ଲୋକ ସଭାରେ ପାରିତ ହେଲା ଅବକାରୀ ଆଇନ...

Dec 5, 2025 - 08:56
 8
ଲୋକ ସଭାରେ ପାରିତ ହେଲା ଅବକାରୀ ଆଇନ...

କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ ୨୦୨୫ ଆଜି ଲୋକସଭାରେ ପାରିତ ହୋଇଛି । ଅବକାରୀ ଆଇନ୍ ୧୯୪୪କୁ ସଂଶୋଧନ କରାଯାଇ ବିଭିନ୍ନ ତମାଖୁ ସାମଗ୍ରୀ ଉପରେ ଅବକାରୀ ଶୁକ୍ଳ ଏବଂ ସେସ୍ ବୃଦ୍ଧି କରାଯାଇଛି । ସିଗାରେଟ୍, ସିଗାର, ହୁକ୍କା, ତମାଖୁ, ଜର୍ଦା ଆଦି ବିଭିନ୍ନ ପ୍ରକାର ତମାଖୁ ସାମଗ୍ରୀ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ।

ବିଲ୍ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହା ଅତିରିକ୍ତ କର କିମ୍ବା ନୂତନ ଆଇନ୍ ନୁହେଁ ।

ଜି.ଏସ୍.ଟି. ଲାଗୁ ହେବା ପରେ ମଧ୍ଯ କ୍ଷତିପୂରଣ ସେସ୍ ପ୍ରଦାନ ଜୁଲାଇ ୨୦୧୭ରୁ ୨୪ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ତମାଖୁ ସାମଗ୍ରୀର ମୂଲ୍ୟ ଜି.ଏସ୍.ଟି. ଲାଗୁ ହେବା ପରେ ବୃଦ୍ଧି ପାଇଛି । ତମାଖୁ ବ୍ୟବହାରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ସଂଶୋଧୂତ ନୀତି କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।