BSNLର 4 G ହାଇ ସ୍ପିଡ଼ ଇଣ୍ଟରନେଟ ନେଟୱାର୍କ 5 G ସହ ଯୋଡି ହୋଇ କାମ କରିବ...

Sep 27, 2025 - 22:16
 15
BSNLର 4 G ହାଇ ସ୍ପିଡ଼ ଇଣ୍ଟରନେଟ ନେଟୱାର୍କ 5 G ସହ ଯୋଡି ହୋଇ କାମ କରିବ...

ବିଏସଏନଏଲ ଦ୍ବାରା ସ୍ବଦେଶୀ 4G ନେଟୱର୍କ ସାମିଲ ହୋଇଛି। ଏହାଦ୍ବାରା ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସମ୍ଭବ ହୋଇଯାଇଛି। ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ। ଆଗାମୀ ଦିନରେ ବିଏସଏନଏଲ ସହ 5G ଯୋଡ଼ି ହେବାକୁ ଯାଉଛି ।  

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଛି। 

ସାରା ଭାରତରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି। 

ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଲେ ମୋଦି। ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇ ଓଭର, କୋରାପୁଟ-ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟି ଖର୍ଚ୍ଚ ହେବ। 

ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। 

ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ WI-FI ସୁବିଧା ପାଇଁ ୯୦ କୋଟି ଦିଆଯିବ।

ଏହି ଅବସରରେ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍‌ ବୃଦ୍ଧି ଘୋଷଣା କଲେ ମୋଦି।