ଶ୍ରୀ ଶାହ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ମହାପରିନିର୍ବାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ଶ୍ରୀ ଶାହ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ମହାପରିନିର୍ବାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଦ୍ବାରା ଦିଆଯାଇଥିବା ସମ୍ବିଧାନ କାରଣରୁ ଏକ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ଯେଉଁଥିରେ ଦଳିତ, ଗରିବ, ଆଦିବାସୀ ଏବଂ ପଛୁଆ ବର୍ଗ ମଧ୍ଯ ମର୍ଯ୍ୟାଦାର ସହ ଜୀବନଯାପନ କରିପାରିବେ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଭାବ-ଥାରାଡ଼ ଜିଲ୍ଲାରେ ବନାସ ଡାଏରୀ ଦ୍ବାରା ନବନିର୍ମିତ ବାୟୋ-ସିଏନଜି ଏବଂ ସାର କାରଖାନାକୁ ଉଦଘାଟନ କରିଛନ୍ତି ଏବଂ ୧୫୦ ଟନ୍ ଗୁଣ୍ଡଦୁଗ୍ଧ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଗୁଜରାଟ ବିଧାନସଭା ବାଚସ୍ପତି ଶ୍ରୀ ଶଙ୍କର ଚୌଧୁରୀ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ଶ୍ରୀ ମୁରଲୀଧର ମୋହୋଲ, କେନ୍ଦ୍ର ସମବାୟ ସଚିବ ତ, ଆଶିଷ କୁମାର ଭୁଟାନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧୂତ କରି ଶ୍ରୀ ଅମିତ ଶାହ କହିଥିଲେ ଯେ, ବନାସକାଣ୍ଡାରେ ବନାସ ଡାଏରୀ ପ୍ରତିଷ୍ଠା କରିଥିବା ଗାଇବାଭାଇ ନାନଜିଭାଇ ପଟେଲଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଏହି ଯାତ୍ରା ଧୀରେ ଧୀରେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଆଜି ଏହି ଡାଏରୀର କାରବାର ୨୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ସାରା ଦେଶରେ ଯେଉଁଠାକୁ ବି ଯାଆନ୍ତି, ଗର୍ବର ସହ ଘୋଷଣା କରନ୍ତି ଯେ ଗୁଜରାଟର ଗ୍ରାମଗୁଡ଼ିକୁ ସମୃଦ୍ଧ କରିବାର କାର୍ଯ୍ୟ ରାଜ୍ୟର ମାଆ ଓ ଭଉଣୀମାନଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଏହି ଅଞ୍ଚଳର କୃଷକମାନେ, ବିଶେଷ କରି ସମବାୟ ଆନ୍ଦୋଳନର ଅଗ୍ରଦୂତ, ଗ୍ରାମ ସ୍ତରୀୟ ଦୁଗ୍ଧ ସମିତିର ଅଧ୍ଯକ୍ଷ ଏବଂ ବନାସ
