ଶୁଭ ଅମୃତବେଳା ଯୋଗ...
ଆଜି ଅମୃତବେଳାର ପବିତ୍ର ମୁହୂର୍ତ୍ତରେ, ମୁଁ ଆତ୍ମା ଆଦିଦେବ ପିତାଶ୍ରୀ ବ୍ରହ୍ମା ବାବାଙ୍କ ସମାନ ଶିବ ପରମାତ୍ମାଙ୍କ ପ୍ରେମର ସୁବର୍ଣ୍ଣ କିରଣରେ ସମାହିତ ହୋଇ, ପରମାତ୍ମାଙ୍କ ପ୍ରେମରେ ଲୀନ ହୋଇ ପ୍ରେମସ୍ୱରୂପ ସ୍ଥିତିରେ ସ୍ଥିତ ହୋଇଯାଇଛି... ସ୍ବଚ୍ଛତା ଏବଂ ପବିତ୍ରତାର ଧାରଣା ଦ୍ୱାରା ପରମପିତା ଶିବବାବାଙ୍କ ନିକଟତାର ଅନୁଭବ କରୁଛି--- ଶିବବାବା ମତେ ବରଦାନ ଦେଉଛନ୍ତି— ମିଠେବଚ୍ଚେ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ଭବ।
ପରମପିତା ପରମାତ୍ମାଙ୍କ ସହ ପ୍ରେମ ଅର୍ଥାତ୍ ରୁଦ୍ର ଗୀତାଜ୍ଞାନ-ଯଜ୍ଞ ସହିତ ପ୍ରେମ, ରାଜଯୋଗ ସହିତ ପ୍ରେମ, ଈଶ୍ଵରୀୟ ବ୍ରାହ୍ମଣ ପରିବାର ସହିତ ପ୍ରେମ, ପରମାତ୍ମାଙ୍କ ଶ୍ରୀମତ ଏବଂ ମର୍ଯ୍ୟାଦା ସହିତ ପ୍ରେମ, ପରମାତ୍ମାଙ୍କ ଦ୍ୱାରା ମନୋନୀତ ନିମିତ୍ତ ଟୀଚର ଭଉଣୀମାନଙ୍କ ସହ ପ୍ରେମ ଏବଂ ବିଶ୍ୱର ସମସ୍ତ ଆତ୍ମାଙ୍କ ସହିତ ପ୍ରେମ....।
ପରମପିତା ପରମାତ୍ମା ଶିବବାବା ଆମ ପିଲାମାନଙ୍କୁ ଈଶ୍ୱରୀୟ ଜ୍ଞାନର ସର୍ବୋତ୍ତମ ସମ୍ପତ୍ତି ଦେଇଛନ୍ତି--- ଶୁଭ ସଂକଳ୍ପର ବିଶେଷ ଉପହାର ଦେଇଛନ୍ତି--- ବ୍ୟର୍ଥ ଚିନ୍ତାକୁ ସମର୍ଥ ଚିନ୍ତନରେ ପରିବର୍ତ୍ତନ କରିବାର ବିଧି ବତାଇଛନ୍ତି--- ନକାରାତ୍ମକ ସଂକଳ୍ପକୁ ସମାପ୍ତ କରି ସକାରାତ୍ମକ ସଂକଳ୍ପ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର କ୍ଷମତା ଦେଇଛନ୍ତି...।
ଆମେ ଆତ୍ମାମାନେ ବାପସମାନ ହୋଇ ନିଜ ବିଶ୍ୱ ପରିବାରର ସମସ୍ତ ଆତ୍ମାଙ୍କ ପାଇଁ ଶୁଭ ତଥା ଶ୍ରେଷ୍ଠ ସଂକଳ୍ପ ରଚନା କରିବା--- ଅମୃତବେଳାର ପବିତ୍ର ମୁହୂର୍ତ୍ତରେ ଚାରିଆଡ଼ର ବାୟୁମଣ୍ଡଳ ଶାନ୍ତ ଏବଂ ଶୀତଳ ରହିଥାଏ...।
ଏହିଭଳି ଏକ ଅଲୌକିକ ସମୟରେ, ଆମେ ଆତ୍ମାମାନେ ଯେଉଁ ପ୍ରକାରର ବିଚାର ବା ସଂକଳ୍ପର ବିହନ ବୁଣିବା, ସେହି ଅନୁସାରେ ହିଁ କର୍ମରୂପୀ ବୃକ୍ଷ ତିଆରି ହେବ ଏବଂ ସେହି ଆଧାରରେ ହିଁ ଭାଗ୍ୟରୂପୀ ଫଳ ନିର୍ମିତ ହେବ...।*
ବାବା କହିଛନ୍ତି--- *ସଦା ଖୁସିରେ ରୁହ ଏବଂ ସଦା ଖୁସି ବାଣ୍ଟୁଥାଅ*--- ପ୍ରସନ୍ନ ରହିବାର ଏକମାତ୍ର ସାଧନ ହେଉଛି ବାବାଙ୍କ ସ୍ମୃତିରେ ରହି ଅତୀନ୍ଦ୍ରିୟ ସୁଖର ଅନୁଭବ କରିବା-- *ଏକ ବାବା ଦ୍ୱିତୀୟ କେହି ନାହିଁ ବାସ୍*--- ଏହି ସଂକଳ୍ପକୁ ହିଁ ମନରେ ବସାଇ ରଖିଛି।
