ଭୁବନେଶ୍ବର ୱାର୍ଲ୍ସ ସ୍କିଲ୍ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂ
ଭୁବନେଶ୍ବର ୱାର୍ଲ୍ସ ସ୍କିଲ୍ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂ
ପରିବର୍ତ୍ତିତ ପରିଦୃଶ୍ୟରେ ପ୍ରଶାସନିକ କ୍ଷେତ୍ରରେ ସୂଚନା ପରିଚାଳନାର ଗୁରୁତ୍ବ ବୃଦ୍ଧି ପାଇଛି : ପିଆଇବି ଏଡିଜି ଅଖୂଳ ମିଶ୍ର
ଭୁବନେଶ୍ବର, ୨୩ ଫେବୃଆରୀ:
ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ଭୁବନେଶ୍ବର ଭୁବ ମଞ୍ଚେଶ୍ବରସ୍ଥିତ ୱାର୍ଲ୍ସ ସ୍କିଲ୍ ସେଣ୍ଟର୍ ପରିଦର୍ଶନ କରିଛନ୍ତି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୂକରଣ ଦ୍ବାରା ପରିଚାଳିତ ରିଚାଳିତ ଏହି କେନ୍ଦ୍ର ରାଜ୍ୟରେ ଦକ୍ଷତା ବିକାଶ ଏବଂ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି । ଏହା ଦେଶର ଏକ ଏକ ପ୍ରମୁଖ ଏବଂ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟରୁ ଅନ୍ୟତମ। ଭୁବନେଶ୍ବରର ୱାର୍ଚ୍ଚ ସ୍କିଲ୍ ସେଣ୍ଟର ୨୦୨୧ରେ ଶୁଭା ଭାରମ୍ଭ ହୋଇଥିଲା। କେନ୍ଦ୍ରର କାର୍ଯ୍ୟଧାରା ৩৫° ଏଠାରେ ଦିଆଯାଉଥିବା ଦକ୍ଷତା ତାଲିମ ବିଷୟରେ ଗୀୟ ଅଧୂକାରୀମାନେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ସବିଶେଷ ସୂଚନା ସୂ ପ୍ରଦାନ କରିଥିଲେ । ବିଭାଗୀୟ
ୱାର୍ଲ୍ସ ସ୍କିଲ୍ ସେଣ୍ଟରରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ମେକାଟ୍ରୋନିକ୍ସ, ଏୟାରକଣ୍ଡିସନିଂ ଓ ରେଫ୍ରିଜରେସନ, ବ୍ୟୁଟି ଆଣ୍ଡ ୱେଲନେସ୍, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ଆଦି ବିଭାଗରେ ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି। ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂମାନେ ସେଠାରେ ରେ ଦକ୍ଷତା ବିକାଶ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକଙ୍କ ସହ ମତବିନିମୟ କରିବା ସହିତ ଏହି କେନ୍ଦ୍ରର କାର୍ଯ୍ୟଧାରା ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ଏହି କେନ୍ଦ୍ର ଶତପ୍ରତିଶତ ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଧ ଧନ୍ଦାମୂଳକ ତାଲିମ ପ୍ରଦାନ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ କରିଛି। ଏଥିପାଇଁ ୱାର୍ଲ୍ସ ସ୍କିଲ୍ ସେଣ୍ଟର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପୁରସ୍କୃତ ମଧ୍ୟ ହୋଇଛି । ବର୍ତ୍ତମାନ ଓଡ଼ିଶାରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଆଗ୍ରହ ବେ ବେଶ ବୃଦ୍ଧି ପାଉଛି ବୋଲି କେନ୍ଦ୍ରର ଅଧୂକାରୀମାନେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂଙ୍କୁ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ଭାରତ ସରକାରଙ୍କ ସୂଚନ ଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପରିଦର୍ଶନ କରି କରିଥିଲେ। ସେଠାରେ ସେମାନେ ପିଆଇବିର ଅତିରିକୁ ମହାନିର୍ଦ୍ଦେଶକ (ଏ (ଏଡିଜି) ଅଖୂଳ କୁ କୁମାର ମିଶ୍ରଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ବର୍ତ୍ତମାନର ପରିବର୍ଷିତ ପରିଦୃଶ୍ୟରେ ପ୍ରଶାସନିକ କ୍ଷେତ୍ରରେ ସୂଚନା ପ୍ରବାହ ଏବଂ ପରିଚାଳନାର ଗୁରୁତ୍ଵ ରୁତ୍ଵ ବୃଦ୍ଧି ପାଇଛି । ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ପଦକ୍ଷେପ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମା ଣମାଧ୍ୟମକୁ ଅବଗତ କରାଇବା ଲାଗି ଏପରି ପ୍ରେସ୍ ଟୁର୍ ବା ଗଣମାଧ୍ୟମ ପ୍ରତିନିଧୂଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାଫଳରେ ଗଣମାଧ୍ୟମ ପ୍ରତିନିର୍ମ ନିଧୂମାନେ ସରକାର ନାରଙ୍କ ବିଭିନ୍ନ ପ୍ରୟା ପ୍ରୟାସ ଓ ପଦକ୍ଷେପ ବିଷୟରେ ଅବଗତ ହୋଇପାରିବେ।
ପିଆଇବି, ଭୁବନେଶ୍ବର କାର୍ଯ୍ୟାଳୟରେ ୟରେ ଅନୁଷ୍ଠିତ ଏହି ମତବିନିମୟ କାର୍ଯ୍ୟକ୍ରମରେ ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ସହାୟକ ନି ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ, ପିଆଇବିର ଗଣମାଧ୍ଯମ 11ଧ୍ୟମ ଓ ଯୋଗାଯୋଗ ଅଧୂକାରୀ ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଉପ ଉପସ୍ଥିତ ଥୂଲେ ।