ଡାଏରୀର ନିର୍ଦ୍ଦେଶକମାନେ, ସେମାନେ କେତେ ବଡ଼ ଚମତ୍କାର କରିଛନ୍ତି, ତାହା ହୁଏତ ଜାଣିନଥିବେ। ୨୪,୦୦୦ କୋଟି ଟଙ୍କାର କମ୍ପାନୀ ନିର୍ମାଣ କରିବା ଏପରି ଏକ କାର୍ଯ୍ୟ ଯାହା ସବୁଠାରୁ ବଡ଼ କର୍ପୋରେଟ ହାଉସର ମଧ୍ୟ ଝାଳ ବୁହାଇ ଦେବ, ତଥାପି ବନାସକାଣ୍ଠାର ମହିଳା ଏବଂ କୃଷକମାନେ ଆଖୁ ପିଛୁଳାକେ ୨୪,୦୦୦ କୋଟି ଟଙ୍କାର କମ୍ପାନୀ ନିର୍ମାଣ କରିପାରିଛନ୍ତି।
ଶ୍ରୀ ଶାହ କହିଛନ୍ତି ଯେ, ଆଜି ସେ ଭାରତୀୟ ସଂସଦର ଉଭୟ ଗୃହ-ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନଙ୍କୁ ତାଙ୍କ ସହିତ ଆଣିଥିଲେ। ଆଗାମୀ ଜାନୁଆରୀରେ, ସାରା ଦେଶରୁ ଡାଏରୀର ପ୍ରାୟ ୨୫୦ ଜଣ ଅଧ୍ଯକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏହି ସମବାୟ ଦୁଗ୍ଧ କ୍ଷେତ୍ରରେ ଘଟିଥିବା ଚମତ୍କାରକୁ ବ୍ୟକ୍ତିଗତ ଭାବେ ଦେଖିବା ପାଇଁ ବନାସକାଣ୍ଠା ଆସୁଛନ୍ତି। ଯେତେବେଳେ ସେ ୧୯୮୫-୮୭ ର ମରୁଡ଼ି ପରେ ଏହି ଅଞ୍ଚଳ ପରିଦର୍ଶନ କରୁଥିଲେ ଏବଂ କୃଷକମାନଙ୍କୁ ପଚାରୁଥିଲେ, ସେମାନେ କହୁଥିଲେ ଯେ ସେମାନେ ବର୍ଷସାରା କେବଳ ଗୋଟିଏ ଫସଲ ଉତ୍ପାଦନ କରିପାରିବେ। କିନ୍ତୁ ବର୍ତ୍ତମାନ, ବନସକଣ୍ଠାର କୃଷକ ବର୍ଷକୁ ତିନୋଟି ଫସଲ ଉତ୍ପାଦନ କରନ୍ତି-ଚିନାବାଦାମ, ଆଳୁ, ମିଲେଟ (ବାଜରା) ଗ୍ରୀଷ୍ମ ଋତୁରେ, ଏବଂ ଖରିଫ ଫସଲ ମଧ୍ଯ ଅମଳ କରନ୍ତି। ମାତ୍ର ପଚିଶ ବର୍ଷ ପୂର୍ବେ, ବନାସକାଣ୍ଡାରେ ତିନୋଟି ଫସଲ ଚାଷ କରିବା ଏକ ସ୍ବପ୍ନ ବ୍ୟତୀତ ଆଉ କିଛି ନଥିଲା।
ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗୁଜରାଟର ଯେଉଁ ଅଞ୍ଚଳରେ ଜଳର ଅଭାବ ରହିଛି, ସେହି ଅଞ୍ଚଳରେ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବଳକା ଜଳକୁ ସେହି ଅଞ୍ଚଳରୁ ସ୍ଥାନାନ୍ତର କରିଥିଲେ ଯେଉଁଠାରେ ପ୍ରଚୁର ପରିମାଣରେ ଜଳ ଉପଲବ୍ଧ ଥିଲା। ସୁଜଳାମ-ସୁଫଳାମ ଯୋଜନା ଅଧୀନରେ ନର୍ମଦା ଏବଂ ମାହି ନଦୀରୁ ଅତିରିକ୍ତ ଜଳ ବନାସକଣ୍ଠାକୁ ଅଣାଯାଇଥିଲା । ପୂର୍ବରୁ ଏଠାକାର କୃଷକମାନଙ୍କୁ ଅନ୍ୟମାନଙ୍କ କ୍ଷେତରେ ଶ୍ରମିକ ଭାବେ କାମ କରିବାକୁ ପଡ଼ୁଥିଲା। ଆଜି ସେହି କୃଷକ ନିଜ ଜମିକୁ ସ୍ବର୍ଗରେ ପରିଣତ କରିଛନ୍ତି ଏବଂ ସମଗ୍ର ବନସକଣ୍ଠକୁ ସମୃଦ୍ଧ କରିଛନ୍ତି।
ଶ୍ରୀ ଅମିତ ଶାହ କହିଥିଲେ ଯେ, ଆମେ ହାସଲ କରିଥିବା କୌଣସି ମହାନ ସଫଳତାର ଇତିହାସକୁ ସମ୍ପୂର୍ଣ୍ଣ ଭାବେ ଲିପିବଦ୍ଧ କରିବା କିମ୍ବା ଲେଖୁବା ଆମର ପରମ୍ପରା କିମ୍ବା ଅଭ୍ୟାସ ନୁହେଁ। ସେ ଦୁଇଟି ବିଶ୍ବବିଦ୍ୟାଳୟକୁ ବନାସକଣ୍ଠା ଏବଂ ମେହସାନାରେ ଜଳ ସଂରକ୍ଷଣ ପ୍ରୟାସ, ଜଳ ଦ୍ବାରା ଆଣିବା ସମୃଦ୍ଧି ଏବଂ ଫଳସ୍ବରୂପ ଲୋକମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନର ଏକ ବିସ୍ମୃତ, ସୁବ୍ୟବସ୍ଥିତ ଦସ୍ତାବିଜ ପ୍ରସ୍ତୁତ କରିବାର ଦାୟିତ୍ବ ଦେଇଛନ୍ତି। ବନାସକଣ୍ଠାର କଠିନ ପରିଶ୍ରମ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ଏବଂ ଏହା ସାରା ଦେଶର ଗ୍ରାମୀଣ ବିକାଶର ସମଗ୍ର ଇତିହାସରେ ପ୍ରେରଣାର ଉତ୍ସ ଭାବେ ଉଭା ହେବ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ସବୁଠାରୁ ଆନନ୍ଦଦାୟକ ଦିଗ ହେଉଛି ଏହି ସଫଳତାରେ ମହିଳାମାନଙ୍କର ଅତୁଳନୀୟ ଯୋଗଦାନ। ୨୪,୦୦୦ କୋଟି ଟଙ୍କାର ଏହି ବିଶାଳ ବ୍ୟବସାୟରେ ଦୁଗ୍ଧ ସଂଗ୍ରହ କରିବାର ସମ୍ପୂର୍ଣ୍ଣ ପରିଶ୍ରମ ବନାସକଣ୍ଠାର ଭଉଣୀ, ଝିଅ ଏବଂ ମାଆମାନଙ୍କ ଦ୍ବାରା କରାଯାଇଛି। ଏହି ମହିଳାମାନେ ମହିଳା ସଶକ୍ତିକରଣ ବିଷୟରେ କଥାବାର୍ତ୍ତା କରୁଥିବା ବିଶ୍ବର ସମସ୍ତ ଏନଜିଓ ସମ୍ମୁଖରେ ସବୁଠାରୁ ଜୀବନ୍ଧ ଏବଂ ସର୍ବଶ୍ରେଷ୍ଠ ଜ୍ବଳନ୍ତ ଉଦାହରଣ ଉପସ୍ଥାପନ କରିଛନ୍ତି। ଏପରି ଏକ ସ୍ବଚ୍ଛ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି ଯେ, କୌଣସି ଆନ୍ଦୋଳନ କିମ୍ବା ସ୍ଲୋଗାନ ବିନା, ସେମାନଙ୍କର କ୍ଷୀରର ସମ୍ପୂର୍ଣ୍ଣ ଦେୟ ସିଧାସଳଖ ପ୍ରତି ସପ୍ତାହରେ ଏହି ମାଆ ଏବଂ ଭଉଣୀମାନଙ୍କ ବ୍ୟାଙ୍କ ଆକାଉଣ୍ଡରେ ପହଞ୍ଚେ।
କେନ୍ଦ୍ର ସମବାୟମନ୍ତ୍ରୀ କହିଛନ୍ତି ଯେ, ବନାସ ଡାଏରୀ ବର୍ତ୍ତମାନ ଏସିଆର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଡାଏରୀରେ ପରିଣତ ହୋଇଛି ଏବଂ ଏହିଁ ସଫଳତାରେ ଗଲିବା କାକା (ଗଲବାଭାଇ ନାନଜିଭାଇ ପଟେଲ)ଙ୍କ ବିପୁଳ ଅବଦାନ ରହିଛି। ଗଲବା କାକା ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ହୃଦୟ କେବଳ କୃଷକମାନଙ୍କ କଲ୍ୟାଣରେ ପରିପୂର୍ଣ୍ଣ ଥିଲା। ୧୯୬୦ ମସିହାରେ କେବଳ ଦୁଇଟି ତାଲୁକ-ବଡ଼ଗାମ ଏବଂ ପାଲନପୁରର