡିଟ୍ କାର୍ଡ ପ୍ରଚଳନ ଦ୍ବାରା ରାସ୍ତାପାର୍ଶ୍ବ ବିକ୍ରେତାମାନେ ଯେବେ ପକୌଣସି ଜରୁରୀକାଳୀନ ବ୍ୟବସାୟ ଏବଂ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରି କରିବା ପାଇଁ ତୁରନୁ ଋଣ ପାଇପାରିବେ ।

ଅଧୂକନ୍ତୁ, ଡିଜିଟାଲ୍ ସିଷ୍ଟମକୁ ପ୍ରୋତ୍ସାହିତ କରିବା କରିବା ପାଇଁ, ରାସ୍ତା କଡ଼ ବିକ୍ରେତାମାନେ ଖୁଚୁରା ଏବଂ ପାଇକାଁରୀ କାରବାର କରିବା ଉପରେ ୧୬,୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରୋତ୍ସାହନ ପାଇପାରିବେ ।

ଏହି ଯୋଜନାରେ ଉଦ୍ୟମିତା, ଆର୍ଥକ ସାକ୍ଷରତା ଏବଂ ଡିଜିଟାଲ ଦକ୍ଷତା ମାଧ୍ୟମରେ ମାର୍କେଟିଂ ଉପରେ ଧ୍ୟାନ ଦେଇ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ କ୍ଷମତା ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାକରଣ ସହିତ ମିଳିତ ଭାବରେ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ ମାନକ ସ୍ବଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ତାଲିମ ଆୟୋଜନ କରାଯିବ।

ରାସ୍ତା କଡ଼ ଉଠାଦୋକାନୀ ଏବଂ ସେମାନଙ୍କ ପରିବାରର ସାମଗ୍ରିକ କଲ୍ୟାଣ ଏବଂ ବିକାଶ ସୁନିଶ୍ଚିତ କରିବା ପାଇଁ, ମାସିକ ଲୋକ କଲ୍ୟାଣ ମେଳା ମାଧ୍ୟମରେ 'ସ୍ବନିଧୂ ସେ ସମୃଦ୍ଧି' ପଦକ୍ଷେପକୁ ଆହୁରି ସୁଦୃଢ଼ କରାଯିବ। ଏହାର ଲକ୍ଷ୍ୟ ହେଉଛି ଭାରତ ସରକାର କାରଙ୍କ ବିଭିନ୍ନ ଯୋଜନାର ଲାଭ ହିତାଧିକାରୀ ଏବଂ ସେମାନଙ୍କ ପରିବାର ପାଖରେ ସମ୍ପର୍ଣ୍ଣ ଭା ପହଞ୍ଚାଇବା। ଭାବରେ

ଦୋ କୋଭିଡ-୧୯ ମହାମାରୀ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋ ହାଇଥିବା ରାସ୍ତାକଡ଼ା ଉଠା ଦୋକାନୀମାନଙ୍କୁ ସହାୟତା କରିବା ପାଇଁ ସରକାର ୧ ଜୁନ୍ ୨୦୨୦ ରେ ପ୍ରଧାନମନ୍ତ୍ରୀ ସ୍ବନିଧୂ ଯୋଜନା ଆରମ୍ଭ କରିଥିଲେ। ଆରମ୍ଭ ହେବା ପରଠାରୁ ଠାରୁ, ଏହି ଯୋଜନା ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ କେବଳ ଏକ ଆର୍ଥକ ସହାୟତା ନୁହେଁ ଏବଂ ସେମାନଙ୍କୁ ଅର୍ଥବ୍ୟବସ୍ଥାରେ ସେମାନଙ୍କର ଅବଦାନ ପାଇଁ ଏକ ପରିଚୟ ଓ ଆନୁ ଓ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ସ୍ବନିଧୂ ଯୋଜା ଜନା ଅନେକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିସାରିଛି । ୩୦ ଜୁଲାଇ, ୨୦୨୫ ସୁଦ୍ଧା, ୬୮ ଲକ୍ଷରୁ ଅଧୂକ ରାସ୍ତାକଡ଼ ବିକ୍ରେତାଙ୍କୁ ୧୩,୭୯୭ କୋଟି ଟଙ୍କାର ୯୬ ଲକ୍ଷରୁ ଅଧୂକ ଋଣ ବଣ୍ଟନ କରାଯାଇଛି। ପ୍ରାୟ ୪୭ ଲକ୍ଷ ଡିଜିଟାଲ୍ ଭାବରେ ସକ୍ରିୟ ହିତାଧୂକାରୀ ୬.୦୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୫୭ କୋଟିରୁ ଅଧୂକ ଡିଜିଟାଲ୍ ନେଣଦେଣ କରିଛନ୍ତି। ଏହା ସେମାନଙ୍କୁ ମୋଟ ୨୪୧ କୋଟି ଟଙ୍କା କ୍ୟାଶବ୍ୟାକ୍ ପ୍ରଦାନ କରିଛି। 'ସ୍ବନିଧୂ ସେ ସମୃଦ୍ଧି' ପଦକ୍ଷେପ ଅଧୀନରେ, ୩,୫୬୪ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ୪୬ ଲକ୍ଷ ହିତାଧୂକାରୀଙ୍କ ପ୍ରୋଫାଇଲ୍ ପ୍ରସ୍ ପ୍ରସ୍ତୁତ କରାଯାଇଛି କ ଯାହା ଫଳରେ ୧.୩୮ କୋଟିରୁ ଅଧୂକ ଯୋଜନାକୁ ମଞ୍ଜୁର ରାଯାଇଛି।

