ଲୋକାର୍ପିତ ହେଲା "ଆମ ସାଥି", Whatsapp 'ଚାଟ ବଟ'

Sep 27, 2025 - 21:08
 72
ଲୋକାର୍ପିତ ହେଲା "ଆମ ସାଥି", Whatsapp 'ଚାଟ ବଟ'

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ "ଆମ ସାଥୀ" ନାମକ ହ୍ୱାଟସଅପ 'ଚାଟବଟ୍' ଓ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ORTPSA) ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ-୨ ଡାସବୋର୍ଡର ଲୋକାର୍ପଣ କରିଛନ୍ତି । 

ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରାଯାଇଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ *ସରକାରୀ ସେବାଗୁଡ଼ିକୁ ହାସଲ କରିହେବ ବୋଲି ସୂଚନା ଦେଇଛନ୍ତି | 

ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ହିସାବରେ

ଡିଜିଟାଲ ଶାସନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । 

ଉଭୟ ଓଡ଼ିଆ (Odia) ଓ ଇଂରାଜୀ (English) ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ସରକାରୀ ସେବାଗୁଡ଼ିକୁ ହାସଲ କରିହେବ । 

ଆଗାମୀ ଦିନରେ ଏହି ହ୍ୱାଟସଅପ୍ ଚାଟବଟ୍ ମାଧ୍ୟମରେ ନାଗରିକଙ୍କୁ ୫୦୦ରୁ ଅଧିକ ସରକାରୀ ସେବା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ରାଜ୍ୟରେ ଡିଜିଟାଲ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାରେ ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି ।   

ମେଟା ସହଭାଗିତାରେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ସାଥୀ’ ଚାଟବଟ୍ ହେଉଛି ଏକ ଏକୀକୃତ ପ୍ଲାଟଫର୍ମ, ଯାହା ମାଧ୍ୟମରେ ସାଧାରଣ ନାଗରିକ ୧୨୦ରୁ ଅଧିକ ସରକାରୀ ସେବାର ଲାଭ ଉଠାଇ ପାରିବେ । 

ଏହି ଚାଟବଟ୍ ଏକ ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ ନମ୍ବର *୯୪୩୭୨୯୨୦୦୦* ମାଧ୍ୟମରେ ଉପଲବ୍ଧ ହେବ । 

ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କାର୍ଯ୍ୟ କରିବ । 

ଏଥିରେ ଭଏସ କମାଣ୍ଡ ବା ଭଏସ୍ ଆଦେଶ ସୁବିଧା ମଧ୍ୟ ରହିଛି, ଯାହାକି ଏହାର ବ୍ୟବହାରକୁ ଅଧିକ ସହଜ ଓ ସରଳ କରାଇଛି । 

ଆଗାମୀ କିଛି ମାସ ମଧ୍ୟରେ ଏହି ଚାଟବଟ୍ ମାଧ୍ୟମରେ ରାଜ୍ୟ ସରକାର ୫୦୦ରୁ ଅଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସରକାରୀ ସେବା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଛି । *ଏହି ଚାଟବଟ୍ ସେଣ୍ଟର ଫର ମଡର୍ନାଇଜିଂ ଗଭର୍ନମେନ୍ଟ ଇନିସିଏଟିଭ (CMGI) ଏବଂ ମେଟା ଇଣ୍ଡିଆ ଦ୍ୱାରା ବିକଶିତ ହୋଇଛି* ।

ମୁଖ୍ୟ ସେବାଗୁଡ଼ିକ:

ସମସ୍ତ ପ୍ରମାଣପତ୍ର ପାଇଁ ଆବେଦନ  

ଜନ୍ମ, ଆୟ, ଜାତି ଓ ବାସସ୍ଥାନ ପ୍ରମାଣପତ୍ର ।

ଡ୍ରାଇଭିଂ ଲାଇସେନ୍ସ ଏବଂ ଫର୍ଟିଲାଇଜର ଲାଇସେନ୍ସ 

ଜାତୀୟ ପରିବାର ଏବଂ ଅନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି

ଅଭିଯୋଗ ଦାଏର ଓ ଟ୍ରାକିଂ : ନିଜର ଅଭିଯୋଗ ଦାଏର କରି ତା’ର ସ୍ଥିତି ଯାଞ୍ଚ କରିପାରିବେ ।

ଅନ୍ୟାନ୍ୟ ସେବା : ଜରୁରୀ ସହାୟତା ପାଇଁ ପୋଲିସ ସହ ଯୋଗାଯୋଗ ।

ଜମି ସମ୍ବନ୍ଧୀୟ ତଥ୍ୟ ଏବଂ ରାଜସ୍ୱ ସେବା ।

ଶିକ୍ଷା, କୃଷି ଓ ଉଦ୍ୟାନ କୃଷି, ଛାତ୍ରଛାତ୍ରୀ ଓ କୃଷକମାନଙ୍କ ପାଇଁ ସମୟୋପଯୋଗୀ ସୂଚନା ଓ ସହାୟତା 

ଗୃହ ଓ ସହରାଞ୍ଚଳ ଉନ୍ନୟନ: ସହରାଞ୍ଚଳ ସେବା ଏବଂ ସାଧାରଣ ପ୍ରଶାସନ ସମ୍ପର୍କିତ ସୁବିଧା 

ନାଗରିକଙ୍କୁ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ। 

ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ଓଆରଟିପିଏସଏ) ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଡାସବୋର୍ଡର ମଧ୍ୟ ଲୋକାର୍ପଣ କରାଯାଇଛି* ।

ଏହି ଡାସବୋର୍ଡ ସରକାରୀ ସେବାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ । 

ଏହା ମାଧ୍ୟମରେ ଆବେଦନର ଅଗ୍ରଗତି ବିଷୟରେ ଟ୍ରାକ କରାଯାଇପାରିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ନଦେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ମୁଖ୍ୟ ଶାସନସଚିବ ମନୋଜ ଆହୁଜା କହିଛନ୍ତି, ଆମ ସାଥୀ *ଚାଟବଟ୍ ଏବଂ ଓଆରଟିପିଏସଏ ଡାସବୋର୍ଡ ୨.୦ ମାଧ୍ୟମରେ ଆମେ ଶାସନବ୍ୟବସ୍ଥା ଓ ସେବାକୁ ନାଗରିକଙ୍କ ଡୋରଷ୍ଟେପକୁ ନେଇଆସିବୁ* । 

ଏହି ପ୍ଲାଟଫର୍ମ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନାଗରିକ ସେବା ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ସହାୟକ ହୋଇପାରିବ।

ଚାଟବଟ୍ ବ୍ୟବହାର କରିବା ଅତ୍ୟନ୍ତ ସରଳ |

ପ୍ରଥମେ ମୋବାଇଲ୍ ଫୋନ୍ ନମ୍ବର *୯୪୩୭୨୯୨୦୦୦* କୁ ହ୍ୱାଟ୍ସଅପରେ ମେସେଜ ପଠାନ୍ତୁ । ନିଜ ବିବରଣୀ ପ୍ରଦାନ କରନ୍ତୁ । ଆବଶ୍ୟକୀୟ ସେବା ଚୟନ କରି ଆବେଦନ କରନ୍ତୁ । ଆବେଦନର ସ୍ଥିତି ଟ୍ରାକ କରନ୍ତୁ ଏବଂ ବିଳମ୍ବର କାରଣ ଜାଣନ୍ତୁ ।