ମାତ୍ର ଆଠଟି ଗ୍ରାମରୁ ଦୁଗ୍ଧ ସମିତିଗୁଡ଼ିକ ସହିତ ଆରମ୍ଭ ହୋଇଥିବା ଯାତ୍ରା ଆଜି ୨୪,୦୦୦ କୋଟି ଟଙ୍କାର କାରବାରରେ ପହଞ୍ଚିଛି। ସେ କହିଥିଲେ ଯେ ଗାଲବାଭାଇ ପଟେଲଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପରମ୍ପରାର ମୂଳ ମନ୍ତ୍ର ଅତ୍ୟନ୍ତ ସରଳ ଥୁଲା: "ଆମ ପାଖରେ ଅର୍ଥ କମ୍ ଥାଇପାରେ, କିନ୍ତୁ ଆମ ପାଖରେ ବହୁ ସଂଖ୍ୟକ ଲୋକ ଅଛନ୍ତି।" ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ ଗାଲବାଭାଇଙ୍କ ଚିନ୍ତାଧାରା ଯେ ଅନେକ ଲୋକ ବଡ଼ ବଡ଼ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅଳ୍ପ ପରିମାଣର ଯୋଗଦାନ ଦେଉଛନ୍ତି, ତାହା ଏକ ବିଶାଳ ବର ଗଛରେ ପରିଣତ ହୋଇଛି, ଯାହା ଆଜି କେବଳ ଭାରତର ସମବାୟ ଆନ୍ଦୋଳନକୁ ନୁହେଁ, ବରଂ ସମଗ୍ର ବିଶ୍ବରେ ସମବାୟ ଆନ୍ଦୋଳନକୁ ପ୍ରେରଣା ଦେଉଛି।
ଶ୍ରୀ ଅମିତ ଶାହ କହିଛନ୍ତି ଆଜି ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମୃତ୍ୟୁ ବାର୍ଷିକୀ। ସେ କହିଥ କହିଥିଲେ ଯେ ବାବା ସାହେବଙ୍କ ଦ୍ବାରା ଏହି ଦେଶକୁ ଦିଆଯାଇଥିବା ସମ୍ବିଧାନ ଏପରି ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିଛି ଯେ ଦଳିତ, ଗରିବ, ଆଦିବାସୀ ৩০° ପଛୁଆ ବର୍ଗ ମଧ୍ଯ ମର୍ଯ୍ୟାଦା ଏବଂ ସମ୍ମାନର ସହ ଜୀବନଯାପନ କରିପାରିବେ। ସେ ବାବା ସାହେବଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପ ଅର୍ପଣ କରିଥିଲେ। Įଲେ। ଶ୍ରୀ ଶାହ ଆହୁରି କହିଥିଲେ ଯେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦୧ ସମାରୋହର ଅଂଶବିଶେଷ ସ୍ବରୂପ ଆଜି ସମଗ୍ର ଗୁଜରାଟରେ ଆୟୋଜିତ ହେଉଥିବା ବିଶାଳ ପଦଯାତ୍ରାର ସମାପନ ସମାରୋହ ମଧ୍ୟ ପାଳନ କରାଯାଉଛି। ସେ କହିଥିଲେ ଯେ କୃଷକ ଏବଂ ସମବାୟର ଧାରଣା ହିଁ ସର୍ଦ୍ଦାର ସାହେବଙ୍କ ନିଜସ୍ବ ବିଚାର वृ।। ଗୁଜରାଟ ଏହାକୁ ଗ୍ରହଣ କଲା, ଏବଂ ଆଜି ସେହି ଚିନ୍ତାଧାରା ଏକ ବିଶାଳ ବର ଗଛରେ ପରିଣତ ହୋଇଛି। ୫୦ତମ ଜନ୍ମ ଜୟନ୍ତୀ
କେନ୍ଦ୍ର ସମବାୟମନ୍ତ୍ରୀ କହିଛନ୍ତି ଯେ ଆଜି ଏଠାରେ ବାୟୋ-ସିଏନଜି ପ୍ଲାଣ୍ଡ ଏବଂ ଗୁଣ୍ଡଦୁଗ୍ଧ ପ୍ଲାଣ୍ଡର ଉଦଘାଟନ ସହିତ ଏକ ଅତ୍ୟାଧୁନିକ ପ୍ରୋଟିନ୍ ପ୍ଲାଣ୍ଟ ৩০° * ଏକ ଉଚ୍ଚ-ବୈଷୟିକ ସ୍ବୟଂଚାଳିତ ପନିର ପ୍ଲାଣ୍ଟର ଉତ୍ସର୍ଗ ସମେତ ଅନେକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି। ସେ କହିଥିଲେ, ବନାସ ଡାଏରୀ ଦ୍ବାରା ଆରମ୍ଭ କରାଯାଇଥିବା ବାୟୋ-ସିଏନଜି କାରଖାନା ପ୍ରତିଷ୍ଠା କରିବାର ପରମ୍ପରା ସାରା ଦେଶରେ ସମବାୟ ସମିତିଗୁଡ଼ିକ ପାଇଁ ଏକ ଆଦର୍ଶ ହେବ। ସେ କହିଥିଲେ ଯେ ଗତିଶୀଳ ଅର୍ଥବ୍ୟବସ୍ଥାରେ ବନାସ ଡାଏରୀ ଦ୍ବାରା କରାଯାଇଥିବା ଅଭିନବ ପରୀକ୍ଷଣକୁ ପରାମର୍ଶ କମିଟିର ସଦସ୍ୟ ଥିବା ସାଂସଦମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନୁ ଅମୁଲ ନେତୃତ୍ୱରେ ଗୁଜରାଟର ଡାଏରୀମାନେ କ୍ଷୀର ସଂଗ୍ରହ କରୁଛନ୍ତି, ଏହାକୁ ଉତ୍ପାଦରେ ପ୍ରକ୍ରିୟାକରଣ କରୁଛନ୍ତି, ସେଗୁଡ଼ିକୁ ବିକ୍ରି କରୁଛନ୍ତି ଏବଂ ସିଧାସଳଖ ଭଉଣୀ ଏବଂ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଡକୁ ଲାଭ ସ୍ଥାନାନ୍ତର କରୁଛନ୍ତି-ଏଥିରେ ଆମେ ସମଗ୍ର ବିଶ୍ବରେ ଆଗରେ ରହିଛୁ। କିନ୍ତୁ ଏବେ ଦୁଗ୍ଧ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ସମୟ ଆସିଛି।
ଶ୍ରୀ ଶାହ ଗୁରୁତ୍ବାରୋପ କରିଥିଲେ ଯେ ଗାଈ କିମ୍ବା ମଇଁଷିର ଗୋଟିଏ ଗ୍ରାମ ଗୋବର ମଧ୍ୟ ନଷ୍ଟ ହେବା ଉଚିତ ନୁହେଁ-ଏହାକୁ ଜୈବିକ ସାର, ଜୈବ ଗ୍ୟାସ । ଏବଂ ବିଦ୍ୟୁତରେ ପରିଣତ କରାଯିବା ଉଚିତ ଏବଂ ଏଥିରୁ ମିଳୁଥିବା ଆୟ ମଧ୍ୟ କୃଷକଙ୍କ ନିକଟକୁ ଯିବା ଉଚିତ। ସେ କହିଥିଲେ ଯେ ବିଶ୍ବରେ ଶ୍ବରେ ଅନେକ ଉଚ୍ଚ ମୂଲ୍ୟର ଦୁଗ୍ଧଜାତ ଦ୍ରବ୍ୟ ରହିଛି ଯାହା ଏପର୍ଯ୍ୟନ୍ତ ଭାରତରେ ଉତ୍ପାଦିତ ହେଉନାହିଁ। ସେ ଘୋଷଣା କରିଥିଲେ σα ସେ ଆଜି ଅମୁଲର ଅଧ୍ୟକ୍ଷଙ୍କୁ ଏଭଳି ଉତ୍ପାଦଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ହସ୍ତାନ୍ତର କରୁଛନ୍ତି, ଯାହ ଯାହାଦ୍ବାରା ତୁରନ୍ତ ସେଗୁଡ଼ି ଗୁଡ଼ିକର ଉତ୍ପାଦନ ଆରମ୍ଭ ହୋଇପାରିବ। ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ବହୁତ ଅଧୂକ ଏବଂ ବିଶ୍ବ ବଜାରରେ ରରେ ଏହାର ବିପୁଳ ଚାହିଦା ରହିଛି ହିଛି। ଯଦି କେବଳ ଦହି, ଘିଅ ଏବଂ ପନିର ଉତ୍ପାଦନ ପରିବର୍ତ୍ତେ, ଆମେ ଏହି ଉଚ୍ଚ ମୂଲ୍ୟର ଉତ୍ପାଦ ଉ କୃଷକ ଭାଇ ଓ ଭଉଣୀମାନେ ଅ ଉପରେ ଧ୍ୟାନ ଦେବୁ, ତେବେ ଆମର ନେ ଅନେକ ଗୁଣ ଅଧୂକ ଲାଭ ଅର୍ଜନ କରିବେ।