ମୁଁ ଆତ୍ମା ନିଜ ମନର ମାଲିକ ହୋଇ *ମନଜିତ୍ ଜଗତଜିତ୍* ହେବାର ଲକ୍ଷ୍ୟ ରଖି ସଦାବେଳେ ନିଜ ଉପରେ ଦୃଷ୍ଟି (Attention) ରଖୁଛି...।
ଆମେ ଆତ୍ମାମାନେ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୋଇ ଏହି ସଂକଳ୍ପ କରୁଛୁ-- ଯେମିତି ବିଶ୍ୱର ସମସ୍ତ ଆତ୍ମାଙ୍କୁ ପରମପିତା ପରମାତ୍ମା ଶିବଙ୍କ ସଚ୍ଚା ପରିଚୟ ମିଳିଯାଉ--- ସମସ୍ତ ଆତ୍ମା ଜ୍ଞାନର ସାଗର ଶିବ ପରମାତ୍ମାଙ୍କ ପରମ ଜ୍ଞାନ ପ୍ରାପ୍ତ କରନ୍ତୁ-- କୌଣସି ବି ଆତ୍ମା ପରମାତ୍ମାଙ୍କ ମିଳନର ସର୍ବୋତ୍ତମ ସୁଖରୁ ବଞ୍ଚିତ ନ ରୁହନ୍ତୁ।
ପ୍ରତିଟି ଆତ୍ମାଙ୍କୁ ସେମାନଙ୍କର ଜନ୍ମସିଦ୍ଧ ଅଧିକାର--- ପରମାତ୍ମା ପିତାଙ୍କ ସମ୍ପତ୍ତି (ବର୍ସା) ଅବଶ୍ୟ ପ୍ରାପ୍ତ ହେଉ-- କୌଣସି ବି ଆତ୍ମା ପ୍ରଭୁ-ପ୍ରେମର ଅଲୌକିକ ସୁଖରୁ ବଞ୍ଚିତ ହୋଇ ନ ରୁହନ୍ତୁ...।
ଆମେ ନିଜେ ଜାଗ୍ରତ ହୋଇଯାଇଛୁ ଯେତେବେଳେ.... ଆମେ ନିଶ୍ଚୟ ଅନ୍ୟ ସମସ୍ତଙ୍କୁ ଜଗାଇବା-- ଏହା ହିଁ ଆମର ଶୁଭ ସଂକଳ୍ପ ଅଟେ ଯେ ସମସ୍ତ ଆତ୍ମା ମାୟାର ନିଦ୍ରାରୁ ଜାଗି ଉଠନ୍ତୁ-- ଈଶ୍ୱରୀୟ ଜ୍ଞାନର ମହତ୍ତ୍ୱକୁ ବୁଝି, ପ୍ରତ୍ୟେକ କର୍ମ ଶ୍ରୀମତ ପ୍ରମାଣେ କରନ୍ତୁ-- ସ୍ମୃତିସ୍ୱରୂପ ହୋଇ ସମର୍ଥ ଆତ୍ମା ପାଲଟି ଯାଆନ୍ତୁ।
ଅମୃତବେଳାର ବରଦାନୀ ସମୟରେ ଆମେ ଆତ୍ମାମାନେ ବାବାଙ୍କଠାରୁ ଦିବ୍ୟ ବରଦାନର ଅମୂଲ୍ୟ ଉପହାର ପ୍ରାପ୍ତ କରୁଛୁ---
ଆଜି ଆମେ ସମସ୍ତ ଆତ୍ମା ଏହି ଶୁଭ ସଂକଳ୍ପ କରୁଛୁ ଯେ .........................
ଆମର ସମସ୍ତ ଭାଇଭଉଣୀମାନଙ୍କୁ ମଧ୍ୟ ପରମାତ୍ମ-ବରଦାନ, ଦିବ୍ୟ ଗୁଣ ତଥା ଦିବ୍ୟ ଶକ୍ତି ସମୂହ ପ୍ରାପ୍ତ ହୋଇଯାଉ--- ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ---- ପରସ୍ପରର ଶତ୍ରୁତା ଓ ବିରୋଧ ଭାବ ତୁଟିଯାଉ-- ଈର୍ଷା, ଦ୍ୱେଷର ନକାରାତ୍ମକ ଭାବନା ଛାଡ଼ି ସମସ୍ତେ ଭାଇ-ଭାଇର ସଦ୍ଭାବନାରେ ଏକ ପରମାତ୍ମା ପିତାଙ୍କ ଛତ୍ରଛାୟା ତଳେ ଏକତା ସମ୍ପନ୍ନ ସୁଖୀ ଜୀବନ ବିତାନ୍ତୁ--- ସମଗ୍ର ବିଶ୍ୱରେ ବିଶ୍ୱ-ଭ୍ରାତୃତ୍ୱ ଭାବନାର ପ୍ରସାର ହୋଇଯାଉ