ଭାରତରରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ ଓ ପେଟ୍ରୋଲ ମହଜୁଦ ରହିଛି...
ୟୁରିଆ କାରଖାନାକୁ ଗ୍ୟାସ୍ ଯୋଗାଣ ସ୍ବାଭାବିକ
ଯୋଗାଣ ସୁନିଶ୍ଚିତ କରିବାକୁ ଅତିରିକୁ ପରିମାଣର ଏଲଏନଜି ଓ ଆରଏଲଏନଜି ଆମଦାନୀ
୯୪,୦୦୦ ମେଟ୍ରିକ୍ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ ଭାରତ ଅଭିମୁଖେ ଆସୁଛି
ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ, ଭାରତ ସରକାର ଅତ୍ୟାବଶ୍ୟକ କ୍ଷେତ୍ରଗୁଡ଼ିକରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ନିରନ୍ଧର ସତର୍କତା ବଜାୟ ରଖୁଛନ୍ତି ଏବଂ ଉପଯୁକ୍ତ ପ୍ରସ୍ତୁତି ଏବଂ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରୟାସଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି ନିରବଚ୍ଛିନ୍ନ ଶକ୍ତି ଯୋଗାଣ ବଜାୟ ରଖିବା, ସାମୁଦ୍ରିକ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବା ଏବଂ ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା।
ଉର୍ଜା ଯୋଗାଣ ଓ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସରକାର ବିଶେଷ ପଦକ୍ଷେପ ଗ୍ରହଣ କରୁଛନ୍ତି। ହର୍ମୁଜ ପ୍ରଣାଳୀ ବନ୍ଦ ଥିବାବେଳେ ସରକାର ଦେଶରେ ପେଟ୍ରୋଲିୟମ ଉତ୍ପାଦ ଓ ଏଲପିଜିର ଅବିରତ ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସର୍ବଶେଷ ସୂଚନା ଅନୁସାରେ ଦେଶର ସମସ୍ତ ରିଫାଇନାରୀ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି, ଏବଂ ପର୍ଯ୍ୟାପ୍ତ ପରିମାଣରେ ଅଶୋଧୂତ ତୈଳ ଭଣ୍ଡାର ଉପଲବ୍ଧ ରହିଛି। ଦେଶ ଭିତରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଷ୍ଟକ୍ ରଖାଯାଇଛି। ସେହିପରି ଘରୋଇ ବ୍ୟବହାର ଆବଶ୍ୟକତା ପୂରଣ କରିବା ପାଇଁ ରିଫାଇନାରୀରୁ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ ଦେଶର ସବୁ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ସ୍ବାଭାବିକଭାବେ ଚାଲିଛି। ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପିଛା ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଆହୁରି ମଧ୍ୟ ଏହା ବ୍ୟତୀତ, ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ, ଭାରତ ସରକାର ଡିଜେଲ ଉପରେ ଲିଟର ପିଛା ୨୧.୫ ଟଙ୍କା ଏବଂ ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ) ଉପରେ ଲିଟର ପିଛା ୨୯.୫ ଟଙ୍କା ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ତେବେ ଗୁଜବ ଯୋଗୁଁ ଦେଶର କେତେକ ଖୁଚୁରା କେନ୍ଦ୍ରରେ ଅତ୍ୟଧୂକ ଗହଳି ହେବା ସହ ଲୋକମାନେ ଆତଙ୍କରେ ଅଧୂକ କିଣୁଥିବା ଦେଖାଯାଇଛି। ଏଠାରେ ଏହା ସୃଷ୍ଟ କରାଯାଉଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି ଓ ଲୋକମାନେ ଗୁଜବ ପ୍ରତି ବିଶ୍ବାସ ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଏଲପିଜି
ପଶ୍ଚିମଏସିଆ ପରିସ୍ଥିତି ଯୋଗୁଁ ଦେଶରେ ଏଲପିଜି ଯୋଗାଣ ପ୍ରଭାବିତ ହୋଇଛି। କିନ୍ତୁ ଏଠାରେ ସୃଷ୍ଟ କରାଯାଉଛି ଯେ ଘରୋଇ ଏଲପିଜି ସିଲିଣ୍ଡରର ଡେଲିଭରି ସ୍ବାଭାବିକ ଭାବରେ ଚାଲିଛି। ଏଲପିଜି ବିତରକମାନଙ୍କ ମଧ୍ୟରେ ଯୋଗାଣରେ କୌଣସି ଅଭାବ ଥୂବାର କୌଣସି ସୂଚନା ନାହିଁ। ମାର୍ଚ୍ଚ ୨୮ରେ
ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂରେ ୯୪ ପ୍ରତିଶତ ବୃଦ୍ଧି ଘଟିଛି। ବିତରକ ସ୍ତରରେ ଭୁଲ କାର୍ଯ୍ୟକୁ ରୋକିବ ନିବା ପାଇଁ, ଡେଲିଭରି ଅଥେଣ୍ଟିକେସନ୍ କୋଡ୍ (ଡିଏସି) ଆଧାରିତ ଡେଲିଭରି ଫେବ୍ରୁଆରୀରେ ୫୩ ପ୍ରତିଶତ ଥୂଲାବେଳେ ଏବେ ତାହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୮ରେ ୫୫ ଲକ୍ଷରୁ ଅଧୂକ ଏଲପିଜି ରିଫିଲ୍ ପ୍ରଦାନ କରାଯାଇଥିଲା ।
ଇତିମଧ୍ଯରେ ସରକାର ବ୍ୟବସାୟିକ ଗ୍ରାହକମାନଙ୍କୁ ଆଂଶିକ ଭାବରେ ବାଣିଜ୍ୟିକ ଏଲପିଜି ଯୋଗାଣ (୨୦ ପ୍ରତିଶତ) ପୁନଃସ୍ଥାପିତ କରିସାରିଛନ୍ତି। ଏହା ବ୍ୟତୀତ, ୧୮ ମାର୍ଚ୍ଚରେ ଏକ ଚିଠି ମାଧ୍ୟମରେ, ଭାରତ ସରକାର 'ବ୍ୟବସାୟିକ ସହଜତା' ସଂସ୍କାର ଉପରେ ଆଧାରିତ ପିଏନଜି ସମ୍ପ୍ରସାରଣ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୧୦ ପ୍ରତିଶତ ବାଣିଜ୍ୟିକ ଏଲପିଜି ଆବଣ୍ଡନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହିପରି ୨୧ ତାରିଖର ଏକ ଚିଠି ମାଧ୍ଯମରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୨୦ ପ୍ରତିଶତ ବାଣିଜ୍ୟିକ ଏଲପିଜି ଅତିରିକୁ ଆବଣ୍ଟନକୁ ମଞ୍ଜୁର କରିଛନ୍ତି, ଯାହା ଦ୍ବାରା ମୋଟ ଆବଣ୍ଟନ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଅତିରିକୁ ୨୦ ପ୍ରତିଶତ ଆବଣ୍ଟନ ପ୍ରାଥମିକତା ଭିତ୍ତରେ ରେଷ୍ଟୁରାଣ୍ଡ, ଢାବା, ହୋଟେଲ, ଶିଳ୍ପ କ୍ୟାଣ୍ଟିନ୍, ଖାଦ୍ୟ ପ୍ରକ୍ରିୟାକରଣ/ଦୁଗ୍ଧ ୟୁନିଟ୍, ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସଂସ୍ଥା ଦ୍ବାରା ପରିଚାଳିତ ସବସିଡିଯୁକ୍ତ କ୍ୟାଣ୍ଟିନ୍/ଆଉଟଲେଟ୍, ସମ୍ପ୍ରଦାୟ ରୋଷେଇ ଘର ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ଭଳି କ୍ଷେତ୍ରଗୁଡ଼ିକୁ ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ୨୭ରେ ଏକ ଚିଠି ମାଧ୍ୟମରେ, ଭାରତ ସରକାର ବାଣିଜ୍ୟିକ ଏଲପିଜିର ୨୦ ପ୍ରତିଶତ ଅତିରିକୁ ଆବଣ୍ଡନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ବାଣିଜ୍ୟିକ ଏଲପିଜି ଆବଣ୍ଟନ ଏହି ସଂକଟ ଆରମ୍ଭ ହେବା ପୂର୍ବର ସୁରର ୭୦ ପ୍ରତିଶତରେ ପହଞ୍ଚିଯିବ। ଏହି ଅତିରିକୁ ୨୦ ପ୍ରତିଶତ ଆବଣ୍ଟନ ଇସ୍ପାତ, ଅଟୋମୋବାଇଲ, ବୟନଶିଳ୍ପ, ରଙ୍ଗ, ରାସାୟନିକ ଏବଂ ପ୍ଲାଷ୍ଟିକ୍ ଶିଳ୍ପକୁ ପ୍ରାଥମିକତା ସହିତ ପ୍ରଦାନ କରାଯିବ। ମାର୍ଚ୍ଚ ୨୮ରେ ପ୍ରାୟ ୬୪,୦୦୦ ପାଞ୍ଚ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଥିଲା ।
