ଲଘୁଚାପ ର ଘର ହେଉଛି ଓଡିଶା, ୧୪ ଓ ୧୯ ରେ ବୁଲିଆସିବାକୁ ଖବର ଆସିଛି...

Nov 8, 2025 - 20:34
 8
ଲଘୁଚାପ ର ଘର ହେଉଛି ଓଡିଶା, ୧୪ ଓ ୧୯ ରେ ବୁଲିଆସିବାକୁ ଖବର ଆସିଛି...

ଭୁବନେଶ୍ବର : ଆସୁଛି ଡବଲ୍ ଲଘୁଚାପ । ଗୋଟିଏ

ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୧୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ସେପଟେ ଟାଇଫୁନ୍ କାଲାମାଏଗିର ଯାହା ଫିଲିପିନ୍ସ ପ୍ରଭାବିତ କରିବ ତାର ଅବଶିଷ୍ଟ୍ୟଶ ବଙ୍ଗୋପସାଗରରେ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହେବ ।

ଏହି ଦୁଇ ଘୂର୍ଣ୍ଣିବଳୟ ୧୨ ତାରିଖରେ ଦକ୍ଷିଣପୂର୍ବ ଏବଂ

ତତସଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲୀନ

ହେବେ । ଯାହା ପ୍ରଭାବରେ ୧୪ ତାରିଖରେ ଦକ୍ଷିଣପଶ୍ଚିମ

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା

ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ

ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡିନି ।

ଅନ୍ୟପଟେ ୧୯ ତାରିଖ ଆଡକୁ ଆଉ ଏକ ଲଘୁଚାପ

ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ

ଆଣ୍ଡାମାନରେ ଲୋପ୍ରେସର ନେଇ ପୂର୍ବାନୁମାନ କରିଛି

ପାଣିପାଗ ବିଭାଗ । ତେବେ ଏହି ଲଘୁଚାପ ଉପରେ

ନଜର ରହିଛି । ସେପଟେ ରାଜ୍ୟକୁ ଫେରୁଛି ଶୀତ । ୧୪

ତାରିଖରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ଶୀତ ଲହରୀ

ଅନୁଭୂତ ହେବ ।