ଶ୍ରୀମନ୍ଦିର ରେ ଦର୍ଶନ ଏଥର ହେବ ବ୍ୟୟ ବହୁଳ I
ଏକ ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ ବା ଧାଡିରେ ଠିଆ ନ ହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ ଭକ୍ତ। ଏହା ସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ମଧ୍ୟ ବୁଝାଇବେ । ଏଭଳି ସୁବିଧା ହରି ଓମ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର ହେଉଛି । ନିକଟ ରେ କିଭଳି ଜଣେ ଭକ୍ତଙ୍କୁ ଏହି ସୁବିଧା ଗତ ୨୭ ତାରିଖରେ ମିଳିଛି। ଅବଶ୍ୟ ଅନଲାଇନ ଆପ୍ଲିକେସନ ଦ୍ବାରା ଏହି ସୁବିଧା ଭକ୍ତଙ୍କୁ ମିଳିଛି କି ନାହିଁ ସେସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ହରି ଓମ୍ ଆପ୍ଲିକେସନ ଜଣେ ଭକ୍ତଙ୍କୁ ଦର୍ଶନ ସୁବିଧା ପାଇଁ ମେଲ କରିଛି । ଜଣଙ୍କ ପିଛା ଏକ ହଜାର ଟଙ୍କା ଦେଇ ସ୍ଲଟ୍ ବୁକ୍ କଲେ ଦର୍ଶନ ବ୍ୟବସ୍ଥା କରା ଯାଇ ପାରିବ। କେବଳ ଏତିକି ନୁହେଁ ଶ୍ରୀମନ୍ଦିର ଭିତରେ ଡାଲି ଓ ଭାତ ନଚେତ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଇଛି । ଏହି ସୁବିଧା ପାଇବାକୁ ହେଲେ ଟାଇମ୍ ସ୍ଲଟର ୩୦ ମିନଟ୍ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚିବାକୁ ହେବ । ଏହାସହ ସାଥୀରେ ଏକ ସରକାରୀ ପ୍ରମାଣପତ୍ର ନେଇ ଆସିବାକୁ ହେବ ବୋଲି କୁହାଯାଇଛି । ଯାହାକୁ ନେଇ ଭକ୍ତ, ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ଆଇଟି ସେଲ୍ ବା ସାଇବର୍ ସେଲ୍ ସୃଷ୍ଟି କରି ଏଥିପ୍ରତି ନଜର ରଖିବାକୁ ପ୍ରଶାସନରେ ଦାବିକରା ହୋଇଛି |