ଜନସାଧାରଣଙ୍କୁ ପରାମର୍ଶ
ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଆତଙ୍କିତ ହୋଇ ପେଟ୍ରୋଲ ଏବଂ ଡିଜେଲ କିଣିବା ଏବଂ ଶୀଘ୍ର ଏଲପିଜି ବୁକିଂ କରିବାରୁ ନିବୃତ୍ତ ରହିବାକୁ ଲୋକମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ଏହାସହିତ ନାଗରିକମାନଙ୍କୁ ଗୁଜବ ପ୍ରତି ସତର୍କ ରହିବାକୁ ଏବଂ ସଠିକ୍ ସୂଚନା ପାଇଁ ସରକାରୀ ଉତ୍ସ ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଡିଜିଟାଲ ମୋଡ୍ରେ ଏଲପିଜି ବୁକିଂ ପାଇଁ ପରାମର୍ଶ ଦିଆଯାଇଛି। ନାଗରିକମାନଙ୍କୁ ପିଏନଜି, ଇଣ୍ଡକ୍ସନ୍/ଇଲେକ୍ଟ୍ରିକ୍ କୁକଟପ୍ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ସାମୁଦ୍ରିକ ସୁରକ୍ଷା ଓ ଜାହାଜ ଚଳାଚଳ
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଉପସାଗରୀୟ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଅଞ୍ଚଳରେ ଉପସ୍ଥିତ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ କୌଣସି ଘଟଣା ଘଟିଥିବାର ରିପୋର୍ଟ ମିଳିନାହିଁ।
ପ୍ରାୟ ୯୪୦୦୦ ମେଟ୍ରିକ୍ ଟନ୍ ଏଲପିଜିର ମିଳିତ ମାଲବାହୀ ବହନ କରୁଥିବା ଦୁଇଟି ଏଲପିଜି ବାହକ ଜାହାଜ - BW TYR ଏବଂ BW ELM - ଏହି ଅଞ୍ଚଳକୁ ସୁରକ୍ଷିତ ଭାବରେ ଅତିକ୍ରମ କରି ଭାରତୀୟ ଉପକୂଳ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ଦୁଇ ଜାହାଜ ଯଥାକ୍ରମେ ୩୧ ମାର୍ଚ୍ଚରେ ମୁମ୍ବାଇ ଓ ଏପ୍ରିଲରେ ନୂଆ ମାଙ୍ଗାଲୁରୁରେ ପହଞ୍ଚିବ। ମୋଟ ୧୮ଟି ଭାରତୀୟ ପତାକା ଜାହାଜ ଏବଂ ୪୮୫ ଭାରତୀୟ ନାବିକ ବର୍ତ୍ତମାନ ପଶ୍ଚିମ ପାରସ୍ୟ ଉପସାଗର ଅଞ୍ଚଳରେ ଅଛନ୍ତି। ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ (ଡିଜି ଜାହାଜ ଚଳାଚଳ) ଜାହାଜ ମାଲିକ, ଆରପିଏସଏଲ୍ ଏଜେନ୍ସି ଏବଂ ଭାରତୀୟ ଦୂତାବାସ ସହିତ ସମନ୍ବୟ ରଖ୍ ପରିସ୍ଥିତି ଉପରେ
ସକ୍ରିୟ ଭାବରେ ନଜର ରଖୁଛି। ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଡିଆ କାର୍ଯ୍ୟ କରୁଛି ଏବଂ କାର୍ଯ୍ୟକ୍ଷମ ହେବା ପରଠାରୁ ୪୫୨୩ କଲ୍ ଏବଂ ୮,୯୮୫ ଇମେଲର ଉତ୍ତର ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୨ କଲ୍ ଏବଂ ୧୨୦ ଇମେଲ ଗ୍ରହଣ କରାଯାଇଛି। ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ୯୪୨ ରୁ ଅଧୂକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିଛି, ଯେଉଁଥରେ ଗତ ୨୪ ଘଣ୍ଟାରେ ୪ ଜଣ ନାବିକ ମଧ୍ୟ ସାମିଲ ଅଛନ୍ତି। ସାରାଦେଶରେ ବନ୍ଦର କାର୍ଯ୍ୟ ସ୍ବାଭାବିକ ଭାବରେ ଜାରି ରହିଛି ଏବଂ କୌଣସି ସ୍ଥାନରେ କୌଣସି ଭିଡ଼ ରିପୋର୍ଟ ହୋଇନାହିଁ। ନାବିକଙ୍କ କଲ୍ୟାଣ ଏବଂ ସୁଗମ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଦୂତାବାସ ଏବଂ ସାମୁଦ୍ରିକ କ୍ଷେତ୍ରର ଅଂଶୀଦାରମାନଙ୍କ ସହିତ ସମନ୍ବୟ ଜାରି ରଖୁଛି।
ମଧ୍ୟପ୍ରାଚ୍ୟରେ ଭାରତୀୟ ନାଗରିକଙ୍କ ସୁରକ୍ଷା
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗର ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ବିକଶିତ ପରିସ୍ଥିତି ଉପରେ କଡ଼ା ନଜର ରଖୁଛି, ଯେଉଁଠାରେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା, ସୁରକ୍ଷା ଏବଂ କଲ୍ୟାଣ ସର୍ବୋପରି ପ୍ରାଥମିକତା ରହିଛି। ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ଉତ୍ସର୍ଗୀକୃତ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ଅଛି, ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ସମନ୍ବୟ ବଜାୟ ରଖାଯାଇଛି। ସମଗ୍ର ଅଞ୍ଚଳରେ ଅବସ୍ଥିତ ମିଶନ ଏବଂ ଦୂତାବାସଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି, ୨୪/୭ ହେଲ୍ପଲାଇନ୍ ସେବା ପରିଚାଳନା କରୁଛନ୍ତି ଏବଂ ଭାରତୀୟ ସମ୍ପ୍ରଦାୟ ସଂଗଠନଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ବଜାୟ ରଖୁଛନ୍ତି। ନିୟମିତ ଭାବରେ ଅପଡେଟ୍ ହୋଇଥିବା ପରାମର୍ଶ ଜାରି କରାଯାଉଛି, ଏବଂ ମିଶନଗୁଡ଼ିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ଧର ଯୋଗାଯୋଗରେ ରହିଛନ୍ତି। ଭିସା, କନସୁଲାର ଏବଂ ଲଜିଷ୍ଟିକ୍ ସହାୟତା ସମେତ ନାବିକ, ଛାତ୍ର, ଫସି ରହିଥିବା ଭାରତୀୟ ନାଗରିକ ଏବଂ ସ୍ବଳ୍ପକାଳୀନ ପରିଦର୍ଶକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଫେବୃଆରୀ ୨୮ ତାରିଖରୁ ଏପର୍ଯ୍ୟନ୍ତ ଏହି ଅଞ୍ଚଳରୁ ପ୍ରାୟ ୫,୨୪,୦୦୦ ଜଣ ଯାତ୍ରୀ ଭାରତ ଫେରିଛନ୍ତି। ୟୁଏଇ, କତର, କୁଏତ, ବାହାରିନ ଆଦି ଦେଶରୁ ଉଡ଼ାଣ କାର୍ଯ୍ୟ ଯୋଜନାବଦ୍ଧ ଭାବରେ ପରିଚାଳିତ ହେଉଛି। ସେହପରି ଇରାନ, ଇସ୍ରାଏଲ ଓ ଇରାକରୁ ବିକଳ୍ପ ରୁଟ୍ ଦେଇ ବିମାନଯାତ୍ରା ସୁବିଧା ଯୋଗାଇ ଦିଆଯାଉଛି। ୨୭ ମାର୍ଚ୍ଚ, ୨୦୨୬ରେ ଆବୁଧାବିରେ ମୃତ୍ୟୁବରଣ କରିଥିବା ଜଣେ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀରକୁ ଭାରତକୁ ଅଣାଯାଉଛି। ସେହିପରି ଓମାନର ସଲାଲାହରେ ଏକ ଆକ୍ରମଣରେ ଆହତ ଜଣେ ଭାରତୀୟ ନାଗରିକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି; ମିଶନ୍ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖୁଛି।