ଶିବବିବାହ - ପ୍ରାଚୀନ ସଭ୍ୟତାର ଅନ୍ୟ ଦେବାଦେବୀଙ୍କ ବିବାହ ସହିତ ସାମଞ୍ଜସ୍ୟତା...

Jun 19, 2026 - 18:58
 5
ଶିବବିବାହ - ପ୍ରାଚୀନ ସଭ୍ୟତାର ଅନ୍ୟ ଦେବାଦେବୀଙ୍କ ବିବାହ ସହିତ ସାମଞ୍ଜସ୍ୟତା...

ଶିବବିବାହ - ପ୍ରାଚୀନ ସଭ୍ୟତାର ଅନ୍ୟ ଦେବାଦେବୀଙ୍କ ବିବାହ ସହିତ ସାମଞ୍ଜସ୍ୟତା...

  

ଓଡ଼ିଶାରେ ପାଳିତ ହେଉଥିବା "ଶିବ ବିବାହ" ତଥା ଶିବ-ପାର୍ବତୀଙ୍କ ବିବାହ ସଦୃଶ ପ୍ରାଚୀନ ସଭ୍ୟତାର ମଧ୍ୟ ଦେବା-ଦେବୀଙ୍କ ମଧ୍ୟରେ ବିବାହ ଉତ୍ସବ ଲୋକମାନଙ୍କ ମଧ୍ୟରେ ପାଳିତ ହେଉଥିଲା ।   

ପ୍ରାଚୀନ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ଦୁଇ ହଜାରରୁ ଅଧିକ ବର୍ଷ ଧରି *ଜିଉସ୍ (Zeus) ଏବଂ ହେରା* (Hera) ଙ୍କ"ପବିତ୍ର ବିବାହ" କୁ "ଆନନ୍ଦ ଏବଂ ଉଲ୍ଲାସର ସହିତ" ପାଳନ କରାଯାଉଥିଲା । 

ସର୍ବୋଚ୍ଚ ଆକାଶ ଦେବତା 'ଜ୍ୟୁସ୍' (Zeus) ଏବଂ ଦେବୀ 'ହେରା' (Hera)ଙ୍କ ମଧ୍ୟରେ ହୋଇଥିବା ବିବାହ ପୃଥିବୀର ଉର୍ବରତା ନିଶ୍ଚିତ କରିବା ପାଇଁ ଆଞ୍ଚଳିକ ରୀତିନୀତିରେ ବିବାହର ପ୍ରତୀକାତ୍ମକ ପୁନଃ ଅଭିନୟ କରାଯାଉଥିଲା ।

ସେହିପରି ପ୍ରାଚୀନ ମେସୋପଟାମିଆରେ ମଧ୍ୟ ଦେବାଦେବୀଙ୍କ ବିବାହ ସାଧାରଣତଃ *ଇନାନା - ଦୁମୁଜି (Inanna- Dumuzi)* ଙ୍କ ମଧ୍ୟରେ ଅନୁଷ୍ଠିତ ହୋଉଥିଲା । 

ପ୍ରଥମେ, ଇନାନାଙ୍କୁ ସ୍ନାନ କରାଇ, ସୁଗନ୍ଧିତ ଦ୍ରବ୍ୟ ଲଗାଇ ଏବଂ ଅଳଙ୍କାରରେ ସଜ୍ଜିତ କରାଯାଉଥିଲା, ଯେତେବେଳେ କି ଦୁମୁଜି ଏବଂ ତାଙ୍କର ଅନୁଗାମୀମାନେ ତାଙ୍କ ମନ୍ଦିର ଆଡ଼କୁ ଶୋଭାଯାତ୍ରାରେ ଆଗେଇ ଚାଲୁଥିଲେ। ସାଙ୍ଗରେ ନେଉଥିଲେ ବହୁମୂଲ୍ୟାଵନ ବସ୍ତୁ ସମୂହରେ ଯୌତୁକ ତଥା ଉପହାର ପାତ୍ର - ପ୍ରସିଦ୍ଧ 'ଉରୁକ୍ ପାତ୍ର' । 