ଳଖ ଆମର ଶ୍ରୀ ଅମିତ ଶାହ କହିଥିଲେ ଯେ, ଏବେ ଦୁଗ୍ଧ ସହିତ ଆମକୁ ଜୈବ ଗ୍ୟାସ ଏବଂ ଜୈବ-ସି. ଏନ୍. ଜି. ଉତ୍ପାଦନ ଆରମ୍ଭ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନଠାରୁ ସମଗ୍ର ଭାରତରେ ସମବାୟ ଡାଏରୀଗୁଡ଼ିକ ଖୋଲା ବଜାରରୁ ପଶୁଖାଦ୍ୟ କିଣିବେ ନାହିଁ; ଏହା ସମବାୟ ସ୍ତରରେ ମଧ୍ୟ ଉତ୍ପାଦିତ ହେବ ଏବଂ ପଶୁଖାଦ୍ୟ ଉତ୍ପାଦନରୁ । ମିଳୁଥିବା ଲାଭ ସିଧାସଳ ଭଉଣୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ସେ ଆଶ୍ବାସନା ଦେଇଛନ୍ତି ଯେ ପ୍ରଧାନମ ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ବାରା ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସହାୟତା ସମେତ ଏଥିପାଇଁ ଆବଶ୍ୟକ ସମଗ୍ର ଇକୋସିଷ୍ଟମ ପ୍ରସ୍ତୁତ ହୋଇସାରିଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, କୃଷକମାନଙ୍କ ଲାଭ ପାଇଁ ଭାରତ ସରକାର ତିନୋଟି ନୂତନ ଜାତୀୟ ସ୍ତରୀୟ ସମବାୟ ସମିତି ଗଠନ କରିଛନ୍ତି: ଗୋଟିଏ ବିହନ ଉତ୍ପାଦନ ଏବଂ ବିତରଣ ପାଇଁ, ଗୋଟିଏ ଜୈବିକ ଉତ୍ପାଦଗୁଡ଼ିକର ବିପଣନ ପାଇଁ ଏବଂ ଅନ୍ୟଟି କୃଷି ରପ୍ତାନୀ ପାଇଁ। ଏଥ୍ ସହିତ ଦୁଗ୍ଧ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଭାବେ ତିନୋଟି ଜାତୀୟ ସ୍ମରର ବହୁ-ରାଜ୍ୟ ସମବାୟ ସମିତି ଗଠନ କରାଯାଇଛି। ସେ କହିଥିଲେ ଯେ ଏହି ଛଅଟି ସମବାୟ ସଂସ୍ଥା ମିଶି ଏବେ କୃଷି ଏବଂ ପଶୁପାଳନ କ୍ଷେତ୍ରରେ ପ୍ରତ୍ୟେକ ଦିଗକୁ ଅନୁର୍ଭୁକ୍ତ କରିବେ-ତାହା ପନିର, ପ୍ରୋଟିନ୍, ଡାଏରୀ ହ୍ବାଇଟନର, ଖୋୟା, ଆଇସ୍କ୍ରିମ୍ବ, ଶିଶୁ ଖାଦ୍ୟ, ପ୍ୟାକେଜିଂ ଖାଇବା ତେଲ, ଅଟା, ମହୁ ଉତ୍ପାଦନ, ଶୀତଳ ଭଣ୍ଡାର, ଆଳୁ ଚିପ୍ସ୍, ବିହନ ଉତ୍ପାଦନ କିମ୍ବା ପଶୁଖାଦ୍ୟ ଉତ୍ପାଦନ ହେଉ-ଏହି ସମସ୍ତ କାର୍ଯ୍ୟକଳାପ ଦୁଗ୍ଧ ଅର୍ଥବ୍ୟବସ୍ଥା ଅଧୀନରେ ଆସିବ ଏବଂ ସମ୍ପୂର୍ଣ୍ଣ ଲାଭ ସିଧାସଳଖ ପଶୁପାଳନ କରୁଥିବା କୃଷକମାନଙ୍କ ଆକାଉଣ୍ଡରେ ପହଞ୍ଚିବ। ଏହା ହେଉଛି ଭାରତ ସରକାରଙ୍କ ସୃଷ୍ଟ ଏବଂ ଦୃଢ଼ ଯୋଜନା।