ଏହି ଯୋଜନା ଜନାକୁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ଅର୍ଥବ୍ୟବସ୍ଥା ଓ ଜୀବିକାକୁ ବିସ୍ତାର କରିବା, ଆର୍ଥକ ଅନୁର୍ଭୁକ୍ତିକରଣକୁ ଆଗକୁ ବଢ଼ାଇବା ଏବଂ ଡିଜିଟାଲ୍ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବ ରିବାରେ ଉଲ୍ଲେ ଉଲ୍ଲେଖନୀୟ ଅବଦାନ ପାଇଁ ପିଏମ ସ୍ବନିଧୂ ଯୋଜନାକୁ ସାଧାରଣ ପ୍ରଶାସନରେ ଉତ୍କର୍ଷତା ର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର (୨୦୨୩) (କେନ୍ଦ୍ରୀୟ ସ୍ମର) ଏବଂ ଡିଜିଟାଲ୍ ପରିବର୍ତ୍ତନ ପାଇଁ ସରକା କାରୀ ପ୍ରକ୍ରିୟା ପୁନର୍ଗଠନରେ ଉତ୍କର୍ଷତା ପାଇଁ ରୌପ୍ୟ ପୁରସ୍କାର (୨୦୨୨) ପ୍ରଦାନ କରାଯାଇଛି।

ଏହି ଯୋଜନା ରାସ୍ତାକଡ଼ ଉଠାଦୋ ଦୋକାନୀମାନଙ୍କୁ ସେମାନଵ ନଙ୍କର ବ୍ୟବସାଯ ସାୟ ସମ୍ପ୍ରସାର ରଣ ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ସୁଯୋଗକୁ ବୃଦ୍ଧି କରିବା ପାଇଁ ପାଇଁ ଆର୍ଥକର ଏକ ନିର୍ଭଟ ନିର୍ଭରଯୋଗ୍ୟ ଉତ୍ସ ଉତ୍ସ ପ୍ରଦାନ କରି ସେମାନଙ୍କର ସାମଗ୍ରିକ ବିକାଶର ପରିକଳ୍ପନା । ଏହା ହା କେବଳ ରାସ୍ତାପାର୍ଶ୍ବ ବିକ୍ରେତାମାନଙ୍କୁ ସଶକୁ କରିବ ନାହିଁ ବରଂ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ। ରାସ୍ତାକଡ଼ ବିକ୍ରେତା ଏବଂ ସେମାନଙ୍କ ପରିବାରର ସାମାଜିକ-ଆକ ଉନ୍ନତିକୁ ମଧ୍ୟ ପ୍ରୋତ୍ସାହିତ କରିବ, ଯାହାଦ୍ବାରା ସେମାନଙ୍କର ଜୀବିକା ବୃଦ୍ଧି ହେବ ଏବଂ ସହରାଞ୍ଚଳଗୁଡ଼ିକୁ ସକ୍ରିୟ ଏବଂ ସ୍ବାବଲମ୍ବୀ କରି କରିବ।p