ଏହି ସମୟରେ ମନ୍ଦିରର ପୂଜାରୀମାନେ ପ୍ରେମ ଗୀତ ଗାଉଥିଲେ । ଦୀପ୍ତିମନ୍ତ ଇନାନା ନିଜ ମାତାଙ୍କ ଆଦେଶରେ ସ୍ନାନ କରି, ସୁଗନ୍ଧିତ ତୈଳରେ ନିଜକୁ ଆଲେପିତ କରି ତଥା ନିଜ ଶରୀରକୁ ମହାନ ପାଲା-ବସ୍ତ୍ରରେ ଆଚ୍ଛାଦିତ କରି, ବେକରେ ଲାପିସ୍ ଲାଜୁଲି (ନୀଳମଣି ହାର) ସଜାଇ ଦ୍ୱାର ଦେଶରେ ଦୁମୁଜିଙ୍କୁ ସ୍ୱାଗତ କରୁଥିଲେ । ଏବଂ ଦୁମୁଜି ଉରୁକ୍ ପାତ୍ରରେ ଆଣିଥିବା ଯୌତୁକ ବା ଶ୍ରୀଧନ ରୂପେ ପରିଚିତ ଇନାନାଙ୍କୁ ବହୁମୂଲ୍ୟ ଉପହାରମାନ ପ୍ରଦାନ କରୁଥିଲେ । ଏହାପରେ ଉଭୟେ ସୁଗନ୍ଧିତ ଦ୍ରବ୍ୟରେ ମହକୁଥିବା ତଥା ବହୁମୂଲ୍ୟ ପରଦା କିମ୍ବା ବସ୍ତ୍ରରେ ସଜ୍ଜିତ ଏକ କକ୍ଷରେ ପ୍ରବେଶ କରୁଥିଲେ । 

ସେହି ବିଶେଷ ଉତ୍ସବ ପାଇଁ ନିର୍ମିତ ଏକ ପାରମ୍ପରିକ ଉତ୍ସବକାଳୀନ ଶଯ୍ୟା ଉପରେ ଶୟନ କରି, ସେମାନେ ଶାରୀରିକ ମିଳନରେ ଆବଦ୍ଧ ହେଉଥିଲେ । 

ଏହାପରେ, ନିଜ ପ୍ରେମିକଙ୍କ ଉପରେ ସନ୍ତୁଷ୍ଟ ହୋଇ, ଇନାନା ତାଙ୍କ ପାଇଁ ଦୀର୍ଘାୟୁ ଓ ସାର୍ବଭୌମତ୍ୱ (ରାଜକୀୟ ଅଧିକାର) ଏବଂ ଦେଶ ପାଇଁ ଉର୍ବରତା ଓ ସମୃଦ୍ଧିର ବରଦାନ ଦେଉଥିଲେ । 

ସେ ତାଙ୍କୁ ରାଜକୀୟ ଶକ୍ତିର ପ୍ରତୀକ ସ୍ୱରୂପ ମୁଦ୍ରିକା (ring), ଦଣ୍ଡ (rod) ଏବଂ ସୂତ୍ର (line) ମଧ୍ୟ ପ୍ରଦାନ କରୁଥିଲେ । ରୀତିନୀତି ସମାପ୍ତ ହେବା ପରେ, ସାଧାରଣ ଜନତା ଏକ ବିଶାଳ ଉତ୍ସବ ମାଧ୍ୟମରେ ଏହାକୁ ପାଳନ କରୁଥିଲେ । ଏହାପରେ, ଦୁହେଁ ସିଂହାସନରେ ବିରାଜମାନ ହେଉଥିଲେ ।

????ଓପେଟ୍‌ର ସୁନ୍ଦର ପର୍ବ (ଇଜିପ୍ଟ): 

ଏହା ଏକ ବାର୍ଷିକ ଜାକଜମକପୂର୍ଣ୍ଣ ଉତ୍ସବ ଥିଲା, ଯେଉଁଠାରେ ଦେବତା *'ଆମୁନ-ରା'* *(Amun-Ra) ଏବଂ ତାଙ୍କ ପତ୍ନୀ ଦେବୀ 'ମୁତ୍' (Mut)* ଙ୍କ ମୂର୍ତ୍ତିଗୁଡ଼ିକୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଉଥିଲା । 

ଏହି ଉତ୍ସବ ସେମାନଙ୍କର ଦୈବୀ ବିବାହ ଏବଂ ବିବାହ ବାର୍ଷିକୀର ପ୍ରତୀକ ଥିଲା, ଯାହା ନୀଳ ନଦୀରେ ପ୍ରଜନନ କ୍ଷମତା, ଶୃଙ୍ଖଳା ଏବଂ ଜୀବନଦାୟୀ ବନ୍ୟାର ଆଶୀର୍ବାଦ ଆଣିଦେଉଥିଲା ।